Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସମ୍ପତ୍ତି ମାଗିଲା ବୋଲି ଉଭଣୀକୁ ବାଡେଇ ବାଡେଇ ଦରମରା କରିଦେଲେ ଭାଇ, ଭିଡିଓ ଭାଇରାଲ ପରେ ଜେଲ୍ ଗଲେ

6/07/2021 at 2:40 PM

ପାକିସ୍ତାନ ୬/୭ : ପାକିସ୍ତାନର ପେଶାଓ୍ୱାରରେ ସୀମା ଟପିଗଲା ବର୍ବରତା । ରକ୍ତର ସମ୍ପର୍କ ହେଲା ପର । ଉଭଣୀକୁ ବାଡେଇ ବାଡେଇ ଲହୁ ଲୁହାଣ କରିଦେଲେ ୨ ଭାଇ । ବାପାର ସମ୍ପତ୍ତିରେ ଭଉଣୀ ଭାଗ ମାଗିବାରୁ ଦୁଇ ଭାଇ ପିଟିବାରେ ଲାଗିଛନ୍ତି । ଏପରକି ହାତରେ ହାତୁଡି ଓ ହେଲମେଟ ଧରି ଭଉଣୀକୁ ଗଡାଇ ତଡାଇ ପିଟି ଚାଲିଛନ୍ତି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଦୁଇ ଭାଇଙ୍କୁ ଗରିଫ କରିଛି ପୋଲିସ ।

ସୂଚନା ଥାଉକି, ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଅବଦୁଲ ହନ୍ନାନ ନାମକ ଜଣେ ବ୍ୟକ୍ତିଙ୍କ ୨ ପୁଅ ନିଜ ଭଉଣୀକୁ ପିଟୁଥିବା ଦେଖିବାକୁ ମିଳୁଛି । ଭାଇରାଲ ଭିଡିଓ ମୁତାବିକ୍ ଯେମିତି ଉଭଣୀ ଘରର କବାଟ ଖୋଲିଥିଲା । ହଠାତ୍ ୨ ଭାଇ ପଶି ଉଭଣୀକୁ ଆକ୍ରମଣ କରିଥିଲେ । ଜଣେ ଭାଇ ହାତୁଡିରେ ବାରମ୍ୱାର ପିଟିବାକୁ ଲାଗିଥିଲେ । ଏତିକି ବେଳେ ମହିଳା ଜଣଙ୍କ ତଳେ ପଡିଯାଉଛନ୍ତି ।

ପାଖରେ ଛିଡା ହୋଇଥିବା ଜଣେ ବୃଦ୍ଧା ମହିଳା ପୀଡିତାଙ୍କୁ ବଞ୍ଚାଇବାକୁ ଚିତ୍କାର କରୁଛନ୍ତି । ତେବେ ଭାଇମାନେ ବୃଦ୍ଧାଙ୍କୁ ମଧ୍ୟ ଛାଡିନାହାଁନ୍ତି । ଏପରିକି ବଡ ପାଟିରେ ବୃଦ୍ଧାଙ୍କୁ ପାଟି ବି କରୁଛନ୍ତି । କେବଳ ସେତିକି ନୁହେଁ ତଳେ ପକାଇ ଗଡାଇ ଗଡାଇ ଭଉଣୀଙ୍କୁ ହାତୁଡିରେ ବାଡଉଛନ୍ତି । ବୃଦ୍ଧା ଜଣଙ୍କ ପୀଡିତାଙ୍କ ସମ୍ପର୍କରେ ମାଆ ହେବେ ।

ଏ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ୨ ଭାଇଙ୍କୁ ଗିରଫ କରିଛି । ପଚରା ଉଚରା କରାଯିବାରୁ ଅଭିଯୁକ୍ତମାନେ ମାଡ ଖାଉଥିବା ମହିଳାଙ୍କ ଭାଇ । ସେମାନେ କହିଛନ୍ତି ଯେ, ସମ୍ପତ୍ତିରେ ଭାଗ ମାଗିବାରୁ ଏପରି ହୋଇଛି । ଘଟମା ପରେ ପୋଲିସ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ।

   Related Posts