୩୬୦ ଭାରତୀୟ କଏଦୀଙ୍କୁ ମୁକ୍ତ କରିବ ପାକିସ୍ତାନ

Published By : Prameya-News7 Bureau | April 06, 2019 IST

ନୂଆଦିଲ୍ଲୀ ୬|୪ : ୩୬୦ ଜଣ ଭାରତୀୟ କଏଦୀଙ୍କୁ ମୁକ୍ତ କରିବା ନେଇ ପାକିସ୍ତାନ ଘୋଷଣା କରିଛି । ପାକିସ୍ତାନର ଜେଲରେ ବନ୍ଦୀ ଥିବା ଏହି କଏଦୀମାନେ ପର୍ଯ୍ୟାୟ କ୍ରମେ ମୁକ୍ତ ହେବେ ବୋଲି ସୂଚନା ମିଳିଛି ।

ପାକିସ୍ତାନର ବିଦେଶ ମୁଖପାତ୍ର ଡ. ମହମ୍ମଦ ଫେଜଲ କହିଛନ୍ତି ଯେ, ପାକିସ୍ତାନ ବିଭିନ୍ନ ଜେଲରେ ଏବେ ମୋଟ୍ ୫୩୭ ଜଣ ଭାରତୀୟ କଏଦୀ ସଜା କାଟୁଛନ୍ତି । ଏଥିରୁ ୪୮୩ ଜଣ ହେଉଛନ୍ତି ମତ୍ସଜୀବୀ । ଆସନ୍ତା ଏପ୍ରିଲ ୯ତାରିଖରେ ୧୦୦ ଜଣ ଭାରତୀୟ ମତ୍ସଜୀବୀ ମୁକ୍ତ ହେବେ । ଏହା ପରେ ଭାରତୀୟ ମତ୍ସଜୀବୀମାନେ ଏପ୍ରିଲ ୧୫, ଏପ୍ରିଲ ୨୨ରେ ୧୦୦ ଜଣ ମୁକ୍ତ ହେବେ । ୫ ଜଣ ମତ୍ସଜୀବୀଙ୍କ ସମେତ ୬୦ ଜଣ ଭାରତୀୟଙ୍କୁ ଏପ୍ରିଲ ୨୯ରେ ଛଡ଼ାଯିବ । ସେ କହିଛନ୍ତି ଯେ, ଏବେ ଭାରତୀୟ ଜେଲ ଗୁଡ଼ିକରେ ୩୪୭ ଜଣ ପାକିସ୍ତାନୀ ନାଗରିକ ବନ୍ଦୀ ଅଛନ୍ତି । ଏଥିରେ ୯୮ ଜଣ ହେଉଛନ୍ତି ମତ୍ସଜୀବୀ । ସେ କହିଛନ୍ତି ଯେ, ଭାରତ ମଧ୍ୟ ସୌଜନ୍ୟମୂଳକ ପାକିସ୍ତାନୀ ନାଗରିକମାନଙ୍କୁ ମୁକ୍ତ କରିବ । ଭାରତରେ ଆଉ ୪ ଦିନ ପରେ ଲୋକସଭା ନିର୍ବାଚନ ଆରମ୍ଭ ହେଉଥିବା ବେଳେ ପାକିସ୍ତାନ ଭାରତୀୟ କଏଦୀମାନଙ୍କୁ ମୁକ୍ତ କରୁଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.