ସୁଧୁରିବନି ପାକିସ୍ତାନ: ଜାମ୍ମୁ କାଶ୍ମୀର ସୀମାରେ ଏବେ ସୁଦ୍ଧା ୨ ହଜାର ୯୫୨ ଥର କରିଛି ଗୁଳି ବିନିମୟ

Published By : Prameya-News7 Bureau | August 28, 2020 IST

ନୂଆଦିଲ୍ଲୀ ୨୮/୦୮ : ଜାମ୍ମୁ କାଶ୍ମୀରରେ ପାକିସ୍ତାନ ଆନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଗତ ୩ ବର୍ଷରୁ କମ ସମୟରେ ୮୫୭୧ ଥର ଅସ୍ତ୍ରବିରତି ଉଲଙ୍ଘନ କରିସାରିଛି | ଜୁଲାଇ ମାସ ସୁଦ୍ଧା ପାକିସ୍ତାନ ସୀମାରେ ୨ ହଜାର ୯୫୨ ଥର ଗୁଳି ବିନିମୟ କରିଛି | ଯେଉଁଥିରେ ୧୫ ଜଣ ସାଧାରଣ ନାଗରିକ ଓ ୮ ଯବାନ ପ୍ରାଣ ହରାଇଛନ୍ତି |

କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ ଆରଟିଆଇ ଜବାବରେ ଏହି ସୂଚନା ଦେଇଛନ୍ତି | ଏହି ତାଲିକା ଅନୁଯାୟୀ ଜାମ୍ମୁ କାଶ୍ମୀରରେ ପାକିସ୍ତାନ ନିକଟସ୍ଥ ସୀମାରେ ପ୍ରତିଦିନ ହାରାହାରି ୯ଥର ଗୁଳି ବିନିମୟ ହୋଇଥାଏ | ଜାମ୍ମୁର ଆରଟିଆଇ କର୍ମଚାରୀ ରମଣ ଶର୍ମାଙ୍କ ତରଫରୁ ଦାଏର କରାଯାଇଥିବା ଏକ ଆରଟିଆଇ ଜବାବରେ ଗୃହ ମନ୍ତ୍ରାଳୟ କହିଛନ୍ତି ଯେ ପାକିସ୍ତାନ ୨୦୧୮ ଜାନୁଆରୀରୁ ୨୦୨୦ ଜୁଲାଇ ଯାଏଁ ସୀମାରେ ୮ ହଜାର ୫୭୧ ଅସ୍ତ୍ରବିରତି ଉଲଙ୍ଘନ କରିଛି | 

ଏହି ସୂଚନାରେ କୁହାଯାଇଛି ଯେ ପାକିସ୍ତାନ ଜାମ୍ମୁ କାଶ୍ମୀରରେ ଅନ୍ତରାଷ୍ଟ୍ରୀୟ ସୀମା ଓ ନିୟନ୍ତ୍ରଣ ରେଖାରେ ହୋଇଥିବା ଏହି ଗୁଳି ବିନିମୟରେ ୨୦୧୮ ରୁ ୨୦୨୦ ମଧ୍ୟରେ ୧୧୯ ଜଣ ପ୍ରାଣ ହରାଇଛନ୍ତି | ୧୧୯ ଜଣଙ୍କ ମଧ୍ୟରେ ୫୬ ଯବାନ ଶହୀଦ ହୋଇଛନ୍ତି | ଗୁଳି ବିନିମୟର ତୁଳନା ୨୦୧୦ ମସିହା ସହ କରାଯାଏ ତାହେଲେ ୨୦୧୯ରେ ୫୦ ପ୍ରତିଶତ ବୃଦ୍ଧି ପାଇଛି | ୨୦୨୦ ରେ ଗୁଳି ବିନିମୟ ୬୦ ପ୍ରତିଶତ ବୃଦ୍ଧି ପାଇଛି | ଗୃହ ମନ୍ତ୍ରାଳୟ ଦାବି କରିଛି ଯେ ୨୦୧୦ ରୁ ୨୦୨୦ ମଧ୍ୟରେ ପାକିସ୍ତାନ ସୀମାରେ ୧୧ ହଜାର ୫୭୨ ଥର ଅସ୍ତ୍ରବିରତି ଉଲଙ୍ଘନ କରିଛି | ଏଥିରେ ୧୨୨ ସାଧାରଣ ନାଗରିକ ନିହତ ହୋଇଥିବାବେଳେ ୧୧୮ ସୁରକ୍ଷାବଳ ଯବାନ ଶହୀଦ ହୋଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.