Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

LOCରେ ଯୁଦ୍ଧବିରତି ଉଲ୍ଲଂଘନ ଲାଗି ପାକିସ୍ତାନକୁ କଡା ଜବାବ, ତିନି ପାକ୍ ଜବାନ ନିହତ

21/12/2019 at 8:42 PM

ଶ୍ରୀନଗର, ୨୧|୧୨:   ଜମ୍ମୁ-କାଶ୍ମୀରରେ ସୀମାରେ ପୁଣି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲଙ୍ଘନ କରାଯାଇଛି । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ କଡା ଜବାବ ଦେଇଛି ଭାରତୀୟ ସେନା । ପାକିସ୍ତାନ ସେନାର ଗୁଳିମାଡ କରିଥିଲା , ଯାହାର ଜବାବରେ ଭାରତୀୟ ସେନାର ପାଲଟା ଗୁଳିମାଡରେ ତିନି ଜଣ ପାକିସ୍ତାନୀ ଯବାନ ନିହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଶନିବାର ପାକିସ୍ତାନ ସେନା ପକ୍ଷରୁ ପଲାଙ୍ଗଓ୍ୱାଲା ସେକ୍ଟରରେ ଗୁଳିମାଡ କରି ସିଜ ଫାୟାର ଉଲଙ୍ଘନ କରିଥିଲା। ଏହାର ଦୃଢ ଜବାବ ଦେଇଥିଲା ଭାରତୀୟ ସେନା। ସେନାର ଆକ୍ରମଣରେ ତିନି ପାକିସ୍ତାନୀ ଯବାନ ନିହତ ହୋଇଛନ୍ତି। ଭାରତୀୟ ସେନାର ଗୁଳିମାଡରେ ପାକିସ୍ତାନୀ ସେନାର ଏକ ପୋଷ୍ଟ ମଧ୍ୟ ଧ୍ୱଂସ ହୋଇଯାଇଛି। ସେହିପରି ତଙ୍ଗାଧାର ଓ କଞ୍ଝାଲବାନ୍ ସେକ୍ଟରରେ ପାକିସ୍ତାନପଟୁ ଜୋରଦାର ଗୁଳିଗୋଳା ମାଡ ହୋଇଛି। ତେବେ କିଛି କ୍ଷୟକ୍ଷତି ବାବଦରେ କୌଣସି ସୂଚନା ମିଳିପାରି ନାହିଁ। ଏତତ୍ ବ୍ୟତୀତ ଦିନ ୨ଟା ବେଳେ କେରୀ ସେକ୍ଟରରେ ପାକିସ୍ତାନ ୫ ମିନିଟ୍ ପାଇଁ ଅସ୍ତ୍ରବିରତି ଉଲଙ୍ଘନ କରିଥିଲା। ଭାରତୀୟ ସେନା ଏହାର କଡ ଜବାବ ଦେଇଥିଲା। ତେବେ ଭାରତୀୟ ସେନାର ଜବାବ ପରେ ମଧ୍ୟ ପାକିସ୍ତାନ ସୁଧୁରି ନଥିଲା। ପିଓକେର ନୀଲମ ଘାଟିରେ ପାକ୍ ଗୁଳିଗୋଳା ମାଡ କରିଥିଲା।

   Related Posts