ଧୋନୀଙ୍କ ଉପରେ ବର୍ଷୁଛି ପାକ୍ ସୋସାଲ ମିଡିଆ, ଜୈସନଙ୍କ କ୍ୟାଚ୍ ର କାହିଁକି ନେଲେନି ଡିଆରଏସ୍, ଜବାବ ଦେଉଛନ୍ତି ଇଣ୍ଡିଆନ ଫ୍ୟାନସ୍

Published By : Prameya-News7 Bureau | June 30, 2019 IST

ଆଇସିସି ୱାର୍ଲଡ କପ୍ ର ରବିବାର ଅନୁଷ୍ଠିତ ହେଉଛି ୩୮ତମ ମ୍ୟାଚ୍। ବର୍ମିଂହମ ଏଜବେଷ୍ଟନ କ୍ରିକେଟ୍ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍ ରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ  ୭ ୱିକେଟ୍ ହରାଇ କରିଛି ୩୩୭ ରନ୍। ମ୍ୟାଚ୍ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା ଇଂଲଣ୍ଡ। ଓପ୍ନିଂ ଯୋଡି ଜୈସନ ରୟ ଓ ଜନି ବେୟାରଷ୍ଟୋ ୧୭୭ ରନ୍ ସଂଗ୍ରହ କରିଥିଲେ। ବେୟାରଷ୍ଟୋଙ୍କୁ ଶତକୀୟ ଇନିଂସ ଖେଳିବାରେ ରୟଙ୍କ ଯୋଗଦାନ ଉଲ୍ଲେଖନୀୟ। ତେବେ ମ୍ୟାଚ୍ ଚାଲିଥିବା ବେଳେ ୱିକେଟ୍ ପଛପାଖରେ  ରୟଙ୍କ ଏକ କ୍ୟାଚ୍ ଧରିଥିଲେ ଧୋନୀ। ଏଥିରେ ରୟଙ୍କ ବ୍ୟାଟ୍ ରେ ବଲ ଘଷି ହୋଇଥିଲା। ପାକ୍ ଅମ୍ପାୟାର ମାମଲାରେ ଚୁପ ରହିବା ବେଳେ  ଏ ନେଇ ଡିଆରଏସ୍ କରାଯିବକି ବୋଲି ଧାନୀଙ୍କୁ ପଚାରିଥିଲେ କାପ୍ତାନ କୋହଲୀ। ତେବେ ଧୋନୀ ମନା କରିଦେବା ଏବେ ମ୍ୟାଚ୍ କୁ ନେଇ ପାକ୍ କ୍ରିକେଟ୍ ପ୍ରେମୀ ଅଙ୍ଗୁଳି ଉଠାଇଛନ୍ତି।

{"id":129212,"width":566,"height":827}

ଯଦି ଧୋନୀ ଡିଆରଏସ୍ ପାଇଁ ରାଜି ହୋଇଥାନ୍ତେ ତେବେ ରୟଙ୍କୁ ନିଶ୍ଟିତ ଆଉଟ୍ ହେବାକୁ ପଡିଥାନ୍ତା। ଫଳରେ ବେୟାରଷ୍ଟୋଙ୍କ ଉପରେ ଚାପ ମଧ୍ୟ ବଢିଥାନ୍ତା। ଏଣୁ ସେ ଶତକ କରିପାରିନଥାନ୍ତେ ଓ ଦଳର ସ୍କୋର ବି ବହୁତ କମିଥାନ୍ତା। । ଏଣୁ ଟିମ୍ ଇଣ୍ଡିଆର ବିଜୟ ନିଶ୍ଚିତ ହେବା ସହ ୱାର୍ଲଡ କପ୍ ଦୌଡରୁ ଇଂଲଣ୍ଡ ଓହରି ଯାଇଥିଲେ ପାକିସ୍ତାନ ପାଇଁ ସୁଯୋଗ ସୃଷ୍ଟି ହୋଇଥାନ୍ତା। ହେଲେ ଧୋନୀ ଜାଣତରେ ଏଭଳି ନ କରିବାରୁ ଏହା ପଛରେ ବହୁତବଡ ଷଡଯନ୍ତ୍ର ଥିବା ଅଭିଯୋଗ ଆଣିଛନ୍ତି ପାକ୍ କ୍ରିକେଟ୍ ପ୍ରେମୀ। ଏ ନେଇ ସୋସାଲ ମିଡିଆରେ ଏବେ ଏକରକମ ଯୁଦ୍ଧ ଆରମ୍ଭ ହୋଇ ଯାଇଛି। ଏପରିକି ଲୋକେ ଏହାକୁ ୱାର୍ଲଡ କପ୍ ସ୍କାମ ମଧ୍ୟ କହିଲେଣି।

{"id":129213}

କତେବଳ ଏତିକି ନୁହେଁ ଆରମ୍ଭରୁ ଭାରତର ମାନ୍ଦା ପ୍ରଦର୍ଶନ ମଧ୍ୟ ପାକ୍ କ୍ରିକେଟ୍ ପ୍ରେମୀଙ୍କୁ ଏବେ ନିରାଶ କରିଛି। ଏଣୁ ସୋସାଲ ମିଡିଆରେ  ବିରାଟଙ୍କ ବାହିନୀ ବିରୋଧରେ ଯିଏ ଯାହା ପାରୁଛି ଲେଖିବାରେ ଲାଗିଛି। ଏବେ ଏପରି ଲାଗୁଛି ଯେପରି ଏଜବେଷ୍ଟନରେ ନୁହେଁ ଟ୍ୱିଟରରେ ୱାର୍ଲଡକପ୍ ଚାଲିଛି। ଯେଉଁଠୁ ସିଧା ଷ୍ଟାଡିୟମରୁ ଆସୁଛି ଧାରା ବିବରଣୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.