FATF ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ ! ପାଳନ କରିପାରିନି ୬ ନିର୍ଦ୍ଦେଶ

Published By : Prameya-News7 Bureau | October 18, 2020 IST

ନୂଆଦିଲ୍ଲୀ ୧୮।୧୦: ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ଙ୍କ ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ। ଏହି ସୂଚୀରୁ ବାହାରିବା ଲାଗି ଦିଆଯାଇଥିବା ଟାସ୍କ ପୁରଣ କରିବାରେ ପାକିସ୍ତାନ ବିଫଳ ହୋଇଛି। ଏଣୁ କଳା ତାଲିକାଭୁକ୍ତ ନ ହେଲେ ବି ଗ୍ରେ ଲିଷ୍ଟରୁ ବାହାରି ପାରିବନି ବୋଲି ସ୍ପଷ୍ଟ ହୋଇଯାଇଛି। ତେବେ ପାକିସ୍ତାନକୁ ନେଇ କଣ ନିଷ୍ପତ୍ତି ହେବ ତାହା ଏଫଏଟିଏଫଙ୍କ ଅକ୍ଟୋବର ୨୧ରୁ ଆରମ୍ଭ ହେବାକୁ ଯାଉଥିବା ୩ ଦିବସୀୟ ବୈଠକରେ ସ୍ପଷ୍ଟ ହୋଇଯିବ।

{"id":346759,"sizeSlug":"large"}

ଏଫଏଟିଏଫ ପାକିସ୍ତାନକୁ ମୋଟ ୬ଟି ଦାୟିତ୍ୱ ଦେଇଥିଲେ। ହେଲେ ଏଥିରୁ ଗୋଟିଏ ବି ପୂରଣ କରିପାରିନି ପାକ୍। ଅନ୍ୟପକ୍ଷରୁ ଦେଶରୁ ଅଚାନକ ୪ ହଜାରରୁ ଅଧିକ ଆତଙ୍କବାଦୀ ଉଭାନ ହୋଇଯାଇଛନ୍ତି। ଫଳରେ ଗ୍ଲୋବାଲ ମନି ଲଣ୍ଡ୍ରିଂ ଓ ଟେରର ଫଣ୍ଡିଂ ଲାଗି ଗ୍ରେ ଲିଷ୍ଟରୁ ହଟି ନ ପାରେ ନିଶ୍ଚିତ। ଅକ୍ଟୋବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଏଫଏଟିଏଫ ସବ୍ ଗ୍ରୁପ ବୈଠକ ଅନୁଷ୍ଠିତ ହେବ। ଏଥିରେ ପାକିସ୍ତାନକୁ ଦିଆଯାଇଥିବା ମୁଖ୍ୟ ୬ଟି କାର୍ଯ୍ୟର ସମୀକ୍ଷା ହେବ।

{"id":346761,"sizeSlug":"large"}

ଏଫଏଟିଏଫ ପାକିସ୍ତାନକୁ ମୋଟ ୨୭ଟି ୱାର୍କ ପ୍ଲାନ ଦେଇଥିଲେ। ଏଥିରୁ ୨୧ଟି ପୂରଣ କରିପାରିଛି। ତେବେ ପ୍ରମୁଖ କାର୍ଯ୍ୟ ଟେରର ଫଣ୍ଡିଂ ଓ ଗ୍ଲୋବାଲ ମନି ଲଣ୍ଡ୍ରିଂରେ ବିଫଳ ରହିଛି। ଏହା ଛଡା ଭାରତର ୨ ବାଞ୍ଛିତ ଅପରାଧି ହାଫିଜ ସଇଦ ଓ ମୌଲାନା ମାସୁଦ ଅଝହର ବିରୋଧରେ କାର୍ଯ୍ୟାନୁଷ୍ଠାନରେ ମଧ୍ୟ ବିଫଳ ରହିଛି। ପାକିସ୍ତାନର କାର୍ଯ୍ୟକଳାପରେ ବିଶ୍ୱର ୪ ପ୍ରମୁଖ ଦେଶ ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନ ଅସନ୍ତୁଷ୍ଟ ଅଛନ୍ତି। ଏଣୁ ହୁଏତ ବ୍ଲାକଲିଷ୍ଟରୁ ବର୍ତ୍ତିଯାଇପାରେ କିନ୍ତୁ ଏବେବି ଗ୍ରେ ଲିଷ୍ଟରେ ରହିବା ନିଶ୍ଚିତ ବୋଲି ଅଧିକାରୀ ଆଶଙ୍କା ବ୍ୟକ୍ତ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.