ଟୋକିଓ ଅଲିମ୍ପିକରେ କୋଭିଡ-୧୯ ନିୟମ ଉଲ୍ଲଂଘନ, ବିନା ମାସ୍କରେ ଉଦଘାଟନୀ ସମାରୋହରେ ସାମିଲ ହେଲେ ପାକିସ୍ତାନୀ ଆଥଲେଟ୍

Published By : Prameya-News7 Bureau | July 24, 2021 IST

ଟୋକିଓ ୨୪/୭: ବିବାଦରେ ଫସିଗଲେ ପାକିସ୍ତାନୀ ଆଥଲେଟ । ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ସମାରୋହରେ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ । ବିନା ମାସ୍କରେ ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲେ । ଯାହାକି ସାମାଜିକ ଗଣମଧ୍ୟାମରେ ବେଶି ଟ୍ରୋଲ ହେଉଛି । କୋଭିଡ ନିୟମ ଅନୁସାରେ ଆଥଲେଟଙ୍କୁ ଉଦଘାଟନୀ ସମାରୋହରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯଇଥିଲା । ହେଲେ ବ୍ୟାଡମିଣ୍ଟନ ଖେଳାଳି ମହୂର ଶହଜାଦ କିନ୍ତୁ ମୁହଁରେ ଠିକ ରୂପେ ମାସ୍କ ପିନ୍ଧିନଥିଲେ ।

wp:html /wp:html

କିନ୍ତୁ ସୁଟର ଖଲୀଲ ଅଖତାର ମାସ୍କରେ ନିଜର ମୁହଁ ଢାଙ୍କିଥିଲେ । କେବଳ ପାକିସ୍ତାନ ନୁହେଁ । ପାକିସ୍ତାନ ବ୍ୟତୀତ କିର୍ଗିଜସ୍ତାନ ଓ ତାଜିକସ୍ତାନ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଦୃଷ୍ଟିଗୋଚର ହୋଇଛି । ସୂଚନାଯୋଗ୍ୟ କରୋନା ମହାମାରୀ ମଧ୍ୟରେ ଶୁକ୍ରବାର ଟୋକିଓ ଅଲିମ୍ପିକ ଆରମ୍ଭ ହୋଇଯାଇଛି । କ୍ରୀଡ଼ାକୁମ୍ଭରେ ୨୦୬ ଟି ଦେଶରୁ ପ୍ରାୟ ୧୧ ହଜାର ଖେଳାଳି ଅଂଶଗ୍ରହଣ କରିଛନ୍ତି । ଭାରତରୁ ୧୨୭ ଜଣ କ୍ରୀଡ଼ାବିତ୍ ଏଥର ଅଂଶଗ୍ରହଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.