Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ସୀମା ଆଡକୁ ମାଡି ଆସୁଛନ୍ତି ପାକିସ୍ତାନୀ-ଜବାବ ଦେବାକୁ ଭାରତୀୟ ସେନାର ପ୍ରସ୍ତୁତି ଦେଖି ଦେଲେ ପଛଘୁଞ୍ଚା

6/10/2019 at 7:01 PM

ଶ୍ରୀନଗର – ପାକିସ୍ତାନ ଅଧିକୃତ କାଶ୍ମୀରରୁ ନିୟନ୍ତ୍ରଣ ରେଖା ନିକଟକୁ ହଜାର ହଜାର ପାକିସ୍ତାନୀ ଆସୁଥିବା ସୂଚନା ମିଳିଛି । ଆତଙ୍କବାଦୀ ସଙ୍ଗଠନ ଜେକେଏଲ୍‌ଏଫ୍‌ ର ନେତୃତ୍ୱର ଅନେକ ସଂଖ୍ୟାରେ ଲୋକ ସୀମା ନିକଟକୁ ଆସିଛନ୍ତି । କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ଏମାନେ ନାରାବାଜି କରିଥିବା ଜଣା ପଡିଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ଅଧିକାଂଶ ଯୁବକ ରହିଥିବା ଜଣା ପଡିଛି । ୨୦ କିଲୋମିଟର ପାଦରେ ଚାଲି ଚାଲି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଭାରତୀୟ ସେନା ଏଥିପାଇଁ ପୁରା ମାତ୍ରାରେ ପ୍ରସ୍ତୁତ ହୋଇ ରହିଛି। ଭାରତୀୟ ସେନାର ପରାକ୍ରମ ଦେଖଇବା ପରେ ଏମାନେ ପଛ ଘୁଞ୍ଚା ଦେଇଛନ୍ତି ।
ସୀମା ଅତିକ୍ରମ କରିବା ପାଇଁ ଆଗରୁ ବାହୋସ୍ପୋଟ ମାରୁଥିବା ଏହି ବିକ୍ଷୋଭକାରୀମାନେ ସୀମା ନିକଟକୁ ବି ଯାଇ ନାହାନ୍ତି । ପରେ ସେମାନେ ସୀମା ନିକଟକୁ ଯିବା ଯୋଜନା ରଦ୍ଦ କରି ଦେଇଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ ଶନିବାରରେ ପ୍ରଦର୍ଶନକାରୀମାନଙ୍କୁ ଏଲ୍‌ଓସି ପାର ନ କରିବା ପାଇଁ କହିଥିଲେ । ଏପରି କଲେ ଭାରତୀୟ ସେନା ସେମାନଙ୍କୁ ଧରିବା ସହ ଆତଙ୍କବାଦୀ ଘୋଷଣା କରିଦେବ ବୋଲି ସେ କହିଛନ୍ତି । ଶୁକ୍ରବାରରେ ପାକିସ୍ତାନରୁ ଏହି ବିକ୍ଷୋଭକାରୀମାନେ ବାହାରି ଥିଲେ । ଏମାନେ ଭାରତ ବିରୋଧରେ ସ୍ଲୋଗାନ ଦେଇଥିଲେ । ସେହିଦିନ ଆତଙ୍କବାଦୀ ସଙ୍ଗଠନ ଜେକେଏଲ୍‌ଏଫ୍‌ ପିଓକେର ନେତାମାନେ ଆଲୋଚନା କରିଥିଲେ ।
ଏହାର ସୂଚନା ଭାରତୀୟ ସେନାକୁ ପୂର୍ବରୁ ମିଳି ସାରିଥିଲା । ଭାରତୟୀ ସେନା ସୀମାରେ ହାଇ ଆଲର୍ଟରେ ଥିଲା । ପିଓକେର ନେତାମାନେ ଜେକେଏଲ୍ଏଫ୍‌ର ସଦସ୍ୟମାନଙ୍କୁ ସୀମା ନିକଟକୁ ନଯିବା ପାଇଁ କୁହାଯାଇଥିଲା । ନହେଲେ ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ କରିପାରେ ବୋଲି ଚେତାବନୀ ଦିଆଯାଇଥିଲା ।


ଭାରତୀୟ ସେନାବି ନିୟନ୍ତ୍ରଣ ରେଖା ନିକଟକୁ କେହି ପ୍ରଦର୍ଶନକାରୀ ଆସି ନଥିବା କଥା ପ୍ରକାଶ କରିଛି । ନିୟନ୍ତ୍ରଣ ରେଖା ନିକଟରେ ବି କେହି ସୀମା ଉଲ୍ଲଘଂନ କରି ନାହାନ୍ତି । ଭାରତୀୟ ସେନା ଆଲର୍ଟରେ ଅଛି । ଏହାରର କଡା ଜବାବା ଦିଆଯିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

   Related Posts