ଜମ୍ମୁ କାଶ୍ମୀରକୁ ନେଇ ପାକିସ୍ତାନୀ ଅଭିନେତ୍ରୀ କରିଲେ ଟୁଇଟ୍, କହିଲେ ଜଳୁଛି ସ୍ବର୍ଗ…ଆଉ ଆମେ ନୀରବରେ କରୁଛୁ ଅଶ୍ରୁମୋଚନ
5/08/2019 at 6:51 PM

ନୂଆଦିଲ୍ଲୀ୫|୮: ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଜାମ୍ମୁ କାଶ୍ମୀର ପୁର୍ନଗଠନ ସଂକଳ୍ପ ଓ ବିଲ ଆଗତ କରିବାପରେ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଛି । ପୁନର୍ଗଠନ ସଂକ୍ରାନ୍ତୀୟ ବିଲ ରାଜ୍ୟ ସଭାରେ ଅନୁମୋଦନ ଲାଭ କରିଛି । ବିଲ ସପକ୍ଷରେ ୧୨୫ଜଣ ସଦସ୍ୟ ବୋଟ ଦେଇତିବାବେଳେ ବିଲ ବିପକ୍ଷରେ ମାତ୍ର ୬୧ଜଣ ଭୋଟ ଦେଇଛନ୍ତି ।
ସମଗ୍ର ଦେଶ ପାଇଁ ଏହା ଏକ ଐତିହାସିକ ଦିନ କହିଲେ ଭୁଲ ହେବ ନାହିଁ । ଆସନ୍ତାକାଲି ଲୋକସଭାରେ ଏହି ବିଲ ନେଇ ଆଲୋଚନା ହେବ ।ବିଜେପିର ସଂଖ୍ୟାଗରିଷ୍ଠତା ଥିବାରୁ ଲୋକସଭାରେ ମଧ୍ୟ ଏହି ବିଲ ପାସ ହେବା ଏକପ୍ରକାର ସ୍ପଷ୍ଟ । ଫଳରେ ଏବେ ଜମ୍ମୁକାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବ । କାଶ୍ମୀରକୁ ଗତ ୭୦ ବର୍ଷ ହେଲା ମିଳିଥିବା ବିଶେଷ ରାଜ୍ୟର ମାନ୍ୟତା ଶେଷ ହୋଇଛି। ଜାମ୍ମୁ-କାଶ୍ମୀର ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ହେବ ଓ ଲଦାଖ ଅଲଗା ହୋଇ ଆଉ ଏକ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବ।

ଜାମ୍ମୁ-କାଶ୍ମୀରକୁ ନେଇ ଭାରତ ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ନେଇ ସମଗ୍ର ପାକିସ୍ତାନରେ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି । ଗତ କିଛି ଦିନ ହେବ ଜମ୍ମୁ-କାଶ୍ମୀରର ପରିସ୍ଥିତି ନେଇ ପାକିସ୍ତାନ କଳାକାର ମଧ୍ୟ ଲଗାତାର ଟୁଇଟ୍ କରୁଛନ୍ତି। ପାକିସ୍ତାନୀ ଅଭିନେତ୍ରୀ ମାହୀରା ଖାନ ଜମ୍ମୁ-କାଶ୍ମୀର ବିବାଦ ନେଇ ଟୁଇଟ୍ କରିଛନ୍ତି। ଏନେଇ ସେ ବେଶ ଚିନ୍ତିତ। ମାହୀରା ଟୁଇଟ୍ କରିଛନ୍ତି ଯେ, ଯେଉଁ ବିଷୟରେ ସେ ଚର୍ଚ୍ଚା କରିବାକୁ ଚାହୁଁନଥିଲେ ସେହି ବିଷୟ ତାଙ୍କୁ ଏବେ ଚୁପ କରିଦେଇଛି। ଏହା ତାଙ୍କ ପାଇଁ ଏକ ସୀମା ହୋଇଯାଇଛି।
ସ୍ବର୍ଗ ଜଳୁଛି ଓ ସେମାନେ ଚୁପ ହୋଇ କାନ୍ଦୁଛନ୍ତି ବୋଲି ମାହୀରା ଲେଖିଛନ୍ତି। ପାକିସ୍ତାନୀ ଅଭିନେତ୍ରୀଙ୍କର ଏହି ଟୁଇଟ୍ରେ ଲୋକେ ଖୁବ କମେଣ୍ଟ କରୁଛନ୍ତି। ଜମ୍ମୁ-କାଶ୍ମୀର ନେଇ ଅନେକ ଦିନରୁ ବିବାଦ ଚାଲିଥିଲା ଓ ତାହା ଏବେଶେଷ ହୋଇଛି। ୩୪ ବର୍ଷ ବୟସ୍କା ମାହୀରା ଖାନ ପାକିସ୍ତାନ ସହ ଭାରତରେ ମଧ୍ୟ ନିଜର ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ବଲିଉଡ ଫିଲ୍ମ ରହିଜରେ ଶାହରୁଖ ଖାନ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନୟ କରି ସେ ବେଶ ଚର୍ଚ୍ଚାରେ ଥିଲେ। ପାକିସ୍ତାନୀ ଫିଲ୍ମ ସୁପରଷ୍ଟାରରେ ଅଭିନୟ କରି ମାହୀରା ପରଦାରେ କମ୍ବ୍ୟାକ୍ କରିବାକୁ ଯାଉଛନ୍ତି।