Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାକିସ୍ତାନକୁ ଘାରିଲାଣି ସର୍ଜିକାଲ ଷ୍ଟ୍ରାଇକର ଡର , ଲଞ୍ଚପ୍ୟାଡରୁ ଖାଲି କରୁଛି ଆତଙ୍କବାଦୀ

17/02/2019 at 3:45 PM

ନୂଆଦିଲ୍ଲୀ ୧୭/୨: ପୁଲଓ୍ବାମା ଆକ୍ରମଣ ପରେ ଭାରତ ଯେପରିଭାବେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି ତାହା ଦେଖି ପାକିସ୍ତାନ ଡରି ଯାଇଛି। ଏଥିପାଇଁ ସର୍ଜିକାଲ ଷ୍ଟ୍ରାଇକ୍ ଡରରେ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଞ୍ଚ ପ୍ୟାଡରୁ ଆତଙ୍କବାଦୀଙ୍କୁ ହଟାଇବା ଆରମ୍ଭ କରିସାରିଲେଣି। ଭାରତୀୟ ବାୟୁସେନାର ମୁଖ୍ୟ କହିଛନ୍ତି ଯେ, ରାଜନୈତିକ ନିଷ୍ପତ୍ତି ଅନୁସାରେ ପାକିସ୍ତାନକୁ ଉପଯୁକ୍ତ ଶାସ୍ତି ଦେବା ପାଇଁ ବାୟୁସେନା ପ୍ରସ୍ତୁତ ରହିଛି।

ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ୟାଡ୍ ପାଖରେ ଥିବା ସେନାଙ୍କ କ୍ୟାମ୍ପରୁ ପାକିସ୍ତାନ ସ୍ଥାନାନ୍ତର କରୁଛି। ସୂଚନାଯୋଗ୍ୟ ଯେ, ପୁଲୱାମା ଘଟମାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ସୈନ୍ୟ ବଳଙ୍କୁ ଜୈସ-ଏ ମହମ୍ମଦର ଏହି କାର୍ଯ୍ୟକଳାପର ଜବାବ ଦେବା ପାଇଁ ପୂରା ସ୍ବାଧୀନତା ଦିଆଯାଇଛି। ଗୁଇନ୍ଦା ସୂଚନା ଅନୁସାରେ ପାକିସ୍ତାନ ଚଳିତ ବର୍ଷ ନିଜର ଓ୍ବିଣ୍ଟର ପୋଷ୍ଟକୁ ଏଯାଏଁ ଖାଲି କରି ନାହିଁ। ସାଧାରଣତଃ ଏହି ସୟୟ ବେଳକୁ ପାକିସ୍ତାନ ୫୦ରୁ୬୦ ଓ୍ବିଣ୍ଟର ପୋଷ୍ଟ୍ ଖାଲି କରିଦେଇଥାଏ ,କିନ୍ତୁ ବର୍ତ୍ତମାନ ସେଠାରେ ପାକିସ୍ତାନୀ ସୈନିକଙ୍କ ଉପସ୍ଥିତି ଦେଖାଯାଇଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ପାକିସ୍ତାନ ଜାଣିସାରିଲାଣି କୌଣସି ମୁହୂର୍ତ୍ତରେ ଭାରତପଟୁ ଆକ୍ରମଣ ବା ସର୍ଜିକାଲ ଷ୍ଟ୍ରାଇକ ହୋଇପାରେ ।

ସୀମାର ଦୁଇ ପାର୍ଶ୍ବରେ ଉତ୍ତେଜନା ଲାଗି ରହିଛି । କିନ୍ତୁ କୌଣସି ପକ୍ଷ ଅଧି୍କ ସେନା ଠୁଳ କରିନାହାନ୍ତି । ଜାମ୍ମୁ କାଶ୍ମୀରରେ ପୁଲଓ୍ବାମାରେ ସିଆରପିଏଫ ସେନାବାହିନୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ୪୦ରୁ ଅଧିକ ଦେଶ ଏବଂ ଅତି କମରେ ୩ଟି ବହୁ ରାଷ୍ଟ୍ରୀୟ ସଙ୍ଗଠନ ନିନ୍ଦା କରିଛନ୍ତି। ଏହି ଆକ୍ରମଣରେ  ୪୨ଜଣ ଯବାନ ଶହିଦ ହୋଇଥିଲେ। ସଂଯୁକ୍ତ ରାଷ୍ଟ୍ର,ସାଙ୍ଘାଇ ସହଯୋଗ ସଙ୍ଗଠନ ଏବଂ ୟୁରୋପୀୟ ସଙ୍ଘ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ବୟାନ୍ ଜାରି କରିଛନ୍ତି। ଭାରତ ସହିତ ଏକଜୁଟ ହୋଇ ରହିଥିବା ଦେଶଗୁଡ଼ିକ ମଧ୍ୟରେ ଇସ୍ରାଏଲ୍,ଆମେରିକା,ଫ୍ରାନ୍ସ୍,କାନାଡ଼ା,ତୁର୍କି,ସାଉଦି ଆରବ,ଜର୍ମାନୀ ଏବଂ ଅଷ୍ଟ୍ରେଲିଆ ସାମିଲ ରହିଛି। ଶ୍ରୀଲଙ୍କା,ଭୁଟାନ୍,ବାଙ୍ଗଲାଦେଶ,ନେପାଳ,ମାଳଦ୍ବୀପ,ମରିସସ ଏବଂ ଆଫଗାନିସ୍ତାନ ଆଦି ଭାରତର ପଡ଼ୋଶୀ ଦେଶ ଆକ୍ରମଣର ନିନ୍ଦା କରିଛନ୍ତି।

   Related Posts