Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ବିନା ମେକଅପରେ ଚିହ୍ନିହୁଏ ନାହିଁ ଏହି ୮ଜଣ ପାକିସ୍ତାନୀ ଅଭିନେତ୍ରୀଙ୍କୁ : ଜାଣନ୍ତୁ କିଏ

4/06/2019 at 7:05 PM

ମୁମ୍ବାଇ ୪/୬: ଫିଲ୍ମରେ କଳାକାରଙ୍କ ପାଇଁ ମେକଅପ୍ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ମେକଅପ୍ ଦ୍ବାରା ବିଭିନ୍ନ ପ୍ରକାର ଚରିତ୍ରରେ ଅଭିନୟ କରିବା ସହଜ ହୋଇଥାଏ। ବଲିଉଡର ଅନେକ ଅଭିନେତ୍ରୀଙ୍କୁ ତ ଆପଣ ବିନା ମେକଅପରେ ଦେଖିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ପାକିସ୍ତାନର କେତେକ ଅଭିନେତ୍ରୀଙ୍କୁ ବିନା ମେକଅପରେ ଦେଖାଇବୁ ଯାହାଙ୍କୁ ଆପଣ ଚିହ୍ନି ପାରିବେ ନାହିଁ।

୧.ଆମନା ଇଲିୟାସ : ଆମନା ଇଲିୟାସ ମଡେଲ୍ ଏବଂ ଅଭିନେତ୍ରୀ। ଆମନାଙ୍କ ମୁଖ୍ୟ ଫିଲ୍ମ ମଧ୍ୟରେ ‘ଜିନ୍ଦା ଭାଗ’,‘ଗୁଡ ମର୍ଣ୍ଣିଙ୍ଗ କରାଚୀ’ ଏବଂ ‘ସାତ ଦିନ ମହବ୍ବତ’ ଆଦି ପ୍ରଧାନ। ଏହା ବ୍ୟତୀତ ସେ ‘ତୁମ ମେରେ ପାସ ରହୋ’ ସିରିଆଲରେ କାମ କରିଛନ୍ତି।

୨. ଆୟେଶା ଓମର : ଆୟେଶା ଓମର ଅଭିନେତ୍ରୀ ହେବା ସହିତ ମଡେଲ୍ ଏବଂ ସିଙ୍ଗର ମଧ୍ୟ। ଆୟେଶା ‘ଖୁବସୁରତ’,‘ଲେଡିଜ ପାର୍କ’,‘ଜିନ୍ଦଗୀ ଗୁଲଜାର ହେ’,‘ତନହାଇ ମେ ଆରଜୁ’,‘ଦିଲ ଅପନା ଔର ପ୍ରୀତ ପରାଇ’ ଭଳି ଫିଲ୍ମରେ କାମ କରିଛନ୍ତି।

୩.ହୀରା ତରିନ : ହୀରା ତରିନ ଅଭିନେତ୍ରୀ ହେବା ସହ ଭିଜେ ମଧ୍ୟ। ହୀରା ସିରିଆଲ ‘ମୋହବତ ଶୁଭ କା ସିତାରା ହେ’,‘ତୁମ କୈାନ ପିୟା’,‘ଖୁଦା ମେରା ଭି ହେ’ ଏବଂ ’ବାଗୀ’ରେ କାମ କରିଛନ୍ତି।

୪.ଇମାନ ଅଲ୍ଲୀ : ଇମାନ ଅଲ୍ଲୀ ୨୦୦୭ ମସିହାରେ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାରେ ଥିବା ଫିଲ୍ମ ‘ଖୁଦା କେ ଲିଏ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହା ବ୍ୟତୀତ ତାଙ୍କ ଫିଲ୍ମ ‘ବୋଲ’କୁ ମଧ୍ୟ ବେଶ ପସନ୍ଦ କରାଯାଇଥିଲା।

୫.ମଥିରା: ମଥିରାଙ୍କୁ ନିଜର ଆଇଟମ୍ ନମ୍ବର ‘ମେ ହୁଁ ଶାହିଦ ଆଫ୍ରିଦି’ରୁ ବେଶ ଲୋକପ୍ରିୟତା ମିଳିଥିଲା। ଏହା ବ୍ୟତୀତ ସେ ‘ବ୍ଲାଇଣ୍ଡ ଲଭ’ ଏବଂ ‘ରାସ୍ତା’ରେ କାମ କରିଥିଲେ।

୬. ମହଓ୍ବିଶ ହୟାତ : ମହଓ୍ବିଶ ହୟାତଙ୍କ ମାଆ ରୁଖସାର ଖାନ ୮୦ଦଶକର ଲୋକପ୍ରିୟ ଅଭିନେତ୍ରୀ ଥିଲେ। ମହଓ୍ବିଶ ‘ଜଓ୍ବାନି ଫିର ନହିଁ ଆନି’,‘ଆକ୍ଟର ଇନ୍ ଲ’ ଏବଂ ‘ପଞ୍ଜାବ ନହିଁ ଯାଉଙ୍ଗି’ରେ କାମ କରିଥିଲେ।

୭.ମାହିରା ଖାନ୍ : ମାହିରା ଖାନ୍ ପାକିସ୍ତାନର ସୁପରଷ୍ଟାର ଏହା ସହିତ ସେ ଭାରତରେ ମଧ୍ୟ ଜଣେ ଜଣାଶୁଣା ନାଁ। ସେ ଶାହରୁଖ ଖାନଙ୍କ ସହ ‘ରଇସ’ ଫିଲ୍ମରେ କାମ କରିଥିଲେ। ମାହିରାଙ୍କ ନାଁ ରଣବୀର କପୁରଙ୍କ ସହ ମଧ୍ୟ ଯୋଡ଼ାଯାଇଛି।

୮.ନିଦା ୟାସିର : ନିଦା ୟାସିର ଟେଲିଭିଜନ ଶୋ ‘ଗୁଡ ମର୍ଣ୍ଣିଙ୍ଗ ପାକିସ୍ତାନ’ରେ ହୋଷ୍ଟ କରି ଲୋକପ୍ରିୟତା ପାଇଥିଲେ।

   Related Posts