Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ସୁଷମାଙ୍କ ପରଲୋକରେ ବୀଣା ମଲ୍ଲିକଙ୍କ ବିବାଦୀୟ ଟିପ୍ପଣୀ : ଟ୍ବିଟ୍ କରି କହିଲେ ଏହି କଥା

8/08/2019 at 1:41 PM

ନୂଆଦିଲ୍ଲୀ ୮/୮: ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକ୍ ନିଜ ବିବାଦୀୟ ଟିପ୍ପଣୀ ପାଇଁ ଚର୍ଚ୍ଚିତା। ନିକଟରେ ବୀଣା ୩୭୦ଉପରେ ବିବାଦୀୟ ଟ୍ବିଟ୍ କରିଥିଲେ। ଏବେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକରେ ବୀଣା ଟ୍ବିଟ୍ କରିଛନ୍ତି। ବୀଣାଙ୍କ ଏହି ଟ୍ବିଟ୍ ବିବାଦ ଘେରରେ ଆସିଛି।

ବାସ୍ତବରେ ବୀଣା ମଲ୍ଲିକ୍ ନିଜ ଟ୍ବିଟରରେ ସୁଷମା ସ୍ବରାଜଙ୍କୁ ନେଇ ଟ୍ବିଟ୍ କରି ‘RIH’ ଲେଖିଛନ୍ତି। ଏହା ସହ ବୀଣା ନିଆଁର ଇମୋଜୀ ମଧ୍ୟ ବ୍ୟବହାର କରିଛନ୍ତି। ଏପରି କ୍ଷେତ୍ରରେ RIHର ଅର୍ଥ ସୋଶିଆଲ ମିଡିଆ ୟୁଜରମାନେ ‘ରେଷ୍ଟ ଇନ୍ ହେଲ୍’ ମାନି ଅଭିନେତ୍ରୀଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲେ।

ବୀଣା କିନ୍ତୁ ସୁଷମାଙ୍କ ନାଁ ନେଇନାହାନ୍ତି । କିନ୍ତୁ ଟ୍ବିଟରୁ ପରିଷ୍କାର ହୋଇଯାଉଛି ଯେ ସେ ସୁଷମା ସ୍ବରାଜଙ୍କ ବିଷୟରେ ହିଁ କହୁଛନ୍ତି।

ଜଣେ ୟୁଜର ବୀଣାଙ୍କ ଟ୍ବିଟରେ କମେଣ୍ଟ କରି ଏକ ଫଟୋ ପୋଷ୍ଟ କରିଥିଲେ ଏବଂ ଲେଖିଥିଲେ- ୧୯୪୭ମସିହାରେ ଦୁଇଟି ଦେଶ ସ୍ବାଧୀନ ହୋଇଥିଲେ। ଗୋଟିଏ ଚନ୍ଦ୍ରର ପରିକ୍ରମା କରୁଛି ଏବଂ ଦ୍ବିତୀୟ ଚନ୍ଦ୍ର ପାଇଁ ପରିକ୍ରମା କରୁଛି। ପୋଷ୍ଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଫଟୋ ଲାଗିଛି।

   Related Posts