ଏହି ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ମୁକ୍ତ କରିବ ପାକିସ୍ତାନ, ୨୧ ବର୍ଷ ତଳେ ଭାରତ କରିଥିଲା ଖଲାସ

Published By : Prameya-News7 Bureau | April 03, 2020 IST

ନୂଆଦିଲ୍ଲୀ, ୦୩|୦୪:   ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ସର୍ବଦା ନରମ ଆଭିମୁଖ୍ୟ ପୋଷଣ କରୁଥିବା ଅଭିଯୋଗ ହୋଇ ଆସୁଛି । ନିଜ ଦେଶରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ବିରୋଧରେ ପାକ୍ କିପରି କାର୍ଯ୍ୟାନୁଷ୍ଠାନ ନେଉଛି ତାହାର ଅନେକ ଉଦାହରଣ ରହିଛି । ତେବେ ପାକ୍ ଅତିଶୀଘ୍ର ଜେଲରେ ବନ୍ଦୀ ଥିବା ଏକ ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ଖଲାସ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ବନ୍ଦୀ ଥିବା ଆତଙ୍କବାଦୀ ଉମର ସୟିଦ ଶେକ୍ ବିରୋଧରେ ଆମେରିକା ସାମ୍ବାଦିକଙ୍କୁ ହତ୍ୟା ଓ ୧୯୯୯ରେ କାନ୍ଦହାର ବିମାନ ହାଇଜାକର ଅଭିଯୋଗ ରହିଛି ।

ତେବେ ଏହି ଖବର ପରେ ଆମେରିକା ପାକିସ୍ତାନକୁ ତାଗିଦ କରିବା ସହ ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛି । ପୂର୍ବରୁ ଆମେରିକା ସାମ୍ବାଦିକ ଡାନିଏଲ ପଲଙ୍କ ହତ୍ୟାରେ ଫାଶୀଦଣ୍ଡ ପାଇଥିବା ସୟିଦକୁ ପାକ୍ କୋର୍ଟ ୭ ବର୍ଷର ଜେଲଦଣ୍ଡରେ ପରିବର୍ତ୍ତନ କରିଥିଲେ । ଏହି ନିଷ୍ପତି ପରେ ଏହି ଦୁର୍ଦ୍ଦାନ୍ତ ଆତଙ୍କବାଦୀର ଖଲାସ ହେବା ନେଇ ବାଟ ସଫା ହୋଇଛି ।

ସୂଚନାଯୋଗ୍ୟ, ୧୯୯୯ ଭାରତ କାନ୍ଦହାର ଏୟାର ଇଣ୍ଡିଆ ବିମାନ ହାଇଜାକ ଘଟଣା ପରେ ଉମରକୁ ଖଲାସ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.