ପୁଣି ଭାରତୀୟ ବାୟୁ ସୀମା ଉଲ୍ଲଂଘନ କଲା ପାକ୍, ବିମାନ ଓ ପାଇଲଟ ଅଟକ

Published By : Prameya-News7 Bureau | May 10, 2019 IST

ଜୟପୁର ୧୦।୫ :  ପାକ୍ ବାୟୁସେନା ପୁଣି ଥରେ ଭାରତୀୟ ବାୟୁସୀମା ଉଲ୍ଲଂଘନ କରିଛି। ପାକ ବାୟୁସେନାର ଏକ  ଆଣ୍ଟୋନଭ ଏଏନ-୧୨ କାର୍ଗୋ ବିମାନ ଶୁକ୍ରବାର ପାକିସ୍ତାନ ପଟୁ ଉତ୍ତର ଗୁଜରାଟର ରନ ଅଫ କଛ ରାସ୍ତାରେ  ଭାରତକୁ ଅନୁପ୍ରବେଶ କରିଥିଲା ।  ଭରାତୀୟ ବାୟୁସେନାର ସୁଖୋଇ ଯୁଦ୍ଧବିମାନମାନେ  ଆକାଶରେ ପାକ୍ ବିମାନକୁ ଘେରି ଜୟପୁର ବିମାନ ବନ୍ଦରରେ ଅବତରଣ କରାଇଛନ୍ତି। ପଣ୍ୟବାହୀ ବିମାନ ଅବତରଣ କରିବା ପରେ ପାଇଲଟଙ୍କ ସମେତ ଚାଳକଦଳ ସଦସ୍ୟଙ୍କୁ  ଅଟକ ରଖି ଅଧିକ ପଚରା ଉଚରା କରାଯାଉଥିବା ଭାରତୀୟ ବାୟୁସେନା ସୂତ୍ରରୁ ଜଣା ପଡିଛି ।

{"id":110637}

ପୁଲଓ୍ବାମା ଆତଙ୍କବାଦ ଆକ୍ରମଣ ଘଟଣାକୁ ନେଇ ଭାରତର ପ୍ରତିକ୍ରିୟା ପରେ ପାକିସ୍ତାନ ନିଜ ଆକଶ ସୀମା ସିଲ କରିଛି । ଏଣୁ ଭାରତକୁ ଅନ୍ୟ ଦେଶରୁ ଆସୁଥିବା ବିମାନ ଅଥବା ଭାରତୀୟ ବିମାନ ପାକ୍ ଆକାଶ ଉପର ଦେଇ ଉଡି ପାରୁନାହାନ୍ତି। ଏଥିରେ ପାକ୍ ବାୟୁସେନାର ପଣ୍ୟବାହୀ ବିମାନ ଆଣ୍ଟୋନଭ ଏଏନ-୧୨ ଜର୍ଜିଆ ଭାରତୀୟ ସୀମା ମଧ୍ୟକୁ ପଶି ଆସିବା ଭରାତୀୟ ବାୟୁସେନା ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।

{"id":110638,"width":582,"height":303}

ତେବେ ବାୟୁସେନା ରାଡାରରେ ପାକ୍ ବିମାନର ଅନୁପ୍ରବେଶ ଜଣାପଡିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ଭାରତୀୟ ଯୁଦ୍ଧବିମାନମାନେ ତୁରନ୍ତ ଆକାଶକୁ ଉଠିବା ସହ ପାକ୍ ବାୟୁସେନା ବିମାନକୁ ଘେରି ଅବତରଣ କରାଇବାରେ ସକ୍ଷମ ହୋଇଛନ୍ତି। ପାକ୍ ବାୟୁସେନା ବିମାନର ଏଭଳି ଆଚରଣ ନେଇ ସବିଶେଷ ସୂଚନା ମିଳି ପାରି ନାହିଁ । କାର୍ଗୋ ବିମାନ ଅବତରଣ କରିବା ପରେ ପାଇଲଟଙ୍କୁ ଅଟକ ରଖାଯିବା ସହ ପଚରା ଉଚରା କରାଯାଉଥିବା ଭାରତୀୟ ବାୟୁସେନା ମୁଖପାତ୍ର ଗ୍ରୁପ କ୍ୟାପ୍ଟେନ ଅନୁପମ ବାନାର୍ଜୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.