Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଭାରତ ବିରୋଧରେ ଷଡଯନ୍ତ୍ର ରଚୁଥିବା ଜାକିର ନାଇକ୍‌କୁ ସାହାଯ୍ୟ କରୁଛି ପାକିସ୍ତାନ, ପଛରେ ରହିଛି କାତାର ଓ ତୁର୍କୀର ହାତ

25/05/2020 at 5:38 PM

ନୂଆଦିଲ୍ଲୀ ୨୫।୦୫: ପଳାତକ ଜାକିର ନାଇକ୍‌ ନିଜର ବିଷାକ୍ତ ଭାଷଣରେ ଭାରତରେ ଘୃଣାଭାବ ବଢାଇବାକୁ ଷଡଯନ୍ତ୍ର ରଚୁଛି। ସୁରକ୍ଷା ଏଜେନ୍ସିକୁ ଏବେ ଜାକିର ନାଇକ୍‌ ବିଷୟରେ ଏମିତି ଗୁଇନ୍ଦା ତଥ୍ୟ ମିଳିଛି ଯେଉଁଥିରେ ଏହା ସ୍ପଷ୍ଟ ହୋଇଛି ଯେ, ଭାରତରେ ଘୃଣାର ମାହୋଲ ସୃଷ୍ଟି କରିବା ଲାଗି ପାକିସ୍ତାନ ଜାକିର ନାଇକ୍‌କୁ ସାହାଯ୍ୟ ଯୋଗାଇ ଦେଉଛି। ଏଥିପାଇଁ ପାକିସ୍ତାନ କାତାର ଓ ତୁର୍କୀକୁ ବ୍ୟବହାର କରୁଛି।

ଭାରତ ବିରୋଧରେ ଷଡଯନ୍ତ୍ରର ଚେର ପାକିସ୍ତାନ ସହ ସଂପର୍କ ଥିବା ଗୁଇନ୍ଦା ତଥ୍ୟରୁ  ଜଣା ପଡିଛି। ଏହା ପରେ ଜାକିର ନାଇକ୍‌ର ଭାରତ ବିରୋଧୀ ଷଡଯନ୍ତ୍ରର ଖୁଲାସା ହେବାରେ ଲାଗିଛି। ଜି ମିଡିଆକୁ ମିଳିଥିବା ସୂଚନା ଅନୁଯାୟୀ ପଳାତକ ଜାକିର ନାଇକକୁ ଉପସାଗରୀୟ ଦେଶରୁ ବଡ ସହାୟତା ମିଳୁଛି ଏବଂ ଏହା ପଛରେ ପାକିସ୍ତାନର ହାତ ରହିଥିବା ଜଣା ପଡିଛି।

ପଳାତକ ଜାକିର ନାଇକ୍‌ର ଫଣ୍ଡିଂକୁ ନେଇ ଯେଉଁ  ବଡ ଖୁଲାସା ହୋଇଛି, ସେହି ମୁତାବକ ଜାକିର ନାଇକ୍‌ ନିକଟରେ କାତାରରେ ଥିବା ନିଜର ଜଣେ ସଂପର୍କୀୟ ସହ ଯୋଗାଯୋଗ କରି ୫  ଲକ୍ଷ ଡଲାର ମାଗିଥିଲା। କେବଳ ଏତିକି ନୁହେଁ ତୁର୍କୀ ଓ କାତାର ପରି ଦେଶ ଜରିଆରେ ପାକିସ୍ତାନ ଜାକିର ନାଇକ୍‌କୁ ଆର୍ଥିକ ସାହାଯ୍ୟ ଯୋଗାଉଛି। ପାକିସ୍ତାନ ଏଥିପାଇଁ ତୁର୍କୀ ଓ କାତାର ସହିତ ନିଜର ସୁସମ୍ପର୍କର ସାହାରା ନେଇଛି।

ଏହା ମଧ୍ୟ ଆଉ ଅଛପା ନୁହେଁ ଯେ, ପାକିସ୍ତାନର ଇସାରାରେ ହିଁ ତୁର୍କି ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରତ୍ୟାହାର ପରେ ଭାରତ ବିରୋଧରେ ଅପପ୍ରଚାର ଆରମ୍ଭ କରିଥିଲା। ଏପରିକି ପାକିସ୍ତାନକୁ FATFରେ କଳାତାଲିକାଭୁକ୍ତ ହେବାରୁ ବଞ୍ଚାଇବାକୁ ତୁର୍କୀ ପ୍ରୟାସ କରିଥିଲା।

ଭାରତରେ ଜାକିର ନାଇକ୍‌ ବିରୋଧରେ ମନି ଲଣ୍ଡ୍ରିଂ ଓ ଘୃଣାର ମାହୋଲ ସୃଷ୍ଟି କରିବା କାରଣରୁ ଯାଞ୍ଚ ଜାରି ରହିଛି। ମାତ୍ର ଏହା ଜାଣି ମଧ୍ୟ ମାଲେସିଆ ନାଇକ୍‌କୁ ଭାରତ ହାତରେ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ନୁହେଁ। କୁହାଯାଉଛି କାତାର ଓ ୟଏଇ ସମେତ ଅନେକ ଉପସାଗରୀୟ ଦେଶରେ ଜାକିର ନାଇକ୍‌ର ବ୍ୟାଙ୍କ ଆକାଉଣ୍ଟ ରହିଛି।

   Related Posts