Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

‘ପାକିସ୍ତାନ ଜିନ୍ଦାବାଦ’ ନାରାରେ କମ୍ପିଲା ଧାର୍ମିକ ଶୋଭାଯାତ୍ରା, ପୋଲିସ ସାଜିଥିଲା ନିରବଦ୍ରଷ୍ଟା, ଅଭିଯୋଗ ପରେ ଖାକିର ତତ୍ପରତା

21/10/2021 at 5:15 PM

ନୋଏଡା ୨୧/୧୦: ଉତ୍ତରପ୍ରଦେଶର ନୋଏଡା ଜିଲ୍ଲାରେ ‘ପାକିସ୍ତାନ ଜିନ୍ଦାବାଦ’ ନାରା ଲଗାଇବା ନେଇ ମାମଲା ସାମ୍ନାକୁ ଆସିଛି। ଏନେଇ ଭିଡିଓ ଭାଇରାଲ୍‌ ହେବା ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ମଙ୍ଗଳବାର ଇଦ ମିଲାଦ-ଉଲ-ନବୀ ଅବସରରେ ଶୋଭାଯାତ୍ରା ବାହାରିଥିଲା । ଏହି ସମୟରେ ପାକିସ୍ତାନର ନାରା ପକାଇଥିଲେ ଲୋକେ। ଏନେଇ ଭିଡିଓ ଭାଇରାଲ୍‌ ହେବା ପ​‌ରେ କିଛି ଲୋକ ନୋଏଡା ସେକ୍ଟର ୨୦​‌ ଥାନାରେ ପହଞ୍ଚି ନିଜର ଅସନ୍ତୋଷ ବ୍ୟକ୍ତ କରି ଏତଲା ଦେଇଥିଲେ।

ଘଟଣାଟି ନୋଏଡାର ଥାନା ସେକ୍ଟର ୮ରେ ମଙ୍ଗଳବାର ଦିନ ଘଟିଥିଲା । ପୋଲିସ ଅଧିକାରୀ ରାଜେଶ ଏସ୍‌ଙ୍କ ଅନୁସାରେ ଭିଡିଓ ଭାଇରାଲ୍‌ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଧାର୍ମିକ ଶୋଭାଯାତ୍ରାରେ କିଛି ଲୋକ ପାକିସ୍ତାନ ଜିନ୍ଦାବାଦ ନାରା ପକାଇଥିଲେ। ଭିଡିଓ ଆଧାରରେ ମାମଲା ରୁଜୁ କରି ମହମଦ ଜାଫର, ସମୀର ଅଲୀ ଏବଂ ଅଲୀ ରଜାକୁ ଗିରଫ କରାଯାଇଛି ।

ଏହା ସହ ଅନ୍ୟ ଅଭିଯୁକ୍ତ ଫେରାର ଅଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟ କଥା ଯେତେବେଳେ ଏହି ନାରା ପକାଯାଉଥିଲା ସେଠାରେ ପୋଲିସ ଉପସ୍ଥିତ ଥିଲା। କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠନ ନେଇନଥିଲା। ସେଠାରେ ଉପସ୍ଥିତି ଅନ୍ୟ ଜଣେ କେହି ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ସମସ୍ତ ମାମଲା ସାମ୍ନାକୁ ଆସିଥିଲା ।   

   Related Posts