ପୁଲୱାମା ଆତଙ୍କୀ ହମଲା ତଥା ଜୈସ ସଂଗଠନର ମୁଖ୍ୟ ମସୁଦ ଅଜହର ମୃତ !
3/03/2019 at 5:34 PM
ଦିଲ୍ଲୀ ୩/୩ : ଗତକାଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସି ବୟାନ ଦେଇଥିଲେ ଯେ, ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ମୁଖ୍ୟ ମସୁଦ ଅଜହର ଅସୁସ୍ଥ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି | ମସୁଦ ଘରୁ ବାହାରକୁ ବାହାରିବା ଅବସ୍ଥାରେ ନାହିଁ ବୋଲି କହିଥିଲେ କୁରେସି | ଏକ ରିପୋର୍ଟରୁ ଜଣ ପଡିଛି ଯେ, ମସୁଦର ମୃତ୍ୟୁ ହୋଇଯାଇଛି |
ପାକିସ୍ତାନର ଏକ ସୂତ୍ର ଗଣମାଧ୍ୟମକୁ ସୂଚନା ଦେଇଛି ଯେ, ଶନିବାର ଦିନ ମସୁଦ ଅଜହରର ମୃତ୍ୟୁ ହୋଇଛି | ମୃତ୍ୟୁର କାରଣ ଏବେ ଯାଏଁ ଜଣାପଡିନାହିଁ | ତେବେ ଏହା ସ୍ପଷ୍ଟ ହୋଇନାହିଁ | ସୂଚନାଯୋଗ୍ୟ ଯେ, ପାକିସ୍ତାନୀ ସେନାର ଅନୁମତି ପରେ ମସୁଦ ଅଜହରର ମୃତ୍ୟୁ ଖବର ଘୋଷଣା କରାଯିବ | ସୂତ୍ର ଅନୁସାରେ, ରାୱଲପିଣ୍ଡି ହସ୍ପିଟାଲରେ ମସୁଦ ୨ ତାରିଖରେ ପ୍ରାଣ ହରାଇଛି | ମସୁଦ କିଡ଼ନୀ କ୍ୟାନସରରେ ଆକ୍ରାନ୍ତ ଥିଲା | କିନ୍ତୁ ଏନେଇ ଏବେ ଯାଏଁ କିଛି ସ୍ପଷ୍ଟ ହୋଇନାହିଁ | ମସୁଦ ଅଜହର ସହ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର କର୍ଣ୍ଣଲ ସଲିମର ମୃତ୍ୟୁ ହୋଇଥିବା କୁହାଯାଉଛି |
ସୂତ୍ର ଅନୁଯାୟୀ, ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ବେଳେ ମସୁଦ ଜୈସ ଶିବିରରେ ଶୋଇଥିଲା | ଏୟାର ଷ୍ଟ୍ରାଇକରେ ମସୁଦ ଗୁରୁତର ଆହତ ହୋଇଥିଲା | ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି |