ପାକିସ୍ତାନରେ ତେଜିଲା ଇମ୍ରାନ ବିରୋଧି ବିକ୍ଷୋଭ – ଇସ୍ତଫା ଦାବି କରି ଫ୍ରିଡମ୍ ମାର୍ଚ୍ଚ କରିବେ ବିରୋଧୀ
27/10/2019 at 5:54 PM

ନୂଆଦିଲ୍ଲୀ୨୭|୧୦: ପାକିସ୍ତାନ ସରକାର ଓ ବିରୋଧୀ ଦଳ ମଧ୍ୟରେ ଅର୍ନ୍ତଦ୍ବନ୍ଦ ଲାଗି ରହିଛି। ବିରୋଧୀ ଦଳର ନେତାମାନେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇସ୍ତାଫା ଦାବି କରିଛନ୍ତି । ସହମତି ପାଇଁ ବାରମ୍ବାର ପାକ୍ ସରକାର ଓ ବିରୋଧୀଙ୍କ ମଧ୍ୟରେ ବୈଠକ ବସିଛି । ହେଲେ ଏହି ବୈଠକରୁ କୌଣସି ସୁଫଳ ମିଳିନାହିଁ ।
ସୂଚନା ଅନୁସାରେ ଏହି ବୈଠକ ପରେ ବିରୋଧୀନେତାଙ୍କ ଫ୍ରିଡମ୍ ମାର୍ଚ୍ଚ ବନ୍ଦ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ସମୟରେ ଇମ୍ରାନ ଖାନଙ୍କ ଇସ୍ତଫା ଦାବି ପୂରା ପାକିସ୍ତାନରେ ବ୍ୟାପିବାରେ ଲାଗିଛି।
ପାକିସ୍ତାନରେ ଆର୍ଥିକ ଅବସ୍ଥା ଏବେ ନିମ୍ନସ୍ତରରେ ପହଞ୍ଚିଛି । ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ସାଧାରଣ ଜନତାଙ୍କ ଅବସ୍ଥା ଖରାପ । ଏଥିସହ ପ୍ରତ୍ୟେକ କାର୍ଯ୍ୟରେ ଇମ୍ରାନ ଖାନ ବିଫଳ ହେଉଛନ୍ତି। ଏନେଇ ବିରୋଧୀ ପ୍ରଧାନମନ୍ତ୍ରୀ ଇସ୍ତଫା ଦାବି କରିଛନ୍ତି। ଅକ୍ଟୋବର ୩୧ ତାରିଖରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ବିରୋଧୀ ଦଳ ନେତା ଫ୍ରିଡମ୍ ମାର୍ଚ୍ଚ କରିବେ ବୋଲି ଘୋଷଣା କରିଛନ୍ତି ।
ବିରୋଧୀଙ୍କ ସହ ବସିଥିବା ବୈଠକରେ ପାକ୍ର ପ୍ରତି ରକ୍ଷା ମନ୍ତ୍ରୀ ପରଭେଜ ଖାନ ଯୋଗ ଦେଇଥିଲେ। ଏହି ବୈଠକ ଶାନ୍ତି ଶୃଙ୍ଖଳା ସହ ହୋଇଥିଲା। ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ବୋଲି ଖଟ୍ଟୁକ୍ କହିଛନ୍ତି। କିନ୍ତୁ ଅନ୍ୟପଟେ୍ ବିପକ୍ଷ ନେତା JUI-Fର ନେତା ଦୁର୍ୟାନି କହିଛନ୍ତି ଯେ ବୈଠକରେ କୌଣସି ସମାଧାନର ରାସ୍ତା ବାହାରି ନାହିଁ। ପାକିସ୍ତାର ସରକାରର ଅତିଶୀଘ୍ର ପତ୍ତନ ଘଟିବ ବୋଲି ବିରୋଧୀ ଦାବି କରିଛନ୍ତି ।