ଏବେ ଚୀନକୁ ଝଟକା ଦେଲା ପାକିସ୍ତାନ : ଚାଇନା ଆପ୍ ବିଗୋକୁ କଲା ବ୍ୟାନ୍ ,ଟିକଟକ୍ ମଧ୍ୟ ହେବ ବନ୍ଦ

Published By : Prameya-News7 Bureau | July 21, 2020 IST

ପେଶାଓ୍ବର ୨୧/୭: ଭାରତ,ଆମେରିକା ଏବଂ ବ୍ରିଟେନ୍ ପରେ ଏବେ ଚୀନର ଖାସ୍ ବନ୍ଧୁ ପାକିସ୍ତାନ ଡ୍ରାଗନକୁ ଝଟକା ଦେଇଛି। ପାକିସ୍ତାନ ଟେଲି କମ୍ୟୁନିକେସନ ଅଥୋରିଟି ଚୀନର ଲାଇଭ ଷ୍ଟ୍ରିମିଂ ଆପ୍ ବିଗୋକୁ ବ୍ଲକ୍ କରି ଦେଇଛି। ଏହା ବ୍ୟତୀତ ପାକିସ୍ତାନରେ ମଧ୍ୟ ଟିକଟକ୍ ବ୍ୟାନ୍ ହୋଇପାରେ। ଅଭିଯୋଗ ରହିଛି ଏହି ୨ଟି ଆପ୍ ଜରିଆରେ ଦେଶରେ ଅଶ୍ଳୀଳତା ସୃଷ୍ଟି କରାଯାଉଛି ଯାହା ଏହି ଦେଶ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇପାରେ।

ଗଲଓ୍ବାନ ଘାଟୀରେ ଚୀନି ସୈନିକଙ୍କ ଆକ୍ରମଣ ପରେ ଭାରତରେ ଗତ ମାସରେ ଟିକଟ ସମେତ ଚାଇନାର ୫୯ଟି ଆପ୍ ବ୍ୟାନ୍ କରାଯାଇଥିଲା। ଏହା ପରଠୁ ପାକିସ୍ତାନରେ ଏଭଳି ଦାବି ହୋଇଥିଲା। ପିଟିଏ ସୋମବାର ରାତିରେ ଏକ ବୟାନ୍ ଜାରି କରିଥିଲା ଯେ ଚାଇନା ଆପ୍ ଜରିଆରେ ପାକିସ୍ତାନରେ ଅନୈତିକତା ଏବଂ ଅଶ୍ଳୀଳତା ସୃଷ୍ଟି କରାଯାଉଛି ଯାହାର ପରିଣାମ ଭୟଙ୍କର ହୋଇପାରେ। ବୟାନ୍ ଅନୁସାରେ ଟିକଟକ୍ ଏବଂ ବିଗୋକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଉଛି ଏବଂ ଏବେ ଏଗୁଡ଼ିକ ବ୍ୟାନ୍ କରିବାକୁ ନେଇ ଜୋରସୋର ଦାବି ଧରିଛି।

ପାକିସ୍ତାନର କେତେକ ସାମାଜିକ ସଙ୍ଗଠନ ପିଟିଏକୁ ଚିଠି ଲେଖି ଏହି ଆପଗୁଡ଼ିକ ବ୍ୟାନ୍ କରିବାକୁ ଦାବି କରିଥିଲା। ଏହାକୁ ନେଇ ବିଚାର ପରେ ପିଟିଏ ବୟାନ ଜାରି କରିଥିଲା। ପାକିସ୍ତାନ ପବଜୀ ଗେମ୍ ଆପକୁ ମଧ୍ୟ ବନ୍ଦ କରି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.