Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ଭାରତ ପାଇଁ ପ୍ରାର୍ଥନା କଲେ ପାକିସ୍ତାନୀ ଅଭିନେତା ଅଲି ଜାଫର: ‘ଏହି ସଙ୍କଟ ସ୍ଥିତିରେ ଆମେ ଭାରତ ସହ ଛିଡା ହୋଇଛି’

6/05/2021 at 10:51 AM

ନୂଆଦିଲ୍ଲୀ ୦୬/୦୫ : ଭାରତରେ କରୋନା ସ୍ଥିତି ସଙ୍ଗୀନ ହୋଇଗଲାଣି। କରୋନା ସଂକ୍ରମଣ ମାମଲା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ନିୟମିତ ୩ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଛି। ଭାରତର ଏହି ସ୍ଥିତି ଦେଖି ଅନେକ ଦେଶ ଦୁଃଖ ପ୍ରକାଶ କରିଛନ୍ତି। ଭାରତର ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ଦୁଃଖ ପ୍ରକାଶ କରିଛି। ପାକିସ୍ତାନ ଅଭିନେତା ଓ ଗାୟକ ଅଲି ଜାଫର ମଧ୍ୟ ଦେଶରେ ଏହି ସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଅଲି ଜାଫର ଏକ ଭିଡିଓ ମେସେଜ ସେୟାର କରିଛନ୍ତି ଯେଉଁଥିରେ ସେ ଭାରତ ଜନତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ପ୍ରାର୍ଥନା କରିବାକୁ କହିଛନ୍ତି।

ଭିଡିଓରେ ଅଲି ଜାଫର କହିଛନ୍ତି, ହିନ୍ଦୁସ୍ତାନ ଜନତା ଯେଉଁ ସଙ୍କଟ ସ୍ଥିତି ଦେଇ ଗତି କରୁଛନ୍ତି ତାର ଅନ୍ଦାଜା ଲଗାଇବା ମୁସ୍କିଲ। ପାକିସ୍ତାନରେ ଲୋକେ ସଙ୍କଟ ସ୍ଥିତିରେ ଅଛନ୍ତି, ଚିନ୍ତିତ ଅଛନ୍ତି। ସେ କହିଛନ୍ତି ବୋଧହୁଏ ଏମିତି ସଙ୍କଟ ସମୟରୁ ହିଁ ଆମେ ଶିକ୍ଷା ପାଇଥାଉ ଯେ ମାନବିକତା କଣ ଏବଂ ମାନବିକତାରୁ ବଢି ଆଉ କିଛି ନାହିଁ। ଏହିଭଳି ସଂଗୀନ ସ୍ଥିତିରେ ପାକିସ୍ତାନ ଭାରତ ସହ ଛିଡା ହୋଇଛି ଏବଂ ଭାରତବାସୀଙ୍କ ପାଇଁ ପ୍ରାର୍ଥନା କରୁଛି। ଈଶ୍ୱର ସମସ୍ତଙ୍କୁ ସୁସ୍ଥ ଓ ଖୁସି ରଖନ୍ତୁ। ପାକିସ୍ତାନବାସୀଙ୍କ ପାଇଁ ମଧ୍ୟ ସେ ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଆମେ ସମସ୍ତେ ମିଶି ପରସ୍ପର ପାଇଁ ପ୍ରାର୍ଥନା କରୁଛି। 

ଅଲି ଜାଫର ଏହି ଭିଡିଓ ଜରିଆରେ ଭାରତବାସୀଙ୍କୁ ସନ୍ଦେଶ ଦେବାକୁ ଚେଷ୍ଟା କରିଛନ୍ତି ଯେ କରୋନାର ସଙ୍କଟ ପରିସ୍ଥିତିରେ ପାକିସ୍ତାନ ଲୋକ ମଧ୍ୟ ଭାରତୀୟଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ଅଲି ଜାଫର ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି। ‘କିଲ୍ ଦିଲ୍’, ‘ମେରେ ବ୍ରଦର୍ କି ଦୁଲହନ୍’, ‘ଚଶମେ ବଦ୍ଦୁର୍’, ‘ଡିୟର୍ ଜିନ୍ଦଗି’, ‘ତେରେ ବିନ୍ ଲାଦେନ୍’ ‘ଲଣ୍ଡନ୍ ପ୍ୟାରିସ୍ ନ୍ୟୁୟର୍କ’ ଆଦି ଫିଲ୍ମରେ ସେ କାମ କରିଛନ୍ତି।

   Related Posts