Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ପାକିସ୍ତାନ ଦେଲା ପରୋକ୍ଷରେ ପରମାଣୁ ଧମକ

19/02/2019 at 9:50 PM

ଇସାଲମବାଦ ୧୯/୨- ଆତଙ୍କୀ ଆକ୍ରମଣପରେ ସାରାବିଶ୍ଵ ପାକିସ୍ତାନକୁ ନେଇ ଚର୍ଚ୍ଚାରେ ଥିବାବେଳେ ଗୋଟେପଟେ ପାକିସ୍ତାନ ଜାତିସଂଘ ପାଖରେ ଶାନ୍ତିପାଇଁ ଗୁହାରି କରିବାବେଳେ ଅନ୍ୟପଟେ ବିଭିନ୍ନ ଘରୋଇ ଗଣମାଧ୍ୟମ ଜରିଆରେ ଭାରତକୁ ନାଲିଆଖି ଦେଖାଇବାକୁ ବି ପଛାଉନାହିଁ ।

ଭାରତ ସାମନାରେ ନିଜର ପରାକ୍ରମ ଦେଖାଇବାକୁ ବିଭିନ୍ନ ମିଛର ଆଶ୍ରୟ ନେଉଛି ପାକିସ୍ତାନ । ଗୋଟେ ପଟେ ଭୟରେ ଥରହର ହେଉଥିବାବେଳେ ଅନ୍ୟପଟେ ଧମକଦେବା କେଉଁପ୍ରକାର ବୀରତ୍ଵ ।

ପୁଲଓ୍ଵାମା ଘଟଣାପାଇଁ ଭାରତ-ପାକିସ୍ତାନ ମଧ୍ୟରେ ଲାଗିଥିବା ଛକାପଂଝା, ଗୁଳିବର୍ଷଣ, ଘନଘନ ଆତଙ୍କୀ ଆକ୍ରମଣ, ପାଲଟା ଗୁଳିଚାଳନାରେ ଚାଲିଛି ବୈଦେଶିକ ସଂପର୍କ ।

 ଏହାଭିତରେ ପାକିସ୍ତାନ ମନ୍ତ୍ରୀମଣ୍ଡଳରେ ଥିବା  ରେଳମନ୍ତ୍ରୀ ଶେଖ୍ ରସିଦ ଅହମ୍ମଦ ଭାରତକୁ ଦେଇଛନ୍ତି ପରମାଣୁ ଧମକ । କହିଛନ୍ତି ଭାରତକୁ କୌଣସି ହାଲତରେ କ୍ଷମାଦେବ ନାହିଁ ପାକିସ୍ତାନ । ଯଦି ଭାରତ କୌଣସିପ୍ରକାର ପଦକ୍ଷେପ ନିଏ, ପାକିସ୍ତାନ ବି ଚୁଡ଼ି ପିନ୍ଧି ବସିଯିବ ନାହିଁ । ତାର ପାଲଟା ଆକ୍ରମଣର ଜବାବ ଦେବ । ଦରକାର ପଡ଼ିଲେ ବି ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ପଛେଇବ ନାହିଁ ।

ଏହି ପ୍ରକାର ଧମକ ପଛରେ ପାକିସ୍ତାନର କିଭଳି ଆଭିମୁଖ୍ୟ ଅଛି ଜାଣି ହେଉନାହିଁ । ପାକିସ୍ତାନର ଏଭଳି କଥାବାର୍ତ୍ତାରୁ ଜଣାପଡ଼ୁଛି ଖୋଲାଖୋଲି ଭାବରେ ଆତଙ୍କବାଦ ଚଳାଉଛି ।

   Related Posts