ପୁଣି ପାକିସ୍ତାନର ଅସ୍ତ୍ର ବିରତି ଉଲଂଘନ ; ପୁଞ୍ଚ୍ ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ

Published By : Prameya-News7 Bureau | January 02, 2019 IST

ଶ୍ରୀନଗର ୦୨|୦୧: ଜାମ୍ମୁ ଓ କଶ୍ମୀରର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲଂଘନ କରାଯାଇଛି। ଗତକାଲି ନୂଆବର୍ଷରେ ପାକିସ୍ତାନ ସେନା ପୁଞ୍ଚ ସେକ୍ଟରରେ ଥିବା ଭାରତୀୟ ଆଡ୍‌ଭାନ୍ସ ପୋଷ୍ଟ ଉପରକୁ ଗୁଳିମାଡ କରିଥିଲା । ଆଜି ସକାଳେ ପୁଣି ଦ୍ବିତୀୟ ଦିନ ଲଗାତର ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲଂଘନ କରାଯାଇଛି । ପାକିସ୍ତାନର ଗୁଳିମାଡରେ କୌଣସି ଭାରତୀୟ ଯବାନ ଆହତ ହୋଇନାହାନ୍ତି । ଭାରତୀୟ ଯବାନ ପାକିସ୍ତାନର ଗୁଳିମାଡର ଜବାବ ଦେଇଛନ୍ତି ।

ଗତ ୩୧ ତାରିଖରେ ମଧ୍ୟ ପାକିସ୍ତାନୀ ରେଞ୍ଜରମାନେ ଅସ୍ତ୍ର ବିରତି ଉଲଂଘନ କରିଥିଲେ। ପୁଞ୍ଚର କର୍ମରା ଅଞ୍ଚଳରେ ପାକିସ୍ତାନୀ ରେଞ୍ଜର ପକ୍ଷରୁ ଗୁଳିମାଡ କରାଯାଇଥିଲା। ଡିସେମ୍ବର ୨୩ ତାରିଖରେ ମଧ୍ୟ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲଂଘନ କରିଥିଲେ। ଡିସେମ୍ବର ୨୧ ତାରିଖରେ ପାକିସ୍ତନୀ ସେନା କୁପଓ୍ଵାରାର କେରାନ ସେକ୍ଟରରେ ଅସ୍ତ୍ରବିରତି ଉଲଂଘନ କରି ଗୁଳିମାଡ କରିବାରୁ ୨ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ପାକିସ୍ତାନର ବର୍ଡର ଆକ୍ସନ ଟିମ୍ ‌(ବିଏଟି)ର କଭର ଫାୟାରିଂର ସହାୟତା ନେଇ କେତେକ ଆତଙ୍କବାଦୀ ଭାରତୀୟ ସୀମା ଭିତରକୁ ପ୍ରବେଶ ଉଦ୍ୟମ କରୁଥିବା ବେଳେ ସେନା ଗୁଳିରେ ମୃତ୍ୟୁବରଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.