ନିଜ ଗୋଡରେ କୁରାଢୀ ମାରିବ ପାକିସ୍ତାନ, ଭାରତ ପାଇଁ ସମସ୍ତ ଏୟାରସ୍ପେସ୍‌ ବନ୍ଦ କରିବାକୁ ଧମକ, ସହିବ କ୍ଷତି

Published By : Prameya-News7 Bureau | August 27, 2019 IST

ଇସଲାମାବାଦ .- ପାକିସ୍ତାନ ପୁଣି ନିଜ ଗୋଡରେ କୁରାଢୀ ମାରିବା ପାଇଁ ଯାଉଛି । ଏବେ ଆର୍ଥିକ କ୍ଷତି ସହୁଥିବା ବେଳେ ପୁଣି ଭାରତ ପାଇଁ ତାହାର ସମସ୍ତ ଏୟାରସ୍ପେସ୍‌ ବନ୍ଦ କରିବ ବୋଲି ଧମକ ଦେଇଛି ।ଏପରି କରି ପାକିସ୍ତାନ ଶହ ଶହ କୋଟି ଟଙ୍କାର କ୍ଷତି ସହିଥିଲା ।

wp:core-embed/twitter {"url":"https://twitter.com/fawadchaudhry/status/1166341553327157249","type":"rich","providerNameSlug":"twitter","className":""}
https://twitter.com/fawadchaudhry/status/1166341553327157249
/wp:core-embed/twitter


କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନ ସବୁଠାରୁ ବେଶୀ ବିଚଳିତ ହୋଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ କ୍ୟାବିନେଟ୍‌ ମନ୍ତ୍ରୀ ଦାୟିତ୍ୱହୀନ ମନ୍ତବ୍ୟ ଦେବାରେ ଲାଗିଛନ୍ତି । ଏବେ ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଚୌଧୁରୀ ଫବାଦ ହୁସେନ୍‌ ଭାରତ ପାଇଁ ସମସ୍ତ ଏୟାରସ୍ପେସ୍‌ ବନ୍ଦ କରିବେ ବୋଲି ଧମକ ଦେଇଛନ୍ତି।

ଏବେ ସେ ଟ୍ୱିଟ୍‌ କରି ଏହାକୁ ମୋଦୀ ଆରମ୍ଭ କରିଛନ୍ତି ଆମେ ଶେଷ କରିବୁ ବୋଲି କହିଛନ୍ତି ।
ଫବାଦ ଖାନ୍‌ ପାକ୍‌ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ଭାରତ ପାଇଁ ଏୟାରସ୍ପେସ୍‌କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ବିଚାର କରୁଛନ୍ତି ବୋଲି ଟ୍ୱିଟ୍‌ କରିଛନ୍ତି ।କେବଳ ସେତିକି ନୁହେଁ ଆଫଗାନୀସ୍ତାନ ସହ ବ୍ୟବସାୟ କରିବା ପାଇଁ ଥିବା ରାସ୍ତାକୁ ବ ବନ୍ଦ କରାଯିବ ବୋଲି ସେ ଧମକ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.