ପାକିସ୍ତାନ ରବ୍ଦ କଲା ସମଝୈାତା ଏକ୍ସପ୍ରେସ୍ : ୧୬ ଜଣ ଯାତ୍ରୀଙ୍କୁ ନେଇ କରାଚୀରୁ ଭାରତ ଆସୁଥିବାବେଳେ ଲାହୋରରେ ଅଟକିଲା ଟ୍ରେନ

Published By : Prameya-News7 Bureau | February 28, 2019 IST

ଇସଲାମାବାଦ ୨୮/୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲୁଥିବା ସମଝୈାତା ଏକ୍ସପ୍ରେସ୍ ଟ୍ରେନକୁ ପାକିସ୍ତାନ ପରବର୍ତ୍ତି ନିର୍ଦ୍ଦେଶ ଯାଏଁ ରବ୍ଦ କରିଛି। ପାକିସ୍ତାନ ମିଡିଆ ମାଧ୍ୟମରେ ସେଠାକାର ରେଳ କର୍ତ୍ତୃପକ୍ଷଙ୍କ ଏହି ଖବର ଦେଇଛନ୍ତି। ଏହି ଟ୍ରେନ୍ ଆଜି ୧୬ଜଣ ଯାତ୍ରୀଙ୍କୁ ନେଇ ଭାରତକୁ ଆସିବାର ଥିଲା। ଟ୍ରେନ୍ କରାଚୀ ଛାଡିବାପରେ ଏହାକୁ ଲାହୋରରେ ରୋକିଦିଆଯାଇଥିଲା। ସୀମାରେ ଉତ୍ତେଜନା ସୃଷ୍ଟି ହୋଇଥିବା କାରଣରୁ ଟ୍ରେନକୁ ରବ୍ଦ କରିଥିବା ବାହାନା କରିଥିଲା ପାକିସ୍ତାନ।

{"id":89294,"width":594,"height":334}

ଏହା ପୂର୍ବରୁ ଉତ୍ତେଜନା ସତ୍ତ୍ବେ ଗତକାଲି ଭାରତରୁ ସମଝୈାତା ଏକ୍ସପ୍ରେସ୍ ୨୭ଜଣ ଯାତ୍ରୀଙ୍କୁ ନେଇ ବାହାରି ଥିଲା। ଉତ୍ତର ରେଲଓ୍ବେ କହିବାନୁସାରେ ‘‘ଭାରତରେ ଦିଲ୍ଲୀରୁ ଅଟାରୀ ପାଇଁ ଚାଲୁଥିବା ଟ୍ରେନ୍ ଗତକାଲି ରାତି ୧୧:୨୦ରେ ବାହାରିଥିଲା । ଟ୍ରେନରେ ୩ଜଣ ପାକିସ୍ତାନୀ ଏବଂ ୨୪ଜଣ ଭାରତୀୟ ନାଗରିକ ଥିଲେ’’। ସେ କହିଛନ୍ତି ସପ୍ତାହରେ ୨ଦିନ ରବିବାର ଏବଂ ବୁଧବାର ଚାଲୁଥିବା ଟ୍ରେନ୍ ନିର୍ଦ୍ଧାରିତ ସମୟରେ ପୁରୁଣା ଦିଲ୍ଲୀ ରେଲଓ୍ବେ ଷ୍ଟେସନରୁ ୨୭ଜଣ ଯାତ୍ରୀଙ୍କୁ ନେଇ ବାହାରିଥିଲା।

{"id":89296,"width":593,"height":297}

ଏହା ପୂର୍ବରୁ ରେଳ ମନ୍ତ୍ରୀ ପିୟୁଷ ଗୋୟଲ୍ କହିଥିଲେ-‘‘ଆମକୁ ସମଝୈାତା ଏକ୍ସପ୍ରେସ୍ ପରିଚାଳନାରେ କୈାଣସି ପରିବର୍ତ୍ତନ ବିଷୟରେ ଅଧିକାରୀଙ୍କଠୁ କିଛି ସୂଚନା ମିଳିନାହିଁ’’।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.