Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଇମ୍ରାନ ଓ ତାଙ୍କ ସେନାକୁ ଆଇନା ଦେଖାଇଲେ ପାକ୍ ମହିଳା ବିଦ୍ୱାନ, କହିଲେ କାଶ୍ମୀର ଲାଗି ଭାରତ ବିରୋଧରେ ଲଢିବାକୁ ଏବେ ସମର୍ଥ ନୁହେଁ ଦେଶ

19/08/2019 at 6:32 PM

ଲଣ୍ଡନ : ଜମ୍ମୁ-କାଶ୍ମୀରରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଓ ଧାରା ୩୫-ଏ କୁ ନିଷ୍ପ୍ରଭାବ କରିଦେଇଛି ଭାରତ । ଯାହାକୁ ନେଇ ପଡୋଶୀ ପାକ୍ ଏବେ ସାରା ବିଶ୍ୱରେ ଭାରତର ଅପପ୍ରଚାର କରିବା ସହ ମଝିରେ ମଝିରେ  ଯୁଦ୍ଧ ପାଇଁ ବି ଆହ୍ୱାନ ଦେଉଛି। ତେବେ ଲଣ୍ଡନରେ ଅବସ୍ଥାନ କରୁଥିବା ଜନୈକା ପାକିସ୍ତାନୀ ମହିଳା ବିଦ୍ୱାନ ପାକ୍ ର ପୋଲ ଖୋଲିଦେଇଛନ୍ତି। ପାକିସ୍ତାନୀ ବିଦ୍ୱାନ, ଲେଖକ, ଓ ପ୍ରତିରକ୍ଷା ବିଶେଷଜ୍ଞ ଆୟେଶା ସିଦ୍ଦୀକା ପାକିସ୍ତାନ ସେନା ଓ ଦେଶକୁ ନିଜର ଚେହେରା ଦେଖାଇ ଦେଇଛନ୍ତି। କହିଛନ୍ତି କାଶ୍ମୀରକୁ ଏବେ ଭୁଲିଯିବାଟା ହିଁ ପାକିସ୍ତାନ ଲାଗି ବୁଦ୍ଧିମତାର କାମ ହେବ। 

ପ୍ରତିରକ୍ଷା ବିଶେଷଜ୍ଞ ଆୟେଶା କହିଛନ୍ତି ଯେ ଭାରତ ବିରୋଧରେ ଯୁଦ୍ଧ୍ କରିବାର ସାମର୍ଥ୍ୟ ଏବେ ପାକିସ୍ତାନର ନାହିଁ। ଦେଶ ଏବେ  ଆର୍ଥିକ ମାନ୍ଦାବସ୍ଥା ସାଙ୍ଗକୁ ଦରବୃଦ୍ଧି ଭଳି ସମସ୍ୟାର ସମ୍ମୁଖୀନ ହୋଇଛି। ଯାହାର ସିଧା ପ୍ରଭାବ ଦେଶର ସାଧାରଣ ନାଗରିକଙ୍କ ଉପରେ ପଡୁଛି। ଏଭଳି ପରିସ୍ଥିତିରେ ଭାରତ ବିରୋଧରେ ଯୁଦ୍ଧ୍ ଚିନ୍ତା ବି କରିବା ଉଭୟ ପାକ୍ ସରକାର ଓ ସେନା ଲାଗି ଉଚିତ ସମୟ ନୁହେଁ।

ସିନେ ଇଂକ ସହ ଏକ ଆଲୋଚନାରେ ଆୟେଶା କହିଛନ୍ତି ଯେ କାଶ୍ମୀର ଘଟଣା ପରେ ପାକ୍ ଅଧିକୃତ କାଶ୍ମୀରରେ ରହୁଥିବା ମୋର ଜଣେ ପରିଚିତ ବନ୍ଧୁଙ୍କ ସହ କଥା ହୋଇଥିଲି। ଏଭଳି ପରିସ୍ଥିତିରେ ପାକିସ୍ତାନ ଯୁଦ୍ଧ୍ କାହିଁକି କରୁନାହିଁ ବୋଲି ତାଙ୍କୁ ପଚାରିଥିଲି। ସେ କହିଥିଲେ ପାକ୍ ହାରିଯିବ।  ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସାଧାରଣ ଜନତା ବି ଏବେ ଦେଶର ପରିସ୍ଥିତିକୁ ଅନୁଭବ କରିପାରୁଛନ୍ତି ଓ ଭାରତ ଭଳି ଦେଶସହ ସିଧାଶଳଖ ଯୁଦ୍ଧକୁ ଓହ୍ଲାଇବାର ପରିଣାମ କ’ଣ ହେବ ତାହା ଜାଣିପାରୁଛନ୍ତି। ଏଣୁ ସରକାର ଓ ସେନା ଜନତାଙ୍କ ଭାବନାକୁ ବୁଝିବା ଦରକାର। ତେବେ ଏହାର ମାନେ ନୁହେଁ ଯେ ଭାରତ ବିରୋଧରେ କିଛି କରିହେବ ନାହିଁ ବୋଲି କହିଛନ୍ତି ସିଦ୍ଦୀକା। ତେବେ ଯୁଦ୍ଧ କଦାପି ନୁହେଁ ବୋଲି ସତର୍କ କରାଇଦେଇଛନ୍ତି।

ସିଦ୍ଦୀକା କହିଛନ୍ତି ଯେ ଗତ ୭୨ ବର୍ଷ ହେଲା ପାକିସ୍ତାନ କେବଳ କାଶ୍ମୀର ଓ ଭାରତ ଉପରେ ତାର ସମସ୍ତ ଧ୍ୟାନ କେନ୍ଦ୍ରିତ କରିଆସିଛି। ହେଲେ ଦିନେ ସକାଳୁ ଉଠି ଦେଖିବା ବେଳକୁ ସବୁ ଲୁଟ ହୋଇଯାଇଛି। ଘଟଣାରେ ପାକିସ୍ତାନ ସେନାର କିଛି ସମୂହ ଗଭୀର ମର୍ମାହତ ହୋଇଛନ୍ତି। ଏହାକୁ ନେଇ ସେମାନେ କ୍ଷୋଭ ଓ ରାଗରେ ଅଛନ୍ତି। ହୁଏତ ଏହି ସମୂହମାନେ ପ୍ରଶ୍ନ କରିପାରନ୍ତି ସରକାର ପାକିସ୍ତାନ ଲାଗି କରିଛନ୍ତି କ’ଣ । ତେବେ ଏହାକୁ ନେଇ ସେନା କିଭଳି ରିଆକ୍ଟ କରିବ ତାହା ତା ଉପରେ ନିର୍ଭର କରେ ବୋଲି କହିଛନ୍ତି ସିଦ୍ଦୀକା।

   Related Posts