Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ପାକିସ୍ତାନୀ ବିମାନ ପାଇଁ ୟୁରୋପ ଆକାଶ ମନା, ପାଇଲଟ୍ ଲାଇସେନ୍ସ ସ୍କାଣ୍ଡାଲ ଲାଗି ପିଆଇଏ ଉପରେ ୬ ମାସ ବ୍ୟାନ୍ ଲଗାଇଲା ଇୟୁ

30/06/2020 at 9:38 PM

କରାଚୀ, ୩୦|୦୬:  ୟୁରୋପ ଯାଇପାରିବ ନାହିଁ ପାକିସ୍ତାନୀ ବିମାନ । ପାକିସ୍ତାନର କୌଣସି ବିମାନକୁ ୟୁରୋପରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କହିଛି ୟୁରୋପିଆନ୍ ୟୁନିଅନ୍ ଆଭିଏସନ୍ ସେଫ୍ଟ୍ ଏଜେନ୍ସି । ଅତି କମରେ ୬ ମାସ ପାଇଁ ଏହି କଟକଣା ଜାରି କରାଯାଇଛି। ପାକିସ୍ତାନର ପ୍ରାୟ ଏକ ତୃତୀୟାଂଶ ପାଇଲଟ୍ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରିଥିବା ଜଣାପଡିବା ପରେ ୟୁରୋପ ୟୁନିଅନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନର ମୁଖପାତ୍ର ଅବ୍ଦୁଲାହ ହାଫିଜ୍ କହିଛନ୍ତି ଯେ, ପିଆଇଏର କୌଣସି ବିମାନ ଏଣିକି ୟୁରୋପ ଯିବ ନାହିଁ । କରୋନା ଭାଇରସକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତା ୨ ମାସ ମଧ୍ୟରେ ଓସଲୋ, କୋପେନହାଗେନ୍, ପ୍ୟାରିସ, ବାର୍ସେଲୋନା ଓ ମିଲନକୁ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ପାକିସ୍ତାନ ଆଶା ରଖିଛି ।

ସୂଚନାଯୋଗ୍ୟ ଯେ, ଗତ ମେ ୨୨ରେ  ପାକିସ୍ତାନୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ମୋଟ ପାଇଲଟଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ପାସ୍ କରିଥିବା ଜଣାପଡିଥିଲା । ଏହା ପରେ ପାକ୍ ସରକାର ବିମାନ ଚଳାଚଳ ବିଭାଗର ୪ଜଣ ବରିଷ୍ଠ ଅଧିକାରୀଙ୍କୁ କାର୍ଯ୍ୟକୁ ନିଲମ୍ବିତ କରିଥିବା ଜଣାପଡିଛି ।

   Related Posts