Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ସାଉଦି ଆରବର ପ୍ରିନ୍ସଙ୍କୁ ପାକିସ୍ତାନ କଲା ଜୋରଦାର ସ୍ବାଗତ : ଫେବୃୟାରୀ ୧୯ରେ ଆସିବେ ଭାରତ

18/02/2019 at 3:58 PM

ଇସଲାମାବାଦ ୧୮/୨: ଦାରିଦ୍ର୍ୟର ଚରମ ସୀମାରେ ପହଞ୍ଚି ସାରିଥିବା ପାକିସ୍ତାନ ସାଉଦି ଆରବର ରାଜ କୁମାର ମହମ୍ମଦ ବିନ୍ ସଲମାନଙ୍କୁ ଜୋରଦାର ସ୍ବାଗତରେ କରିଛି। ପାକିସ୍ତାନକୁ ଏହାର ଫଳ ମଧ୍ୟ ମିଳିଛି। ପାକିସ୍ତାନ ସହ ପ୍ରିନ୍ସ ସଲମାନ ୨୦ନିୟୁତ ଡଲାରର ଚୁକ୍ତି କରିଛନ୍ତି। ଜାମ୍ମୁ କାଶ୍ମୀରର ପୁଲଓ୍ବାମାଠାରେ ପାକିସ୍ତାନର ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣ ପରେ ପ୍ରିନ୍ସ ସଲମାନ ନିଜ ଯାତ୍ରାକୁ ଗୋଟିଏ ଦିନ ସ୍ଥଗିତ ରଖିଥିଲେ। ଗତ ଶନିବାରଠାରୁ ସେ ତିନିଦିନିଆ ପାକିସ୍ତାନ ଗସ୍ତରେ ଯାଇ ଶନବାର ଦିନ ସେଛାରେ ହଞ୍ଚିବାର ଥିଲା । କିନ୍ତୁ ଏବେ ସେ ମାତ୍ର ଦୁଇଦିନ ପାକିସ୍ତାନରେ ରହି ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ  ମଙ୍ଗଳବାର ଭାରତ ପହଞ୍ଚିବେ।

ପ୍ରିନ୍ସ ସଲମାନଙ୍କ ବିମାନ ପାକିସ୍ତାନ ଆକାଶ ସୀମାରେ ପହଞ୍ଚିବା ମାତ୍ରେ ପାକିସ୍ତାନର ୪ଟି ଫାଇଟର ଜେଟର ରାଓ୍ବଲପିଣ୍ଡି ପର୍ଯ୍ୟନ୍ତ ଏସକର୍ଟ କରିଥିଲା। ତାଙ୍କୁ ପାଛୋଟିବା ପାଇଁ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଅପେକ୍ଷା କରିଥିଲେ। ଇମରାନ ପ୍ରୋଟୋକୋଲ୍ ଭାଙ୍ଗି ସଲମାନଙ୍କୁ ନିଜ ସହିତ ପ୍ରଧାନମନ୍ତ୍ରୀ ନିବାସକୁ ନେଇ ଯାଇଥିଲେ। ପ୍ରିନ୍ସ ସଲମାନ୍ ସେଠାରେ ରହିବେ। ପ୍ରିନ୍ସ ସଲମାନଙ୍କ ସୁରକ୍ଷା ପାଇଁ ପାଖାପାଖି ୧୨୩ଜଣ ସାଉଦି ଆରବ  ରୟାଲ୍ ଗାର୍ଡ଼ ସହିତ ଦେଢ଼ ହଜାରରୁ ଅଧିକ ପାକିସ୍ତାନୀ ଫୋର୍ସଙ୍କୁ ମୁତୟନ କରାଯାଇଛି। ପାକିସ୍ତାନ ସରକାର ପାଖାପାଖି ୩୦୦ ଲ୍ୟାଣ୍ଡ କ୍ରୁଜର ଗାଡ଼ିକୁ ସାଉଦୀ ଡେଲିଗେସନ୍ ପାଇଁ ଲଗାଇଛନ୍ତି।

ପ୍ରିନ୍ସ ସଲମାନ ପାକିସ୍ତାନରେ ୨୦ଆରବ ଡଲାରରୁ ଅଧିକ ପୁଞ୍ଜି ବିନିଯୋଗ ନିମନ୍ତେ ହସ୍ତାକ୍ଷର କରିଛନ୍ତି। ସାଉଦି ଆରବ ଗତ ମାସରେ ପାକିସ୍ତାନର ଆର୍ଥିକ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ପାଖାପାଖି ୬ଆରବ ଡଲାର ଋଣ ଦେଇ ପାକିସ୍ତାନରେ ହ୍ରାସ ପାଉଥିବା ବିଦେଶୀ ମୁଦ୍ରା ଭଣ୍ଡାରକୁ ସମ୍ଭାଳି ଥିଲା।

ପୁଲଓ୍ବାମାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ଯବାନଙ୍କ ପ୍ରାଣାହୁତି ପରେ ପ୍ରିନ୍ସ ସଲମାନ ପାକିସ୍ତାନ ଗସ୍ତରେ ଯାଇଛନ୍ତି। ଭାରତ ଏହି ଘଟଣା ପାଇଁ ପାକିସ୍ତାନକୁ ଦାୟୀ କରିଛି ଏବଂ ପାକିସ୍ତାନକୁ ଉଚିତ୍ ଶାସ୍ତି ଦେବାକୁ ମଧ୍ୟ ନିର୍ଣ୍ଣୟ ନେଇଛି। କିନ୍ତୁ ପ୍ରିନ୍ସ ସଲମାନ ନିକୁ ଏହାଠାରୁ ଅଲଗା ରଖିଛନ୍ତି। କିନ୍ତୁ ଆକ୍ରମଣ ପରେ ସେ ନିଜ ଯାତ୍ରାକୁ ଗୋଟିଏ ଦିନ ସ୍ଥଗିତ ରଖିଥିଲେ। କୁହାଯାଉଥିଲା ଯେ ଏହି ଆକ୍ରମଣରେ କ୍ରୋଧାନ୍ବିତ ହୋଇ ସେ ଏପରି ନିଷ୍ପତ୍ତି ନେଇଥିଲେ। ସାଉଦି ଆରବ ଏହି ଆକ୍ରମଣକୁ ନିନ୍ଦା କରିଥିଲା। ଏହା ସହିତ ଭାରତ ଭଳି ଆତଙ୍କବାଦ ବିରୁଦ୍ଧରେ ଯୁଦ୍ଧ ହେଉ ବୋଲି କହିଥିଲେ।

ପାକିସ୍ତାନରେ ଦୁଇ ଦିନ ରହିବା ପରେ ମଙ୍ଗଳବାର ପ୍ରିନ୍ସ ସଲମାନ ଭାରତ ଆସିବେ। ସେ ପ୍ରତମ ଥର ଭାରତ ଗସ୍ତରେ ଆସିବେ। ସାଉଦି ଆରବ ଭାରତର ମୁଖ୍ୟ ଶକ୍ତି ସୁରକ୍ଷା ଭାଗୀଦାର। କୁହାଯାଉଛି ତାଙ୍କ ଦୁଇ ଦିନିଆ ଭାରତ ଗସ୍ତରେ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧରେ ଯୁଦ୍ଧ,ଶକ୍ତି ସୁରକ୍ଷା ଏବଂ ପୁଞ୍ଜି ବିନିଯୋଗ ଉପରେ ଚର୍ଚ୍ଚା ହୋଇପାରେ।

ସାଉଦି ଆରବର ରାଜଦୂତ ସୈାଦ ମହମ୍ମଦ ଅଲ ସତୀ ରବିବାର କହିଛନ୍ତି ଯେ ପ୍ରିନ୍ସ ସଲମାନଙ୍କ ଯାତ୍ରା ଦ୍ବାରା ଦେଶ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗକୁ ମଜବୁତ କରିବା ପାଇଁ ଐତିହାସିକ ଅବସର ମିଳିବ। ନିଜର ଦୁଇ ଦିନିଆ ଗସ୍ତରେ ପ୍ରିନ୍ସ ସଲମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପ ରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁଙ୍କୁ ମଧ୍ୟ ସାକ୍ଷାତ କରିବେ।      

   Related Posts