ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନର ନୂଆ ଚାଲ୍- ସାଧୁସନ୍ଥ ବେଶରେ ଘୂରି ବୁଲୁଛନ୍ତି ପାକିସ୍ତାନ ଗୁପ୍ତଚର, ଯବାନଙ୍କୁ ପରାମର୍ଶ ଦେଲେ ଭାରତୀୟ ସେନା ଅଧିକାରୀ

Published By : Prameya-News7 Bureau | November 10, 2019 IST

ନୂଆଦିଲ୍ଲୀ୧୦/୧୧: ଭାରତୀୟ ସେନା ପକ୍ଷରୁ ଯବାନଙ୍କୁ ଚେତାବନୀ ଦିଆଯାଇଛି। ଭଣ୍ଡ ବାବା, ସାଧୁସନ୍ଥ ଓ ଆଧ୍ୟାତ୍ମିକ ଗୁରୁଙ୍କଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛି। ପାକିସ୍ତାନର ଗୁପ୍ତଚର ସାଧୁସନ୍ଥ ବେଶରେ ଭାରତୀୟ ସେନା ବାହିନୀର ଗୋପନୀୟ ତଥ୍ୟ ହାସଲ କରିବା ଲାଗି ଚେଷ୍ଟା କରୁଥିବାର ସୂଚନା ଏକ ଗୁପ୍ତ ଦସ୍ତାବିଜରୁ ଜଣାପଡ଼ିଛି।

ସୂଚାନଯୋଗ୍ୟ ଯେ ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭସ(ପିଆଇଓ) ଭଣ୍ଡ ବାବା ବେଶରେ  ଭାରତୀୟ ସେନାବାହିନୀର ସମ୍ବେଦନଶୀଳ ତଥ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଘୂରି ବୁଲୁଛନ୍ତି। ସେଥିଲାଗି ଯବାନଙ୍କ ପରିବାରର ସଦସ୍ୟଙ୍କୁ ତାଙ୍କ ଜାଲରେ ଫଶାଇ ଗୁପ୍ତତଥ୍ୟ ହାସଲ କରିବା ଲାଗି ଚେଷ୍ଟ କରୁଛନ୍ତି।

ଆଇଏସଆଇ ଏକ ଅଭିନବ ଢ଼ଙ୍ଗରେ ତଥ୍ୟ ହାସଲ କରିବା ଲାଗି ଚେଷ୍ଟା ଚଳାଉଥିବାର ସୂଚନା ମିଳିଛି। ଏକ ଗୁପ୍ତ ଦସ୍ତାବିଜ ଦ୍ବାରା ପାକିସ୍ତାନର ଏଭଳି ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ପାକିସ୍ତାନ ଗୁପ୍ତଚର ବ୍ୟବହାର କରୁଥିବା ୧୫୦  ଜଣଙ୍କୁ ଚିହ୍ନଟ ହୋଇଛି। ଏନେଇ ସୋସିଆଲ ମିଡିଆ ଆପ୍‌ ବ୍ୟବହାର ବେଳେ ସାବଧାନ ରହିବା ପାଇଁ ସେନାର ବରିଷ୍ଠ ଅଧିକାରୀ ଯବାନଙ୍କୁ ପରାମର୍ଶ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.