ହାରିଛି, ଏବେ ତଣ୍ଡ ଗଣିବ ପାକିସ୍ତାନ! ହାଇଦ୍ରାବାଦ ନିଜାମ୍‌ଙ୍କ ମାମଲାରେ ଭାରତକୁ ଦେବ କୋର୍ଟ ଖର୍ଚ୍ଚ

Published By : Prameya-News7 Bureau | December 20, 2019 IST

ଇଂଲଣ୍ଡ ୨୦।୧୨: ପାକିସ୍ତାନକୁ ପୁଣି ଝଟ୍‌କା ! ହାଇଦ୍ରାବାଦ ନିଜାମଙ୍କ ବ୍ୟାଙ୍କ ଜମା ମାମଲାରେ ଇସ୍ଲାମାବାଦ ଗତ ଅକ୍ଟୋବରରେ ହାରିଥିଲା। ଏବେ ତାକୁ ପ୍ରତିପକ୍ଷଙ୍କ କୋର୍ଟ ଖର୍ଚ୍ଚ ଭରଣା କରିବାକୁ ପଡିବ । ଭାରତ ଓ ନିଜାମଙ୍କ ଉତ୍ତରାଧିକାରୀଙ୍କୁ କୋର୍ଟ ଖର୍ଚ୍ଚର ୬୫ପ୍ରତିଶତ ଦେବାକୁ ଇଂଲଣ୍ଡ ୱେଲ୍ସ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।  ଗୁରୁବାର ଏକ ମାମଲରା ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି କୋର୍ଟ ।

{"id":200122,"width":574,"height":392,"sizeSlug":"large"}

ଅକ୍ଟୋବରରେ କୋର୍ଟ ଭାରତ ସପକ୍ଷରେ ରାୟ ଦେଇଥିଲେ। ହାଇଦ୍ରାବାଦର ସପ୍ତମ ନିଜାମଙ୍କ ଦୁଇ ବଂଶଜ ୧୯୪୮ରେ ଲଂଣ୍ଡନରେ ଏକ ବ୍ୟାଙ୍କକୁ ୧ମିଲିୟନ ପାଉଣ୍ଡ ପଠାଇଥିଲେ । ଯାହାର ମୁଲ୍ୟ ବର୍ତ୍ତମାନ ସମୟରେ ୩୫ମିଲିୟନ ପାଉଣ୍ଡ ହେବ ବୋଲି ଅନୁମାନ କରାଯାଉଛି ।  ତେବେ ନିଜାମଙ୍କ ପରେ ଭାରତ ଓ ପାକିସ୍ତାନ ଉଭୟ ଏହି ରାଶି ଉପରେ ସେମାନଙ୍କ ଅଧିକାର ସାବ୍ୟସ୍ତ କରିଥିଲେ। ୭୦ ବର୍ଷ ପୁରୁଣା କାଗଜପତ୍ରର ଗହନ ଯାଞ୍ଚ ପରେ କୋର୍ଟ ଭାରତ ସପକ୍ଷରେ ରାୟ ଦେଇଥିବା ବେଳେ ପାକିସ୍ତାନର ସମସ୍ତ ତର୍କକୁ ଅଗ୍ରାହ୍ୟ କରିଦେଇଥିଲେ । କୋର୍ଟ ହାଇଦ୍ରାବାଦର ସପ୍ତମ ନିଜାମଙ୍କୁ ଏହି ବିପୁଳ ଅର୍ଥ ରାଶିର ମାଲିକ ସ୍ୱୀକାର କରିଥିବା ବେଳେ ଏଥିଲାଗି ପକ୍ଷ ହୋଇଥିବା ଭାରତ ଓ ତାଙ୍କର ୨ ନାତିଙ୍କୁ ଏହାର ଉତ୍ତରାଧିକାରୀ ଘୋଷଣା କରିଛନ୍ତି । କୋର୍ଟଙ୍କ ଆଦେଶନୁସାରେ ଭାରତ ସରକାର ୨,୮୦୨,୧୯୨,୨୨ପାଉଣ୍ଡ , ପ୍ରିନ୍ସ ମୁଫକରମ ୧,୮୩୫,୪୪୫,୮୩ ପାଉଣ୍ଡ  ଓ  ମୁର୍ଫରମ ଜାହ ଅଷ୍ଟମ ନିଜାମଙ୍କୁ ୭୯୫,୦୬୪,୬୩ ପାଉଣ୍ଡ ଦିଆଯିବ। ତେବେ ସମୁଦାୟ ଅର୍ଥର ୬୫ପ୍ରତିଶତ କୋର୍ଟ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

{"id":200123,"sizeSlug":"large"}

ପାକିସ୍ତାନର ଦାବି ଥିଲା କି ମିଳିଥିବା ଟଙ୍କା ଗୋଳାବାରୁଦା କାରବାର ବାବଦରେ ଥିଲା । ସପ୍ତମ ନିଜାମ ଟଙ୍କାକୁ ସୁରକ୍ଷିତ ଭାବେ ରଖିବାକୁ ଲଂଣ୍ଡନରେ ଥିବା ତତ୍କାଳୀନ ରାଜଦୁତ ଇବ୍ରାହିମ ରହିମଟୋଲାଙ୍କୁ ୧ମିଲିୟନ ପାଉଣ୍ଡ ପଠାଇ ଥିଲେ । ପଠାଯାଇଥିବା ଟଙ୍କା ବର୍ତ୍ତମାନ ସୁଧ ସମେତ National Westminster Bank in Londonରେ ରହିଛି ।  ଜଷ୍ଟିସ ମାର୍କସ ସ୍ମିଥଙ୍କ ୧୬୬ପତ୍ର ବିଶିଷ୍ଟ ରାୟରେ ଭାରତର ଅପରେସନ ପୋଲୋ, ଭାରତରେ ହାଇଦ୍ରାବାଦର ମିଶ୍ରଣ ଓ ପରେ ସମସ୍ତ ଘଟଣାକ୍ରମ ସାମିଲ ରହିଛି ।

{"id":200124,"sizeSlug":"large"}

୧୯୬୫ରେ ନିଜାମ ଏହି ସବୁ ଧନ ଭାରତର ରାଷ୍ଟ୍ରପତିଙ୍କର ବୋଲି ଲେଖାଥିବା ମଧ୍ୟ ଉଲ୍ଲେଖ ରହିଛି । ନିଜାମଙ୍କ ଟଙ୍କା ଉପରେ ଥିବା ପାକିସ୍ତାନର ସମସ୍ତ ଦାବିକୁ ଜଷ୍ଟିସ ସ୍ମିଥ ଖାରଜ କରିଦେଇଛନ୍ତି । ପାକିସ୍ତାନର  ପକ୍ଷରୁ ଆବେଦନ ଥିଲା କି ଭାରତ ଓ ନିଜାମଙ୍କ ରାଜକୁମାରଙ୍କ ପକ୍ଷରୁ ଟଙ୍କା ଉପରେ ଥିବା ଥିବା ସମସ୍ତ ଦାବି ଉପରେ ରୋକ ଲଗାଯାଉ । ଭାରତ ପକ୍ଷରୁ କୋର୍ଟରେ ଦାବି ଉପସ୍ଥାପନ କରାଯାଇଥିଲା କି ଭାରତ ସହିତ ହାଇଦ୍ରାବାଦର ମିଶ୍ରଣ ଯୁକ୍ତିଯୁକ୍ତ  ଓ  ଟଙ୍କାର ମାଲିକାନା ପ୍ରସଙ୍ଗରେ ପାକିସ୍ତାନର ଯାହାବି ସବୁ ଦାବି ରହିଛି ତାହା ସବୁ କପୋଳ କଳ୍ପିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.