Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଭାରତକୁ ଧମକାଉଛି ଦୋମୁହାଁ ପାକିସ୍ତାନ : ‘ ଆଗକୁ କାଶ୍ମୀରରେ କିଛି ପଦକ୍ଷେପ ନେଲେ ଶାନ୍ତି ଏବଂ ସୁରକ୍ଷା ବିପଦରେ ପଡିବ’

19/06/2021 at 8:40 PM

ଇସଲାମାବାଦ ୧୯/ ୦୬ : ଆତଙ୍କୀ ଦେଶ ପାକିସ୍ତାନ ପୁଣି ତାର ଦୋମୁହାଁ ନୀତିକୁ ନେଇ ଚର୍ଚ୍ଚାକୁ ଆସିଛି । ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ପାକିସ୍ତାନ କିନ୍ତୁ ପୁଣି ଥରେ କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତକୁ ଧମକାଇବା ଆରମ୍ଭ କରିଛି । ପାକିସ୍ତାନର ବିଦେଶ ମନ୍ତ୍ରାଳୟ ଗୁରୁବାର କହିଛି ଯେ, ଯଦି ଭାରତ ଆଗାମୀ ଦିନରେ କାଶ୍ମୀରରେ କିଛି ବି ପଦକ୍ଷେପ ନିଏ ତେବେ ସେଠାରେ ଶାନ୍ତି ଏବଂ ସୁରକ୍ଷା ବିପଦରେ ପଡିବ । 

କାଶ୍ମୀର ପ୍ରସଙ୍ଗରେ ଭାରତକୁ ଚେତାବନୀ ଦେଇ ପାକିସ୍ତାନ କହିଛି ଯେ, କାଶ୍ମୀରରେ ଆଉ କିଛି ପଦକ୍ଷେପ ନେଲେ କ୍ଷେତ୍ରୀୟ ଶାନ୍ତି ଏବଂ ସୁରକ୍ଷା ବ୍ୟାପକ ଭାବେ ପ୍ରଭାବିତ ହେବ । ଏକ ସାମ୍ବାଦିକ ସମ୍ମୀଳନୀ କରି ପାକିସ୍ତାନର ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଜାହିଦ ହାଫିଜ ଚୌଧୁରୀ କହିଛନ୍ତି, କାଶ୍ମୀରରେ ବେଆଇନ ଏବଂ ଅସ୍ଥିର କାର୍ଯ୍ୟକଳାପ ବାବଦରେ ଭାରତ ପୁନଶ୍ଚ ବିଚାର କରୁ । ଭାରତ, ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (UNSC) ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନକୁ ପୂର୍ଣ୍ଣ ପାଳନ କରୁ ବୋଲି କହିଛନ୍ତି ଜାହିଦ ହାଫିଜ ।

ତେବେ ପାକିସ୍ତାନର ଏଭଳି ବାଚଳାମୀ ଉପରେ ପ୍ରତିକ୍ରିୟା ରଖିଛି ଭାରତ । ଭାରତୀୟ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅରବିନ୍ଦ ବାଗଚୀ ଏକ ପ୍ରେସ୍ କନଫରେନ୍ସରେ କହିଛନ୍ତି ଯେ, କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ । ବାସ୍ତବତାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ। ସୀମାପାର ଆତଙ୍କବାଦ ମଧ୍ୟ ଗ୍ରହଣୀୟ ନୁହେଁ ଏବଂ କୌଣସି ତର୍କ ମାଧ୍ୟମରେ ମଧ୍ୟ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ । ଭାରତ ସର୍ବଦା କହିଆସୁଛି ଯେ କାଶ୍ମୀର ହେଉଛି ଏହାର ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ପାକିସ୍ତାନର ଏହା ଉପରେ କହିବାର ଅଧିକାର ନାହିଁ।ପାକିସ୍ତାନକୁ ଯେ ସର୍ବଦା ଭାରତର ଭୟ ରହୁଛି ତାହା ସ୍ପଷ୍ଟ ଭାବେ ବାରି ହୋଇପଡୁଛି ।

ମିଳିତ ଜାତିସଂଘକୁ ସୂଚନା ପ୍ରଦାନ କରିବାକୁ ଯାଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେଶି କହିଥିଲେ, କାଶ୍ମୀରରେ ଭାରତ ପୁଣି କିଛି ବଡ କାର୍ଯ୍ୟ କରିପାରେ। ଗତ ବୁଧବାର ପାକିସ୍ତାନ ବୈଦେଶିକ ମନ୍ତ୍ରଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ‘କାଶ୍ମୀରରେ ଭାରତ ପୁଣି ବେଆଇନ ତଥା ଏକପାଖିଆ ପଦକ୍ଷେପ ନେଇପାରେ। ପୁନଃ ବିଭାଜନ ଏବଂ ସେଠାରେ ଥିବା ଜନସଂଖ୍ୟାକୁ ପରିବର୍ତ୍ତନ କରିବା ପାଇଁ କିଛି କରାଯାଇପାଣଷ । ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶି ନିୟମିତ ଭାବେ ସୁରକ୍ଷା ପରିଷଦ ଏବଂ ଜାତିସଂଘର ସେକ୍ରେଟେରୀ ଜେନେରାଲଙ୍କୁ ଚିଠି ଲେଖୁଛନ୍ତି ।

ଗତ କିଛିଦିନ ହେଲା ପାକିସ୍ତାନ ବାରମ୍ବାର କାଶ୍ମୀର ଏବଂ ଭାରତ ସହ ସୁସମ୍ପର୍କ ସ୍ଥାପନ ପ୍ରସଙ୍ଗକୁ ଉଠାଇ ଆସୁଛି। ତେବେ ପାକିସ୍ତାନର ଏହି ବିବୃତ୍ତି ଉପରେ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରଏଟର୍ସକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଯଦି ଭାରତ, କାଶ୍ମୀର ପାଇଁ କୌଣସି ରୋଡମ୍ୟାପ ଉପସ୍ଥାପନ କରେ ତେବେ ପାକିସ୍ତାନ ସହ ଆଲୋଚନା କରିବାକୁ ପ୍ରସ୍ତୁତ। କିନ୍ତୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏହି ବିବୃତ୍ତି ଏବଂ ପାକିସ୍ତାନର ଦୋମୁହାଁ ନୀତିକୁ ନେଇ ଭାରତ କୌଣସି ପ୍ରତିକ୍ରିୟା ଦେଇନାହିଁ ।

   Related Posts