Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଆମେରିକାକୁ ପାକିସ୍ତାନର ଗୁହାରି: ଭାରତ ସହିତ ତିକ୍ତତା କମ କରାଇ ଦିଅନ୍ତୁ, ଆମ ପ୍ରତି ସୈନ୍ୟ ଘେରାବନ୍ଦୀର ବିପଦ ରହିଛି

12/08/2020 at 3:17 PM

ନୂଆଦିଲ୍ଲୀ ୧୨।୦୮: ପାକିସ୍ତାନ ଭାରତ ସହ ଉତ୍ତେଜନା କମ କରିବା ପାଇଁ ମଙ୍ଗଳବାର ଆମେରିକା ଠାରେ ନେହୁରା ହୋଇଛି। ପାକିସ୍ତାନର ବୈଦେଶିକ ସଚିବ ସୋହେଲ ମେହସୁଦ ଆମେରିକାର ରାଜନୈତିକ ମାମଲାର ଉପ ସଚିବ ଡେଭିଡ୍ ହେଲେଙ୍କ ସହ ଭର୍ଚୁଆଲ ଆଲୋଚନା ସମୟରେ କାଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ଆମେରିକାର ସହାୟତା ଲୋଡିଛନ୍ତି। ଭାରତ ପୂର୍ବରୁ ସ୍ପଷ୍ଟ ଭାବେ କହି ସାରିଛି କୌଣସି ବି ଦ୍ଵିପାକ୍ଷିକ ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତାର କୌଣସି ଆବଶ୍ୟକତ ନାହିଁ। ଏହା ବ୍ୟତୀତ ପାକିସ୍ତାନ ସହିତ ଆଲୋଚନା ସେ ପର୍ଯ୍ୟନ୍ତ ହେବ ନାହିଁ ଯେ ପର୍ଯ୍ୟନ୍ତ ଏହି ପଡୋଶୀ ଦେଶ ଆତଙ୍କବାଦକୁ ନିଜର ସମର୍ଥନ ଏବଂ ସଂରକ୍ଷଣ ଦେବା ବନ୍ଦ କରି ନାହିଁ।

ପାକିସ୍ତାନର ଖବର କାଗଜ ଡନର ଏକ ଖବର ଅନୁଯାୟୀ ସୋହେଲ ମେହମୁଦ ଆମେରିକାକୁ କହିଛନ୍ତି ଉତ୍ତେଜନା ବୃଦ୍ଧିକୁ ରୋକିବା ଏବଂ ଜାମ୍ମୁ-କାଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପଦକ୍ଷେପ ନେବା ଅପରିହାର୍ଯ୍ୟ। ବିଗତ ଦିନରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଉଥିବା ପାକିସ୍ତାନ ଏହା ମଧ୍ୟ କହିଛି କାଶ୍ମୀରରେ ଭାରତର ସୈନ୍ୟ ଘେରାବନ୍ଦୀ ଓ ପାକିସ୍ତାନ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଶାନ୍ତି ଓ ସୁରକ୍ଷା ପାଇଁ ବିପଦ।

ଉଲ୍ଲେଖଯୋଗ୍ୟ, ଗତ କିଛି ସମୟରେ ପାକିସ୍ତାନ ଅନେକ ଥର କାଶ୍ମୀର ପ୍ରସଙ୍ଗରେ ଆମେରିକାର ହସ୍ତକ୍ଷେପ ଦାବି କରିଛି। ଇମ୍ରାନ ଖାନ ମଧ୍ୟ ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଅପିଲ୍ କରିଥିଲେ। ଟ୍ରମ୍ପ କହିଥିଲେ ଯଦି ଉଭୟ ଦେଶ ଚାହିଁବେ ତେବେ ସେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ। ହେଲେ ଭାରତ ମଧ୍ୟସ୍ଥତାକୁ ସଂପୂର୍ଣ୍ଣ ଭାବେ ଖାରଜ କରିଥିଲା। କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ବିଚଳିତ ପାକିସ୍ତାନ ଏ ଦୁଆର ସେ ଦୁଆର ହେଉଛି। କାଶ୍ମୀରରେ ବିଶ୍ଵ ସମୁଦାୟରୁ ସମର୍ଥନ ନମିଳିବାରୁ ସାଉଦି ଆରବ ସହିତ ତାର ସଂପର୍କ ମଧ୍ୟ ପ୍ରଭାବିତ ହୋଇଛି।

   Related Posts