ଜାକିର ନାଇକଙ୍କ ପଛରେ ପାକିସ୍ତାନ : ଇସଲାମିକ୍ ନେଟଓ୍ବର୍କରେ ଯୋଗାଡ ହେଉଛି ପାଣ୍ଠି, ବିଭିନ୍ନ ଦେଶରେ ଖୋଲାଯାଇଛି ଆକାଉଣ୍ଟ

Published By : Prameya-News7 Bureau | May 30, 2020 IST

ନୂଆଦିଲ୍ଲୀ ୩୦।୫: ଭାରତୀୟ ଗୁପ୍ତଚର ଏଜେନ୍ସି ଏବଂ ସୁରକ୍ଷା ବାହିନୀ ଯୋଗୁଁ ପାକିସ୍ତାନର ଯୋଜନା ସଫଳ ହୋଇପାରୁନାହିଁ । କିନ୍ତୁ ପାକିସ୍ତାନ ଏହାର କାର୍ଯ୍ୟକଳାପ ବନ୍ଦ କରୁନାହିଁ । ବର୍ତ୍ତମାନ ଭାରତରେ ଏହାର ଘୃଣ୍ୟ କାର୍ଯ୍ୟକଳାପକୁ ଆଗକୁ ନେବା ପାଇଁ ଏବେ ଏକ ନୂଆ ରାସ୍ତା ଆପଣାଇଛି । ପାକିସ୍ତାନ ଭାରତର ପଳାତକ ଇସଲାମ୍ ଧର୍ମ ଗୁରୁ ଜାକିର ନାଇକଙ୍କୁ ଇସଲାମ୍ ଦେଶରୁ ପାଣ୍ଠି ସଂଗ୍ରହରେ ସାହାଯ୍ୟ କରୁଛି ।

ସେ ଭାରତ ଛାଡି ମାଲେସିଆରେ ରହୁଛନ୍ତି । ତାଙ୍କର ମୌଳିକ କାର୍ଯ୍ୟକଳାପରେ ମଧ୍ୟ କୌଣସି ହ୍ରାସ ଘଟିନାହିଁ । ଏଥିପାଇଁ ସେ ସାରା ବିଶ୍ବରୁ ପାଣ୍ଠି ସଂଗ୍ରହ କରୁଛନ୍ତି । ଏହି କାର୍ଯ୍ୟରେ ସେ ପାକିସ୍ତାନରୁ ସମ୍ପୂର୍ଣ୍ଣ ସମର୍ଥନ ପାଇଛନ୍ତି । ସୂତ୍ର ଅନୁସାରେ ଜାକିର ନାଇକଙ୍କ ପାଇଁ ପାକିସ୍ତାନ ତୁର୍କୀ ଏବଂ କତାର ସହିତ ଘନିଷ୍ଠ ସମ୍ପର୍କର ବ୍ୟବହାର କରୁଛି।

ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ ଜାକିର ନାଇକ ତାଙ୍କର ପୁରୁଣା କାତାର ସହଯୋଗୀ ଅବଦୁଲ୍ଲା ଅଲି ଅଲ ଇମାଦିଙ୍କ ନିକଟକୁ ଯାଇ ଚାରିଟି ସଂସ୍ଥା ପାଇଁ ତାଙ୍କୁ ୫ ମିଲିୟନ ଡଲାର ମାଗିଥିଲେ । କାତାରର ଜଣେ ପୁରୁଣା ସହଯୋଗୀ ଜାକିର ନାଇକଙ୍କୁ କତାରର ବ୍ୟବସାୟୀ ତଥା ଚାରିଟି ସଂସ୍ଥାଠାରୁ ପାଣ୍ଠି ସଂଗ୍ରହ କରିବାରେ ସାହାଯ୍ୟ କରୁଛି । ଜାକିର ନାଇକଙ୍କ କାତାର ଏବଂ ୟୁଏଇ ସମେତ ଅନେକ ଉପସାଗରୀୟ ଦେଶରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି । ଏଗୁଡିକ ମାଧ୍ୟମରେ ସେ ତାଙ୍କ ସହଯୋଗୀ ଏବଂ ନେଟୱାର୍କକୁ ପାଣ୍ଠି ସ୍ଥାନାନ୍ତର କରନ୍ତି ।

ଉଲ୍ଲେଖନୀୟ ଯେ, ଜୁଲାଇ ୨୦୧୬କେ ଏକ ବେକେରୀ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀ ସ୍ବୀକାର କରିଛନ୍ତି ଯେ, ସେମାନେ ଜାକିର ନାଇକଙ୍କ ଶିକ୍ଷା ଦ୍ବାରା ଅନୁପ୍ରାଣିତ ହୋଇଥିଲେ । ଏହାପରେ ଜାକିର ନାଇକଙ୍କ ଗୁପ୍ତଚର ଏଜେନ୍ସିର ରାଡାରକୁ ଆସିଥିଲେ । ଏହି ଆକ୍ରମଣ ପରେ ଭାରତ ଏବଂ ବାଂଲାଦେଶରେ ଜାକିର ନାଇକଙ୍କ ପିସ୍ ଟିଭି ଉପରେ ନିଷେଧାଦେଶ ଜାରି କରାଯାଇଥିଲା । ବାଂଲାଦେଶ ସରକାର ମଧ୍ୟ ୨୦୧୬ରେ ଜାକିରଙ୍କ ପିସ୍ ମୋବାଇଲ୍ ହ୍ୟାଣ୍ଡସେଟ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହି ମୋବାଇଲକୁ ବେକ୍ସିମୋ ଗ୍ରୁପ୍ ଦ୍ବାରା ଆମଦାନୀ ହୋଇଥାଏ ଏବଂ ଇସଲାମିକ୍ ମୋବାଇଲ୍ ହ୍ୟାଣ୍ଡସେଟ୍ ଭାବରେ ବିକ୍ରି ହୋଇଥାଏ ।

ଜାକିରଙ୍କ ବିରୋଧରେ ମନି ଲଣ୍ଡରିଂ ଏବଂ ଘୃଣା ବିସ୍ତାର କରୁଥିବା ଭାଷଣ ଦେଇଥିବା ଅଭିଯୋଗ ହୋଇଛି । ଢାକାରେ ହୋଇଥିବା ବୋମା ବିସ୍ଫୋରଣରେ ତାଙ୍କ ନାମ ଆସିବା ପରେ ସେ ମାଲେସିଆ ପଳାଇଥିଲେ । ଜାକିରଙ୍କ ପ୍ରତ୍ୟର୍ପଣ ପାଇଁ ସରକାର ମାଲେସିଆ ସରକାରଙ୍କୁ ଆନୁଷ୍ଠାନିକ ଭାବେ ଅନୁରୋଧ କରିଛନ୍ତି । ଏଏନଆଇ ସରକାରୀ ସୂତ୍ର ପକ୍ଷରୁ କହିଛି ଯେ, ସରକାର ମାଲେସିଆ ସରକାରଙ୍କ ଆଗରେ ଏହି ମାମଲା ଉଠାଇଛନ୍ତି । ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଜାକିରଙ୍କ ମାମଲାର ତଦନ୍ତ କରୁଛି ।

ନିକଟରେ ଜାକିରଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା ​​ଯେଉଁଥିରେ ସେ ଅଣ-ମୁସଲମାନମାନଙ୍କୁ ମୁସଲମାନ ଦେଶ ଉପରେ ପ୍ରାଧାନ୍ୟ ଦେବାକୁ ଧମକ ଦେଇଥିଲେ । ସେ କହିଛନ୍ତି ଯେ, ଯଦି କୌଣସି ଅଣ-ମୁସଲମାନ ସୋସିଆଲ ମିଡିଆରେ ଇସଲାମ ବିରୋଧରେ କିଛି ଲେଖନ୍ତି, ତେବେ ସେ ମୁସଲମାନ ଦେଶକୁ ଆସିବା ପରେ ତାଙ୍କୁ ଗିରଫ କରାଯିବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.