Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ତୁର୍କିରୁ ପାକିସ୍ତାନ କିଣିବ ପରମିଟର ସର୍ଭିଲାନ୍ସ ରାଡାର, ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ହେବ ସୁଗମ

23/10/2020 at 6:49 PM

ନୂଆଦିଲ୍ଲୀ ୨୩।୧୦: ତୁର୍କିରୁ ପାକିସ୍ତାନ ପରମିଟର ରାଡାର ସିଷ୍ଟମ କ୍ରୟ କରିବାକୁ ଯୋଜନା କରିଛି। ରେଟିନାର ପିଟିଆର-ଏକ୍ସ ପରମିଟର ସର୍ଭିଲାନ୍ସ ରାଡାର ସିଷ୍ଟମ ପୋର୍ଟେବଲ ହୋଇଥିବା ବେଳେ ଏହାକୁ ଦୁଇଜଣ ଯେ କୌଣସି ସ୍ଥାନକୁ ନେଇ ଯାଇପାରିବେ ଓ ଜଣେ ଲୋକ ସହଜରେ ଏହାକୁ ଚଳାଇ ପାରିବ। ଏହି ସିଷ୍ଟମ ଏକ ବିସ୍ତୃତ ଅଞ୍ଚଳକୁ ଅଟୋମେଟିକ୍‌ ସ୍କାନ କରିପାରେ। ଏହାକୁ ଉପଯୋଗ କଲେ ଲଗାତାର କ୍ୟାମେରା ଓ ଦୂରବୀକ୍ଷଣରେ ନଜର ରଖିବାକୁ ପଡିବନି।

ଖାସ ଭାରତ ସୀମା ଭିତରକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ସୁଗମ କରିବା ଲାଗି ପାକିସ୍ତାନ ତୁର୍କିଠାରୁ ଏହି ରାଡାର ସିଷ୍ଟମ କ୍ରୟ କରିବାକୁ ଯାଉଛି।  ସୀମାରେ ଭାରତୀୟ ସେନାର ମଜଭୁତ ଗ୍ରୀଡ଼ ପାକିସ୍ତାନକୁ ଆତଙ୍କବାଦୀ ଅନୁପ୍ରବେଶ ସୁଯୋଗ ଦେଉ ନାହିଁ। ଏହା ସତ୍ତ୍ୱେ ଅନୁପ୍ରବେଶ କରାଉଥିବା ଆତଙ୍କବାଦୀଙ୍କୁ ଭାରତୀୟ ସେନା ସହଜରେ ଖୋଜି ହତ୍ୟା କରୁଥିବାରୁ ପ୍ରସଙ୍ଗରେ ଏବେ ତୁର୍କିର ସହଯୋଗ ନେଉଛି ପାକିସ୍ତାନ।

କେବଳ ରାଡାର ନୁହେଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଦେବ ତୁର୍କି
ଏକ ସୂଚନାରୁ ତୁର୍କି ଏବେ ପାକିସ୍ତାନକୁ କାଶ୍ମୀର ପ୍ରସଙ୍ଗରେ ତାର ରାଜକୋଷ ଖୋଲିଦେଇଥିବା ଜଣାପଡିଛି। ଜମ୍ମୁ-କାଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବା ଲାଗି ପାକିସ୍ତାନକୁ ତୁର୍କି ବିପୁଳ ଆର୍ଥିକ ସହାୟତା ମଧ୍ୟ କରିଥିବା ଜଣାପଡିଛି। କେବଳ ଆର୍ଥିକ ନୁହେଁ ତୁର୍କି ଏବେ ଅସ୍ତ୍ରଶସ୍ତ୍ର ସହାୟତା ମଧ୍ୟ କରୁଥିବାର ଜଣାପଡିଛି। ପାକିସ୍ତାନ ତୁର୍କିରେ ସ୍କଲାରସିପ୍ ବାହାନାରେ ଛାତ୍ରଙ୍କୁ ସେଠାକୁ ପଠାଉଥିବା ବେଳେ ପାକିସ୍ତାନ ଏନଜିଓ ମାନଙ୍କୁ ମଧ୍ୟ ଆର୍ଥିକ ସହାୟତା କରୁଥିବାର ଜଣାପଡିଛି।

   Related Posts