Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଶେଷରେ ସତ କହିଲେ ଇମ୍ରାନ, ହେଲେ ଆମେରିକା ନାଁରେ ନିଜ କଳଙ୍କ ଧୋଇବାକୁ କଲେ ପ୍ରୟାସ

13/09/2019 at 4:04 PM

ଇସଲାମାବାଦ ୧୩|୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌କୁ ଯେତିକି ନା ସମଝ ଆଉ ଅପରିପକ୍ବ ବୋଲି ତାଙ୍କ ବିରୋଧୀ ଭାବୁଛନ୍ତି ଇମ୍‌ରାନ ଯେ ତାଠାରୁ ଦୁଇଗୁଣା ଚାଲାଖ୍‌ ଧିରେ ଧିରେ ତାହା ଖୁଲାସା ହେଉଛି । ଗୋଟିଏ ପଟେ ରଷିଆ ଟିଭିକୁ ସାକ୍ଷାତକାର ଦେଇ ଇମ୍ରାନ ନିଜ ଦେଶର ଆତଙ୍କବାଦୀଙ୍କ ଇତିହାସ ଖୋଲିଛନ୍ତି। ଆମେରିକାର ପୋଲ୍‌ ଖୋଲିଛନ୍ତି ଆଉ ଏଣେ ଭାରତକୁ ଭିଲେନ ସଜାଇବା ଲାଗି ଜବରଦଖଲ କରି ରଖିଥିବା କାଶ୍ମୀରର ମୁଜାଫରାବାଦରେ ରାଲି କରୁଛନ୍ତି। ଭିତରେ ଭିତରେ ଇମ୍ରାନ ଯେ ନିଜ ଦେଶରେ ନିଜର ମାଟି ମଜଭୁତ କରିବାରେ ଲାଗିଛନ୍ତି ତାହାହିଁ ଏବେ ସାମ୍ନାକୁ ଆସୁଛି। ହେଲେ ଗୋଟିଏ କଥା ଇମ୍ରାନ ମାନିଛନ୍ତି ଯେ, ପାକିସ୍ତାନରେ ହିଁ ବୁଣା ହୋଇଥିଲା ଆତଙ୍କବାଦର ମଞ୍ଜି । କିନ୍ତୁ ଏଥିପାଇଁ ଆମେରିକାକୁ ଦାୟୀ କରିଛନ୍ତି ।

ହନୁ ସତ କହିଲା। କିନ୍ତୁ ହନୁ ଏତେ ଚାଲାକ୍‌ ଯେ ସତ ନାଁରେ ସେ ନିଜେ ଝାଡ଼ିଝୁଡ଼ି ହେଇଯାଇଛନ୍ତି । ପାକିସ୍ତାନ ନାଁରେ ଲାଗିଥିବା ଆତଙ୍କବାଦୀଙ୍କ କଳଙ୍କକୁ ଆମେରିକା ମୁଣ୍ଡ ଉପରେ ଦୋଷ ଲଦିଦେଲେଣି। ସେ ପୁଣି ରଷିଆ ଟିଭିର ଇଣ୍ଟରଭ୍ୟୁରେ। ହଁ ଆମେ କହୁଛୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କଥା। ରୁଷିଆ ଟିଭିକୁ ଦେଇଥିବା ଇଣ୍ଟରଭ୍ୟୁରେ ଇମ୍ରାନ କହିଛନ୍ତି ପାକିସ୍ତାନରେ ଆତଙ୍କବାଦୀଙ୍କୁ ଆମେରିକା ହିଁ ସୃଷ୍ଟି କରିଛି। ୮୦ ଦଶକରେ ଯେତେବେଳେ ସୋଭିଏତ ରୁଷ ଆଫଗାନିସ୍ତାନକୁ କବଜା କରିଥିଲା ସେତେବେଳେ ପାକିସ୍ତାନରେ ସୃଷ୍ଟି ହୋଇଥିବା ମୁଜାହିଦ୍ଦିନଙ୍କୁ ଜିହାଦ ପାଇଁ ତିଆରି କରିଥିଲା ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ। ଆଉ ଯେତେବେଳେ ଆମେରିକା ଆଫଗାନିସ୍ତାନରେ ପହଞ୍ଚିଲା ସେତେବେଳେ ସବୁ ମୁଜାହିଦ୍ଦିନ ଆତଙ୍କୀ ହୋଇଗଲେ। ଏମିତି କହି ବଡ଼ ଭୋଲାଭାଲା ହେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ।

ଯେଉଁ ଜିହାଦୀଙ୍କୁ ପାକିସ୍ତାନ ଭାରତକୁ ପଠାଇଥିଲା ସେ ବିଷୟରେ ମୁହଁଖୋଲୁନାହାନ୍ତି, ଆଉ ସେହି ଜିହାଦୀଙ୍କ ମନୋବଳ ବଢ଼ାଇବା ଲାଗି ଇମ୍ରାନ ଆଜି ପହଞ୍ଚିଯାଇଥିଲେ ପାକିସ୍ତାନ ଜବରଦଖଲ କରି ରଖିଥିବା କାଶ୍ମୀରର ରାଜଧାନୀ ମୁଜାଫରାବାଦରେ। କାଶ୍ମୀର କାନ୍ଦଣା କାନ୍ଦିଥିଲେ। ଭାରତ ବିରୋଧରେ ବକିଚାଲିଥିଲେ। ଆଉ ଏଠାରେ ବିଶାଳ ରାଲି ପାଇଁ ଗରିବ ପାକିସ୍ତାନ ଖୁବ ପଇସା ଯେ ଖର୍ଚ୍ଚ କରିଥିଲା ସେଥିରେ ସନ୍ଦେହ ନାହିଁ। ଫିଲ୍ମଷ୍ଟାର କ୍ରିକେଟ ଷ୍ଟାରଙ୍କୁ ନେଇ ସେଠାରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଆଉ ଭିତରେ ଭିତରେ ଇମ୍ରାନଙ୍କ ଚାଲାଖି ହେଲା ନିଜ ଦେଶରେ ନିଜ ପାର୍ଟି ପାଇଁ ମାଟି ମଜଭୁତ କରୁଛନ୍ତି।  ପାକିସ୍ତାନ ତେହେରିକ ଏ ଇନ୍‌ସାଫର ଶକ୍ତି ସଂଚୟ କରୁଛନ୍ତି। ନିଜକୁ ମୋଦିଙ୍କ ସମକକ୍ଷ ଜଣେ ୱାଲଡ ଲିଡର ବୋଲି ପାକିସ୍ତାନରେ ଦେଖାଇ ହେବାକୁ ଚାହିଁଛନ୍ତି।

ଇମ୍ରାନ ଭଲ ଭାବେ ଜାଣିଛନ୍ତି କାଶ୍ମୀରକୁ ନେଇ ଯେତେ ବିଳିବିଳେଇଲେ ବି ପାକିସ୍ତାନକୁ ବା ପାକିସ୍ତାନୀଙ୍କୁ କିଛି ଫାଇଦା ହେବାରେ ନାହିଁ। ତଥାପି ସେ କାଶ୍ମୀର କାନ୍ଦଣା ବନ୍ଦ କରୁନାହାନ୍ତି କାରଣ ଦେଶରେ ଭିତରେ ନିଜର ଶକ୍ତି ସଂଚୟ ସେ କରୁଛନ୍ତି।

   Related Posts