ହୋଲିରେ ବି ବାଦ ପଡ଼ିଲାନାହିଁ ପାକିସ୍ତାନ : ଏଲଓସିରେ ଆତଙ୍କବାଦୀ ଗୁଳିରେ ଜଣେ ଯବାନ ସହିଦ
21/03/2019 at 1:48 PM

କାଶ୍ମୀର ୨୧/୩ : ହୋଲି ଅବସରରେ ପୂର୍ଵ ଭାରତରେ ଖୁସିର ଲହର ଦେଖା ଦେଇଛି | ଅପରପକ୍ଷରେ ପାକିସ୍ତାନ ନିଜ କାର୍ଯ୍ୟକଳାପରୁ ବାଦ ପଡ଼ିନାହିଁ | ଜାମ୍ମୁ କାଶ୍ମୀର ରଜୋରି ଜିଲ୍ଲାରେ ନିୟନ୍ତ୍ରଣ ରେଖା ଉପରେ ପାକିସ୍ତାନୀ ସେନା ଯୁଦ୍ଧ ବିରତି ଉଲଂଘନ କରିଛି | ଏଥିରେ ଜଣେ ଭାରତୀୟ ସେନାର ଯବାନ ସହିଦ ହୋଇଛନ୍ତି | ବାରମୁଳା, ସୋପର ଏବଂ ବନ୍ଦିପୁରା ଅଂଚଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି | ସୋପର ଜିଲ୍ଲାରେ ଆତଙ୍କବାଦୀଙ୍କ ଗ୍ରେନେଡ଼ ହମଲାରେ ୩ ପୋଲିସକର୍ମୀ ଆହତ ହୋଇଛନ୍ତି |
ଉତ୍ତର କାଶ୍ମୀରର ସୋପରରେ ରଫିଆବାଦ ଅଂଚଳରେ ଗ୍ରେନେଡ଼ ହମଲାରେ ଏସଏଚଓ ସମେତ ୩ ପୋଲିସକର୍ମୀ ଗୁରୁତର ଆହତ ହୋଇଛନ୍ତି | ପୋଲିସକର୍ମୀଙ୍କ ତଲାସୀ ଅଭିଯାନ ବେଳେ ଆତଙ୍କବାଦୀ ଏହି ଗ୍ରେନେଡ଼ ହମଲା କରିଥିଲେ | ଏହାର କିଛି ସମୟ ପରେ ସୋପରରେ ଆତଙ୍କବାଦୀ ସିଆରପିଏଫର ଏକ ଶିବିରରେ ହମଲା କରିଥିଲେ | ହମଲା ପରେ ପୁରା ଅଂଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି | ପୋଲିସକର୍ମୀ ପୁରା ଅଂଚଳକୁ ଘେରି ତଲାସୀ କମ୍ବିଙ୍ଗ ଅପରେସନ ଜାରି ରଖିଛନ୍ତି |
ବାରମୁଳାର ଏସଏସପି ଅବଦୁଲ କୟୁମ କହିଛନ୍ତି ଯେ, ଆତଙ୍କବାଦୀଙ୍କ ବିଷୟରେ ସୂଚନା ମିଳିବ ପରେ ବୁଧବାର ସନ୍ଧ୍ୟାରେ ସର୍ଚ୍ଚ ଅପରେସନ କରାଯାଇଥିଲା | କିନ୍ତୁ ପାଣିପାଗ ଖରାପ ଥିବା ଯୋଗୁଁ ଅପରେସନ ବନ୍ଦ କରିଦିଆଯାଇଥିଲା | ଏହାପରେ ଆଜି ସକାଳେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା | ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି | ରାଇଫଲମ୍ୟାନ ୟସ ପଲ ଜାମ୍ମୁ କାଶ୍ମୀର ଲାଇଟ ଇନଫେକ୍ଟରୀର କାର୍ଯ୍ୟରତ ଥିଲେ | ତାଙ୍କ ଘର ଉଦ୍ଧାମପୁର ଜିଲ୍ଲାର ମନତଲାଇ ଗାଁରେ | ୨୪ ବର୍ଷ ବୟସ୍କ ୟସ ବିବାହିତ ଥିଲେ |