ଆତଙ୍କ ସହିତ କାଶ୍ମୀରରେ କରୋନା ପ୍ରସାର କରିବାକୁ ପାକ୍‌ର ଷଡଯନ୍ତ୍ର, ସୀମାରେ ସଂକ୍ରମିତଙ୍କୁ ଅନୁପ୍ରବେଶ କରାଇବାକୁ ଚଳାଇଛି ଚାଲ୍

Published By : Prameya-News7 Bureau | April 22, 2020 IST

ନୂଆଦିଲ୍ଲୀ ୨୨।୦୪: କରୋନା ଭାଇରସ୍‌ ବିରୋଧରେ ମୁକାବିଲା ପାଇଁ ଭାରତ ସମେତ ପୂରା ଦୁନିଆ ଉଦ୍ୟମ ଚଳାଇଛନ୍ତି। ମାତ୍ର ଏହି କଠିନ ସମୟରେ ବି ପାକିସ୍ତାନ ନିଜର ହୀନ ପ୍ରବୃତିରୁ ଓହରୁ ନାହିଁ। ଭାରତୀୟ ଗୁଇନ୍ଦା ଏଜେନ୍ସିକୁ ଗୁଇନ୍ଦା ସୂଚନା ମିଳିଛି ଯେ, ପିଓକେରେ ଆତଙ୍କବାଦୀ ବ୍ୟତୀତ ବଡ ସଂଖ୍ୟାରେ କରୋନା ଭାଇରସ୍‌ ସଂକ୍ରମିତ ମଧ୍ୟ କାଶ୍ମୀରରେ ପଶିବାକୁ ସୁଯୋଗ ଅପେକ୍ଷାରେ  ରହିଛନ୍ତି। ସେମାନଙ୍କ ଉଦ୍ଦେଶ୍ୟରେ ଘାଟିରେ ସଂକ୍ରମଣ ପ୍ରସାର କରି ଆତଙ୍କ ସୃଷ୍ଟି କରିବା।

ପାକିସ୍ତାନ ନିଜର ଏହି ଚାଲ ଅନୁଯାୟୀ ସୀମାରେ ଅନୁପ୍ରବେଶ ଉଦ୍ୟମ ମଧ୍ୟ ଜୋରଦାର କରିଛି। ନିକଟରେ ନିୟନ୍ତ୍ରଣ ରେଖାରେ ଅସ୍ତ୍ର ବିରତି ଉଲ୍ଲଂଘନ ମଧ୍ୟ ବଢିଥିବା ଦେଖିବାକୁ ମିଳିଛି। ପାକିସ୍ତାନ ସେନା ଗୁଳିମାଡ ଅଢୁଆଳରେ ଆତଙ୍କବାଦୀ  ବ୍ୟତୀତ କରୋନା ସଂକ୍ରମିତଙ୍କୁ  ଭାରତରେ ଅନୁପ୍ରବେଶ କରାଇବାକୁ ଚେଷ୍ଟା ଚଳାଇଛି। ମାତ୍ର ପ୍ରତ୍ୟେକ ଅନୁପ୍ରବେଶକୁ ଭାରତ ସେନା ପଣ୍ଡ କରିବା ସହ ପାକ୍ ସେନାକୁ ମୁହଁତୋଡ ଜବାବ ଦେଉଛି।

{"id":258505,"sizeSlug":"large"}

ଜାମ୍ମୁ-କାଶ୍ମୀରର ଡିଜିପି ଦିଲବାଗ ସିଂହ ମଧ୍ୟ ଏହାର ସୂଚନା ଦେଇ କହିଛନ୍ତି ଯେ, ଯେବେ ପୂରା ଦୁନିଆ କରୋନା ଭାଇରସ୍‌ ମହାମାରୀ ସହ ଲଢୁଛି ତେବେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଜାମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ କରୁଛି। ପୋଲିସ୍ ମହାନିର୍ଦ୍ଦେଶକ କହିଛନ୍ତି ଯେ, ନିକଟରେ ଏକ ରିପୋର୍ଟରେ ଜାଣିବାକୁ ମିଳିଛି ଯେ, ପାକିସ୍ତାନରେ ଆତଙ୍କବାଦୀ ପ୍ରଶିକ୍ଷଣ କେନ୍ଦ୍ର ଓ ଏହାର କବଜାରେ ଥିବା କାଶ୍ମୀରରେ ଅନେକ ଆତଙ୍କବାଦୀ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ସାରିଛନ୍ତି।

ପାକିସ୍ତାନୀ ଏଜେନ୍ସି ଆତଙ୍କବାଦୀଙ୍କୁ କରୁଛନ୍ତି ସାହାଯ୍ୟ                                        

ସେ କହିଛନ୍ତି ପାକିସ୍ତାନୀ ଏଜେନ୍ସି ଆତଙ୍କବାଦୀଙ୍କୁ ଅନ୍ତରାଷ୍ଟ୍ରୀୟ ସୀମା ଓ ନିୟନ୍ତ୍ରଣ ରେଖା ଅତିକ୍ରମ କରାଇବାରେ ସାହାଯ୍ୟ  କରୁଛନ୍ତି। ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଜି ସି ମୁର୍ମୁଙ୍କ ପରାମର୍ଶଦାତା ଆର ଆର ଭଟ୍ଟନାଗର କାଶ୍ମୀର ଘାଟିରେ ସୁରକ୍ଷା ସ୍ଥିତି ଏବଂ କୋଭିଡ୍-୧୯ ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ମଙ୍ଗଳବାର ଏକ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଛନ୍ତି।

{"id":258506,"sizeSlug":"large"}

ନିଜ ଦେଶରେ ବଦନାମ ଇମ୍ରାନ

କରୋନା ଭାଇରସ୍‌ର ସଂକ୍ରମଣକୁ ପାକିସ୍ତାନରେ ରୋକିବାରେ  ବିଫଳ ଇମ୍ରାନ ସରକାରଙ୍କୁ ନିଜ ଦେଶରେ ସମାଲୋଚନାର ଶିକାର ହେବାକୁ ପଡୁଛି। ବିରୋଧୀ ପାର୍ଟି ସମେତ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଇମ୍ରାନଙ୍କ ବିଫଳତାକୁ ନେଇ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ନିକଟରେ ଇସଲାମାବାଦ, ଲାହୋର, କ୍ଵେଟା ସହିତ ଅନେକ ସହରରେ ଡାକ୍ତରମାନେ ମେଡିକାଲ କିଟ୍‌ ଦାବି ନେଇ ପ୍ରଦର୍ଶନ କରିଥିଲେ। ଅନ୍ୟପଟେ ତାଙ୍କର ଯଥାର୍ଥ ଦାବିକୁ ସମାଧାନ ନକରି ପାକ୍ ସେନା ଓ ପୋଲିସ୍ କଡା କାର୍ଯ୍ୟାନୁଷ୍ଠାନ ନେଇ ଅନେକ ଡାକ୍ତରଙ୍କୁ ଜେଲ୍‌ରେ ଭର୍ତ୍ତି କରି ଦେଇଥିଲା।

ଅନ୍ୟପଟେ ପାକିସ୍ତାନରେ ମଙ୍ଗଳବାର କରୋନା ସଂକ୍ରମିତ ସଂଖ୍ୟା ୯୦୦୦କୁ ବୃଦ୍ଧି ଘଟିଛି। ଏ ପର୍ଯ୍ୟନ୍ତ ଏହି ମହାମାରୀରେ ୨୦୧ ଜଣଙ୍କ ପ୍ରାଣହାନୀ ଘଟିଛି। ଦେଶର ଗରିବି ସ୍ଥିତି କାରଣରୁ ସେଠାକାର ସରକାର୍ କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ପରି ବଳିଷ୍ଠ ପଦକ୍ଷେପ ନେଇ ପାରୁ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.