ପାକିସ୍ତାନ ପାଇଁ ଅତ୍ୟନ୍ତ ଖରାପ ଖବର : ଖୁବ୍ ଶୀଘ୍ର ଦୁଇ ଭାଗରେ ବିଭାଜିତ ହୋଇପାରେ ପାକିସ୍ତାନ

Published By : Prameya-News7 Bureau | February 18, 2019 IST

ଇସଲାମାବାଦ ୧୮/୨: ଭାରତକୁ ଟିକିଟିକି କରି ବାଣ୍ଟିବାର ଧମକ ଦେଇଥିବା ପାକିସ୍ତାନର ସମସ୍ୟା ଥମିବାର ନାଁ ଧରୁନାହିଁ।  ପ୍ରଥମତଃ ପାକିସ୍ତାନରେ ବୈଦେଶିକ କରଜର ବୋଝ ବଢ଼ି ବଢ଼ି ଚାଲିଥିବାବେଳେ ପାକିସ୍ତାନ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ଧୀରେ ଧୀରେ ବଢ଼ି ବଢ଼ି ଚାଲିଛି। ଆଜି ଆମେ ଜାଣିବା କିଭଳି ଭାବେ ଇମରାନ ଖାନ୍ ସରକାରରେ ପାକିସ୍ତାନ ଦୁଇ ଭାଗରେ ବିଭାଜିତ ହେବ।

{"id":86301,"width":593,"height":356}

ସ୍ବାଧୀନତା ସମୟରେ ଯେତେବେଳେ ଭାରତ ବେଲୁଚିସ୍ତାନକୁ ନିଜ ରାଜ୍ୟରେ ସାମିଲ କରିବାକୁ ମନା କରିଥିଲା ପାକିସ୍ତାନ ବେଲୁଚିସ୍ତାନ ଉପରେ ଆକ୍ରମଣ କରି ଏହାକୁ ନିଜର ରାଜ୍ୟରେ ଅନ୍ତର୍ଭୁକ୍ତ କରିଥିଲା। କିନ୍ତୁ ସ୍ବାଧୀନତା ପରଠୁ ଆଜି ପର୍ଯ୍ୟନ୍ତ ବେଲୁଚିସ୍ତାନରେ ସବୁବେଳେ ପାକିସ୍ତାନ ବିରୋଧୀ ସ୍ଲୋଗାନ ଲାଗିଛି ଏବଂ ଏହି ବିରୋଧର ବହ୍ନି ଦିନକୁ ଦିନ ଉଗ୍ର ହେବାରେ ଲାଗିଛି।

{"id":86302,"width":596,"height":334}

ନିକଟରେ ପାକିସ୍ତାନର ବେଲୁଚିସ୍ତାନରେ ପାକିସ୍ତାନ ବିରୋଧୀ ପ୍ରଦର୍ଶନ ଅତ୍ୟନ୍ତ ଉଗ୍ର ରୂପ ଧାରଣ କରିଥିଲା। ଏଠାରେ ଲୋକେ ନିଜକୁ ସ୍ବାଧୀନ କରିବାକୁ ଦାବି କରୁଥିଲେ। ଏଠାରେ ଆନ୍ଦୋଳନ କରୁଥିବା ଲୋକେ କହିଥିଲେ ‘‘ଆମେ କେବେ ପାକିସ୍ତାନୀ ନଥିଲୁ ,ବରଂ ଆମେ ବେଲୁଚିସ୍ତାନୀ। ଏବଂ ଆମ ରାଜ୍ୟ ପାକିସ୍ତାନଠାରୁ ଅଲଗା ହେବା ଆବଶ୍ୟକ। ଏବେ ଯେକୈାଣସି ପରିସ୍ଥିତିରେ ପାକିସ୍ତାନକୁ ଆମକୁ ସ୍ବାଧୀନତା ଦେବାକଳୁ ପଡ଼ିବ’’।

{"id":86303,"width":600,"height":338}

ଯଦି ଏପରି ପରିସ୍ଥିତିରେ ପାକିସ୍ତାନ ବିରୋଧ ପ୍ରଦର୍ଶନ କରୁଥିବା ବେଲୁଚିସ୍ତାନ ଆଗରେ ଦୁର୍ବଳ ହେଲା ତେବେ ପାକିସ୍ତାନ ଖୁବ୍ ଶୀଘ୍ର ଦୁଇ ଭାଗରେ ବିଭାଜିତ ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.