ପାକିସ୍ତାନ ବିରୋଧରେ ବ୍ଲଗରଙ୍କ ଭୟଙ୍କର ଅଭିଯୋଗ : 'ମୋତେ ମାରିବାକୁ ନେଦରଲାଣ୍ଡକୁ ସୁପାରୀ କିଲର ପଠାଇଥିଲା ଇସଲାମାବାଦ

Published By : Prameya-News7 Bureau | January 29, 2022 IST

ନୂଆଦିଲ୍ଲୀ, ୨୯/୦୧:  ଦେଶ ଛାଡି ଦେଇଥିବା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିଲା ପାକିସ୍ତାନ । ନେଦରଲାଣ୍ଡରେ ରଚିଥିଲା ହତ୍ୟା ଷଡଯନ୍ତ୍ର । ନିଜ ଦେଶ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ଜଣେ ଭିଡିଓ ବ୍ଲଗର ଅହମ୍ମଦ ଓ୍ୱାକସ ଗୋରାୟା । ତେବେ ତାଙ୍କୁ ହତ୍ୟା ପାଇଁ ଆସିଥିବା ବ୍ୟକ୍ତି ମହମ୍ମଦ ଗୋହରି ଖାନ୍ ମଧ୍ୟ ଲଣ୍ଡନ କୋର୍ଟରେ ସବୁ ସତ ମାନି ଯାଇଛନ୍ତି ।

ଅଭିଯୁକ୍ତ ମହମ୍ମଦ ଗୋହରି ଖାନ ହେଉଛନ୍ତି ଜଣେ ୩୧ ବର୍ଷୀୟ ବ୍ରିଟିଶ ପାକିସ୍ତାନୀ । ସେ ଲଣ୍ଡନର ଏକ ସୁପରମାର୍କେଟରେ କାମ କରନ୍ତି । ତାଙ୍କୁ କୋର୍ଟ ଅହମ୍ମଦଙ୍କୁ ହତ୍ୟା ଷଡଯନ୍ତ୍ର ଘଟଣାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ।

କୋର୍ଟ ମହମ୍ମଦଙ୍କୁ ମାର୍ଚ୍ଚ ୧୧ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ତାଙ୍କୁ ଆଜୀବନ କାରାଦଣ୍ଡ ମିଳିପାରେ । ଖାନଙ୍କୁ ଗତବର୍ଷ ଜୁନରେ ଗିରଫ କରାଯାଇଥିଲା । ନେଦରଲାଣ୍ଡରେ ଅନେକ ଅଜଣା ବ୍ୟକ୍ତିଙ୍କୁ ହତ୍ୟା ଘଟଣାରେ ମଧ୍ୟ ମହମ୍ମଦର ହାତ ଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ଅହମ୍ମଦ ପାକିସ୍ତାନରୁ ଚାଲିଯାଇ ନେଦରଲାଣ୍ଡରେ ପତ୍ନୀ ଓ ଦୁଇ ଶିଶୁଙ୍କ ସହ ରହୁଥିଲେ । ସେ ଲଗାତର ଭାବେ ପାକିସ୍ତାନ ସରକାର ଓ ସେନା ବିରୋଧରେ ଭିଡିଓ କରି ଟାର୍ଗେଟରେ ଥିଲେ । ଏହାପରେ ତାଙ୍କୁ ହତ୍ୟା କରିବା ପାଇଁ ଜଣେ ପାକିସ୍ତାନୀ ବ୍ୟବସାୟୀ ଅଭିଯୁକ୍ତ ମହମ୍ମଦଙ୍କୁ ଟଙ୍କା ଦେଇଥିଲେ । ତେବେ ତାଙ୍କୁ କିଏ ଟଙ୍କା ଦେଇଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.