ସୋସିଆଲ ମିଡିଆରେ ପାକିସ୍ତାନର କେମିତି ମଜା ଉଡାଯାଉଛି, ଦେଖନ୍ତୁ ଏହି ସବୁ ଟୁଇଟ୍

Published By : Prameya-News7 Bureau | February 27, 2019 IST

ନୂଆ ଦିଲ୍ଲୀ ୨୭|୨: ଜମ୍ମୁ କଶ୍ମୀର ପୁଲୱାମାରେ ହୋଇଥିବା ହମଲାରେ ୪୦ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ସିଆରପିଏଫ ଉପରେ ହୋଇଥିବା ଆତ୍ମଘାତୀ ହମଲା ପୁରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ତେବେ ପୁଲୱାମା ହମଲା ପରେ ଭାରତୀୟ ସେନା ପାକିସ୍ତାନକୁ କଡା ଜବାବ ଦେଇଛନ୍ତି। ଗତ କାଲି ଭାରତୀୟ ବାୟୁସେନାର ବିମାନ LoC ପାର କରି ପାକିସ୍ତାନର ଆତଙ୍କୀ ଠିକଣାକୁ ନଷ୍ଟ କରିଛନ୍ତି। ଏହି ଏୟାରଷ୍ଟ୍ରାଇକ୍‌ରେ ବାଲାକୋଟ, ଚକୋଟି ଓ ମୁଜଫରାବାଦ ଆତଙ୍କୀ ଆଡ୍ଡା ନଷ୍ଟ ହୋଇଯାଇଛି। ରିପୋର୍ଟ ଅନୁସାରେ ଭାରତୀୟ ବାୟୁ ସେନା ୧୦୦୦କିଲୋ ବମ୍‌ ବର୍ଷା କରିଛି। ଭାରତୀୟ ବାୟୁ ସେନାଙ୍କ ଆକ୍ରମଣରେ ବାଲାକୋଟ, ଚକୋଟି ଓ ମୁଜଫରାବାଦରେ ଥିବା ଆତଙ୍କୀ ଆଡ୍ଡା ସହ ଜୈସ-ଏ-ମହମ୍ମଦର ଆଲ୍‌ଫା-୩ କଣ୍ଟ୍ରୋଲ ରୁମ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ପୁରା ଅପେରେସନ ୪୦ ମିନଟ୍‌ର ଥିଲା। ୪୦ ମିନଟ୍‌ରୁ ୨୧ ମିନଟ୍‌ ବମ ପକାଉଥିଲେ ବାୟୁସେନା। ସୂଚନାଯୋଗ୍ୟ ଯେ ଲାଇନ ଅଫ କଣ୍ଟ୍ରୋଲ ରୁମରୁ ୪୦ କିଲମିଟର୍‌ ଯାଏଁ ଭାରତୀୟ ବାୟୁସେନା ଆକ୍ରମଣ କରିଥିଲେ। ବାଲାକୋଟ, ଚକୋଟି ଓ ମୁଜଫରାବାଦ ସହ ହବିବୁଲ୍ଲାହ ଆତଙ୍କୀ ଅଡ୍ଡା ଓ ପଖତୁନଖ୍ୱା ଅଡ୍ଡାରେ ମଧ୍ୟ ଏୟାରଷ୍ଟ୍ରାଇକ କରିଥିଲେ। ପାକିସ୍ତାନରେ ବିରୋଧୀମାନେ ଇମ୍ରାନ ଖାନ ସେମ୍‌ ସେମ୍‌ ଓ ଇମ୍ରାନ ଖାନ ମୁର୍ଦାବାଦ  ନାରା ଦିଆଯାଉଛି। ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡର ମଧ୍ୟ ଦେଖିବାକୁ ମିଳିଛି। ବିରୋଧି ସାଂସଦମାନେ କହିଛନ୍ତି ଯେ ଇମ୍ରାନ ଖାନଙ୍କର ବିଦେଶ ନୀତି ଫେଲ ହୋଇଯାଇଛି।  

{"id":89088,"width":597,"height":670}

ଭାରତର ଜଣେ ଟୁଇଟ୍‌ ୟୁଜର କହିଛନ୍ତି ଯେ “ପାକିସ୍ତାନର ଅଧା ରାଜ୍ୟ ଉଡିଗଲେ ମଧ୍ୟ ପାକିସ୍ତାନୀ କହିବେ ଯେ ତାଙ୍କର କିଛି କ୍ଷତି ହୋଇନାହିଁ”।

ପୁନମ ମାହାଜନ କହିଛନ୍ତି ଯେ “ଅପୁନ ଶିର୍ଫ ଦୋ ମାରା ଲେକିନ ସଲିଡ ମାରା”।

{"id":89089,"width":596,"height":473}

ମନିକାନ୍ତ ଶାନ୍ତି କହିଛନ୍ତି ଯେ “ଶୁନ ବେ ପାକିସ୍ତାନ ହମ ତୁମହାରେ ଇଲାକେ ମେ ଇତନା ମାରେଙ୍ଗେ କି ଇଲାକା ଧୁଆଁ ଦୁଆଁ ହୋ ଯାଏଗା”।

{"id":89090,"width":594,"height":561}

ସୋସିଆଲ ମିଡିଆର ଟୁଇଟ୍‌ ୟୁଜର ଏହା ମଧ୍ୟ କହିଛନ୍ତି ଯେ “ହମ ତୁମହାରେ ମାରେଙ୍ଗେ ଓର ଜରୁର ମାରେଙ୍ଗେ। ଲେକିନ ୱହ ୱକ୍ତ ଭି ହମାରା ହୋଗା। ବନ୍ଧୁକ ଭି ହମାରି ହୋଗି ଓର ଗୋଲି ଭି ହମାରା ହୋଗା”।

{"id":89091,"width":594,"height":562}

ପାକିସ୍ତାନର ବାୟୁସେନାର ମଧ୍ୟ ମଜାକ ଉଡା ଯାଇଛି। ଗୋଟିଏ ବାଇକ୍‌କୁ ବିମାନ ଭଳି ସଜା ଯାଇ ତା ତଳେ ଲେଖା ଯାଇଛି ଯୁଦ୍ଧ ପାଇଁ ପାକିସ୍ତାନ ବାୟୁ ସେନା ପ୍ରସ୍ତୁତ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.