ପାକିସ୍ତାନରେ ବଡ ଧରଣର ରେଳ ଦୁର୍ଘଟଣା : ସିନ୍ଧରେ ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା, ୩୦ରୁ ଅଧିକ ମୃତ

Published By : Prameya-News7 Bureau | June 07, 2021 IST

ପାକିସ୍ତାନ ୭/୬ : ସୋମବାର ସକାଳେ ପଡୋଶୀ ଦେଶ ପାକିସ୍ତାନରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି । ସିନ୍ଧର ଡାହରକି ଅଞ୍ଚଳରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଅନେକ ଲୋକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ପ୍ରାଥମିକ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ମିଲାଟ ଏକ୍ସପ୍ରେସ ଏବଂ ସାର୍ ସୟଦ ଏକ୍ସପ୍ରେସ ମଧ୍ୟରେ ଧକ୍କାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ।

wp:html /wp:html

ଘୋଟକି ନିକଟରେ ମିଲାଟ ଏକ୍ସପ୍ରେସ ଏବଂ ସାର୍ ସୟଦ ଏକ୍ସପ୍ରେସ ମୁହାଁମୁହିଁ ହୋଇଥିଲେ । ଫଳରେ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ୫୦ ଜଣ ଆହତ ହୋଇଥିବା କୁହାଯାଉଛି । ଦୁର୍ଘଟଣାର ମାତ୍ରା ଏତେ ଭୟାବହ ଏତେ ଥିଲା ଯେ, ମିଲାଟ ଏକ୍ସପ୍ରେସର ୮ଟି ବଗି ଲାଇନ ଚ୍ୟୁତ ହୋଇଥିଲା । ପାଖାପାଖି ଭୋର ୩.୪୫ରେ ଘଟିଛି ଏହି ଗୁର୍ଘଟଣା । ଆଗକୁ ମତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.