Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ୟୁଏନ୍‌ଏଚ୍‌ଆରସିରେ କାଶ୍ମୀର ପ୍ରସଙ୍ଗର ମିଛର ପେଟି ଖୋଲିଲା ପାକିସ୍ତାନ, ଏବେ ଜବାବ ଦେବ ଭାରତ

10/09/2019 at 4:20 PM

ଜେନିଭା – ପାକିସ୍ତାନ , କାଶ୍ମୀର ପ୍ରସଙ୍ଗରେ ସଂଯୁକ୍ତ ରାଷ୍ଟ୍ର ମାନବାଧିକାର କମିଶନ ବା ୟୁଏନ୍‌ଏଚ୍‌ଆରସିରେ ମିଛର ପେଟି ଖୋଲିଛି। ନିଜ ଦେଶରେ ମାନବାଧିକାର ଉଲ୍ଲଘଂନ ହେଉଥିବା ବେଳେ ୟୁଏନ୍‌ଏଚ୍‌ଆରସି ବୈଠକରେ ପାକିସ୍ତାନ କୁମ୍ଭୀର କାନ୍ଦଣା କାନ୍ଦିଛି । ମଙ୍ଗଳବାରରେ ୧୧୫ ପୃଷ୍ଟାର ଦସ୍ତାବେଜ୍‌କୁ ପାକିସ୍ତାନ ଉପସ୍ଥାପିତ କରିଛି । ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମେହେମ୍ମୁଦ କୁରେଶୀ ଭାରତ ବିରୋଧରେ ମାନାବାଧିକାର ନିୟମକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ଲଗାଇଛନ୍ତି । ସେ କାଶ୍ମୀର ଭାରତର ଅଭ୍ୟନ୍ତରୀଣ ପ୍ରସଙ୍ଗ ନୁହେଁ ଜାତିସଂଘ ଏଥିରେ ଦଖଲ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।
ଆଉ କିଛି ସମୟ ପରେ ଭାରତ ଏହାର ଜବାବ ଦେବ । ୟୁଏନ୍‌ଏଚ୍‌ଆରସିର ବୈଠକରେ ପାକିସ୍ତାନ ବିଦେଶମନ୍ତ୍ରୀ ବିଜେପିର ଘୋଷଣପତ୍ର ବିଷୟରେ ଉଲ୍ଲେଖ କରିଛନ୍ତି । ଏଥିରେ କାଶ୍ମୀରରେ ମୁସଲମାନଙ୍କୁ ଜବରଦସ୍ତି କରାଯାଇ ଅଳ୍ପ ସଂଖ୍ୟକ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କ୍ୟୁରେସି କହିଛନ୍ତି ।

ୟୁଏନ୍‌ଏଚ୍‌ଆରସିର ବୈଠକରେ କ’ଣ କହିଥିଲେ କ୍ୟୁରେସି

ପାକିସ୍ତାନ ବିଦେଶମନ୍ତ୍ରୀ କ୍ୟୁରେସି କାଶ୍ମୀର ଭାରତର ଅଭ୍ୟନ୍ତରୀଣ ପ୍ରସଙ୍ଗ ନୁହେଁ ବୋଲି କହିଛନ୍ତି । ସେଠାରେ ନରସଂହାର କରାଯାଉଥିବା କଥା ମିଥ୍ୟ ଉକ୍ତି ସେ ପ୍ରଦାନ କରିଛନ୍ତି ।

କାଶ୍ମୀରରେ ମାନବାଧିକାର ଉଲ୍ଲଘଂନ କରାଯାଉଛି ବୋଲି ପାକ୍‌ ବିଦେଶମନ୍ତ୍ରୀ ଅଭିଯୋଗ କରିଛନ୍ତି।
କ୍ୟୁରେସି କହିଲେ କାଶ୍ମୀରରେ ୭ରୁ ୧୦ ଲକ୍ଷ ସେନା ଅଛନ୍ତି । ଏହାକୁ ଦୁନିଆର ସବୁଠାରୁ ବଡ ଜେଲ୍‌ ବନାଇ ଦିଆଯାଇଛି । ବୋଲି ସେ କହିଛନ୍ତି ।

ଦକ୍ଷିଣ ଏସିଆରେ ପରମାଣୁ ଯୁଦ୍ଧର ଆଶଙ୍କ ଟଳିବା ଦରକାର ।
କାଶ୍ମୀରରେ ପେଲେଟ ଗନ ବ୍ୟବହାର ନ କରିବା ପାଇଁ ସେ କହିଛନ୍ତି ।

ଅଫିସ ଅଫ ହାଇକମିଶନ କାଶ୍ମୀର ଯାଇ ସ୍ଥିତି ବିଷୟରେ ଅନୁଧ୍ୟାନ କରୁ ।
ମାନବାଧିକାର ସଂଗଠନ ଓ ଅନ୍ତର୍ଜାତୀୟ ମିଡିଆ ବି କା୍ଶ୍ମୀର ଯାଆନ୍ତୁ ବୋଲି ପାକିସ୍ତାନ ବିଦେଶମନ୍ତ୍ରୀ କହିଛନ୍ତି ।

   Related Posts