Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଭାରତ ସହ ରାଜନୈତିକ ଓ ବାଣିଜ୍ୟିକ ସମ୍ପର୍କ ସମେତ ଅନ୍ୟ ସମସ୍ତ ସମ୍ପର୍କ କାଟିଲା ପାକିସ୍ତାନ, ଫେରାଇଲା ପାକିସ୍ତାନରେ ଅବସ୍ଥାପିତ ହାଇକମିଶନଙ୍କୁ

7/08/2019 at 7:46 PM

ଇସ୍ଲାମାବାଦ ୭।୮: ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ଭାରତ ସହ ସବୁ ଦ୍ୱିପାକ୍ଷୀକ ସମ୍ପର୍କ ବିଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ଡକାଇଥିବା ଜାତୀୟ ସୁରକ୍ଷା ସମିତି ବୈଠକରେ ଭାରତ ସହ କୂଟନୈତିକ ସମ୍ପର୍କ ସମେତ ଦ୍ୱିପାକ୍ଷୀକ ବ୍ୟବସାୟିକ ସମ୍ପର୍କ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହି ଅନୁସାରେ ପାକିସ୍ତାନରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ଅଜୟ ବିସାରିଆଙ୍କୁ ଭାରତ ଫେରାଇ ଦେଇଥିବା ବେଳେ ଭାରତକୁ ପଠାଇବାକୁ ଥିବା ନିଜର ଆଗାମୀ ରାଷ୍ଟ୍ରଦୂତଙ୍କୁ ନ ପଠାଇବାକୁ ନିଷ୍ପତ୍ତି ନେଇଛି।

ଅନ୍ୟପକ୍ଷରେ ବୈଠକରେ ଭାରତ ସମ୍ପର୍କିତ ମାମଲା ଦେଖରେଖ ନିମନ୍ତେ ଏକ କମିଟି ଗଠନ ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସୁରକ୍ଷା ସମିତି ବୈଠକ ବ୍ୟତିରେକ ରାଷ୍ଟ୍ରପତି ଆରିଫ ଅଲ୍ୱୀ ସଂସଦର ମିଳିତ ଅଧିବେଶନ ଆହ୍ୱାନ କରିଥିଲେ। ଯେଉଁଥିରେ ପାକିସ୍ତାନୀ ସାଂସଦମାନେ ଭାରତର ଅନୁଚ୍ଛେଦ ୩୭୦ ହଟାଇବା ଘଟଣାର ବିରୋଧରେ କଳା ପଟି ବାନ୍ଧି ସଂସଦକୁ ଯାଇଥିବା ଦେଖାଯାଇଛି। ମଙ୍ଗଳବାର ଅନୁଷ୍ଠିତ ସଂସଦର ଏହି ମିଳିତ ଅଧିବେଶନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀରରେ ହେଉଥିବା ଘଟଣା ନେଇ ବାକି ଦୁନିଆକୁ ବୋଧେ ସୂଚନା ମିଳିନଥିବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ଭାରତ ସେଠାରେ କାଶ୍ମୀରବାସୀଙ୍କୁ ନିଶେଷ କରିଦେବାକୁ ଚାହୁଁଥିବା ନେଇ ସମଗ୍ର ବିଶ୍ୱୁ ଜଣାଇବାର ଆବଶ୍ୟକତା ଥିବା କହିଥିଲେ। ପରିସ୍ଥିତିରୁ ଜାହା ଜଣାପଡୁଛି ସେଠାରେ ପୁଣି ପୁଲୱାମା ଭଳି ପରିସ୍ଥିତି ଉପୁଜି ପାରେ, ଏଥିପାଇଁ ଭାରତ ପୁଣି ପାକିସ୍ତାନକୁ ଦାୟି କରି ବିମାନ ଆକ୍ରମଣ କରିବା ସହ ଆମକୁ ଯୁଦ୍ଧ ପାଇଁ ଉସକାଇବ। ତେବେ ଆମେ ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢିବା ବୋଲି ଗୃହକୁ ଆଶ୍ୱସ୍ତ କରିଥିଲେ ଇମ୍ରାନ।

ତେବେ ବୁଧବାର ଜାତୀୟ ସୁରକ୍ଷା ସମିତି ବୈଠକର ନିଷ୍ପତ୍ତି ଯଦି ପାକିସ୍ତାନ ଲାଗୁ କରେ ତେବେ ଉଭୟ ଦେଶର ପ୍ରାୟ ୧୮ ହଜାର କୋଟି ଟଙ୍କାର ବ୍ୟବସାୟିକ କାରବାର ବ୍ୟହତ ହେବ। ପାକିସ୍ତାନ ଭାରତକୁ ୨୦ ପ୍ରତିଶତ ରପ୍ତାନୀ କରୁଥିବା ବେଳେ ୮୦ ପ୍ରତିଶତ ଆମଦାନୀ କରୁଥିଲା। ଭାରତରୁ ପାକିସ୍ତାନ ମୁଖ୍ୟତଃ ଟେକ୍ସଟାଇଲ ଓ ରସାୟନିକ ଉତ୍ପାଦ ଆମଦାନୀ କରୁଥିବା ବେଳେ ଭାରତ ପାକିସ୍ତାନରୁ ଖଣିଜ ଉତ୍ପାଦ ଓ ଫଳ ଆମଦାନୀ କରୁଥିଲା। ତେବେ ପାକିସ୍ତାନର ଏହି ନିଷ୍ପତ୍ତି ଯୋଗୁ ଭାରତ କୌଣସି ପ୍ରକାର ପ୍ରଭାବିତ ହେଉଥିବା ଭଳି ଦେଖାଯାଉ ନାହିଁ। ଅନ୍ୟପକ୍ଷରେ ଭାରତରୁ ରପ୍ତାନୀ ବନ୍ଦ ହେଲେ ପାକିସ୍ତାନରେ ସାଧାରଣ ପୋଷାକପରିଚ୍ଛଦର ଦର ସାଧାରଣ ଲୋକଙ୍କ କ୍ରୟ କ୍ଷମତାରେ ଆଉ ରହିବ ନାହିଁ।    

   Related Posts