ପାକିସ୍ତାନୀ ଅଭିନେତ୍ରୀ ମୀରାଙ୍କ ମା'ଙ୍କୁ ଅପହରଣ: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମାଗିଲେ ସାହାଯ୍ୟ

Published By : Prameya-News7 Bureau | June 17, 2021 IST

ଲାହୋର ୧୭/୦୬ : ପାକିସ୍ତାନୀ ଅଭିନେତ୍ରୀ ମୀରା କିଛି ଦିନ ପୂର୍ବରୁ ଏକ ସମ୍ପତ୍ତି ମାମଲାରେ ଲାହୋରର ସିଟି ପୋଲିସ ଷ୍ଟେସନରେ ଆବେଦନ କରିଥିଲେ। କୋଟି କୋଟି ଟଙ୍କା ମୂଲ୍ୟର ତାଙ୍କ ସମ୍ପତ୍ତି ବେଆଇନ ଭାବେ ଜବତ କରିବାକୁ ଉଦ୍ୟମ କରାଯାଉଛି ବୋଲି ମୀରା ଦାବି କରିଥିଲେ। ଏହି ମାମଲାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ।

ପାକିସ୍ତାନର ପ୍ରତିଷ୍ଠିତ ଖବରକାଗଜ ‘ଦି ଏକ୍ସପ୍ରେସ ଟ୍ରିବ୍ୟୁନ୍’ ସହ କଥାବାର୍ତ୍ତା ହୋଇ ମୀରା କହିଛନ୍ତି, ‘ମୋତେ ମିଆଁ ଶାହିଦ ମେହମୁଦଙ୍କ ଦ୍ୱାରା ଧମକ ଦିଆଯାଉଛି। ସେ ଜଣେ ଜମି ହଡପକାରୀ ଯିଏକି ଜଣେ ଭଡାଵାଲା ଭାବରେ ରହିବାକୁ ରାଜି ହୋଇଥିଲା ଏବଂ ବର୍ତ୍ତମାନ ସେ ମୋ ପରିବାରର ସମ୍ପତ୍ତି ବେଆଇନ ଭାବେ ଜବତ କରିବାକୁ ଚେଷ୍ଟା କରୁଛି। ଏହି ବ୍ୟକ୍ତି ମୋ ମା’ଙ୍କୁ ଅପହରଣ କରି ନେଇଛି ଏବଂ ବର୍ତ୍ତମାନ ସେ ମୋ ପରିବାରର ସମ୍ପତ୍ତି କବଜା କରିବାକୁ ଚେଷ୍ଟା କରୁଛି। ମୁଁ ଲାହୋର ପୋଲିସ ଷ୍ଟେସନରେ ଏକ ଆବେଦନ ଦାଖଲ କରିଛି ଏବଂ ଏ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛି।

{"id":467536,"sizeSlug":"large","linkDestination":"none"}

'ସେ ଆହୁରି କହିଛନ୍ତି ଯେ 'ମୁଁ ମୋର ପୁରା କ୍ୟାରିଅରକୁ ଏହି ଦେଶ ପାଇଁ ଉତ୍ସର୍ଗ କରିଛି ଏବଂ ସମ୍ପତ୍ତି ଜବତ ବିରୋଧରେ ସରକାରଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଏଥି ସହିତ ମୀରାଙ୍କ ନିକଟ ସୂତ୍ରରୁ ଜଣାପଡିଛି ଯେ ଲାହୋରରେ ମୀରାଙ୍କ ସମ୍ପତ୍ତି ୨୦୦ ମିଲିୟନ PKR ଅଟେ।କିଛି ଦିନ ପୂର୍ବରୁ ମିଆଁ ଶାହିଦ ମେହମୁଦ ନାମକ ଜଣେ ନାଗରିକ ଲାହୋର ସିସିପିଓରେ ଏକ ଆବେଦନ କରିଥିଲେ ଯେ ମୀରାଙ୍କ ମାତା ଶଫକତ ଜହରା ବୁଖାରୀ ଏବଂ ତାଙ୍କ ଭାଇ ଅହସାନ ତାଙ୍କୁ ପ୍ରତାରଣା କରିଛନ୍ତି।

ସେ କହିଥିଲେ ଯେ ସେ ମୀରାଙ୍କ ମା'ଙ୍କ ଠାରୁ ସମ୍ପତ୍ତି କିଣିଥିଲି ଏବଂ ଦେୟ ମଧ୍ୟ ଦେଇଥିଲି। କିନ୍ତୁ ଯେତେବେଳେ ସେ ସମ୍ପତ୍ତି ଦସ୍ତାବିଜ ମାଗିଥିଲେ ମୀରାଙ୍କ ମା' ଦେଇନଥିଲେ। ଭାରତୀୟ ମଧ୍ୟ ଅଭିନେତ୍ରୀ ମୀରାଙ୍କୁ ଭଲ ଭାବେ ଜାଣିଛନ୍ତି। ସେ ବଲିଉଡର ଅନେକ ଫିଲ୍ମରେ କାମ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.