Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||

ପାକିସ୍ତାନରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ପରେ ନିଆଁ ଲଗାଇଦେଲେ : ଘଟଣାକୁ ଦୃଢ ନିନ୍ଦା କଲେ ପାକ୍ ସୁପ୍ରିମକୋର୍ଟ

31/12/2020 at 8:06 PM

ନୂଆଦିଲ୍ଲୀ ୩୧/୧୨ :  ପାକିସ୍ତାନର କରକ ଜିଲ୍ଲାରେ ଗୋଟିଏ ହିନ୍ଦୁ ମନ୍ଦିରରେ ନିଆଁ ଲଗାଇବା ସହ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ଇମ୍ରାନ ଖାନ ସରକାର ଦୃଢ ସମାଲୋଚନାର ଶିକାର ହୋଇଛି । ଇମ୍ରାନ ଖାନ ଭାରତରେ ସଂଖ୍ୟାଲଘୁ ଲୋକଙ୍କୁ ନେଇ ମୋଦି ସରକାରଙ୍କୁ ବାରମ୍ବାର ସମାଲୋଚନା କରନ୍ତି ଏବଂ ସେପଟେ ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ଦେବା କଥା କୁହନ୍ତି । କିନ୍ତୁ ଏବେ ପାକିସ୍ତାନରେ ସଂଖ୍ୟାଲଘୁମାନେ ଅସୁରକ୍ଷିତ ମନେ କରୁଛନ୍ତି । ସେମାନଙ୍କୁ ଟାର୍ଗେଟ କରାଯାଉଛି ।

ମନ୍ଦିରରେ ନିଆଁ ଲଗାଯିବା ଏବଂ ଭଙ୍ଗାରୁଜା କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନର ଏକ ଖବର କାଗଜ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୨୬ ଜଣଙ୍କୁ ଗିରଫ କରାଗଲାଣି । ପ୍ରାୟ ୩୫୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଯେଉଁଥିରେ ଜମୀୟତ୍‌-ଇ-ଇସଲାମର ସଂଗଠନର ସ୍ଥାନୀୟ ନେତା ରେହମତ ଖଟକ ମଧ୍ୟ ଅଛି ।

ପୂରା ଘଟଣାରେ ପାକିସ୍ତାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଗୁଲଜାର ଅହମ୍ମଦ ଗୁରୁବାର କହିଛନ୍ତି ଯେ, ନୋଟିସ ଦିଆଯାଇଛି । ଏହି ଘଟଣାରେ ଆସନ୍ତା ୫ ଜାନୁୟାରୀରେ ଶୁଣାଣି ହେବ । ଏହା ସହ ମୁଖ୍ୟ ବିଚାପତି, ପାକିସ୍ତାନ ହିନ୍ଦୁ କାଉନସିଲର ପ୍ରମୁଖ ରମେଶ କୁମାରଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା କାଳରେ ରମେଶ କୁମାର ସିଜିପିଙ୍କୁ ପୁରା ଘଟଣା ବାବଦରେ ଅବଗତ କରାଇଥିଲେ । ଏହାକୁ ଦୃଢ ନିନ୍ଦା ମଧ୍ୟ କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ।

ପାକିସ୍ତାନର ଅନେକ ମନ୍ତ୍ରୀ ମଧ୍ୟ ଏହାର ଦୃଢ ନିନ୍ଦା କରିଛନ୍ତି । ଭାରତରେ ମୋଦି ସରକାରଙ୍କୁ କଡା ସମାଲୋଚନା କରୁଥିବା ପାକିସ୍ତାନର ବିଜ୍ଞାନ ଏବଂକୌଶଳ ମନ୍ତ୍ରୀ ଚୌଧୁରୀ ଫଓ୍ବାଦ ହୁସେନ ମଧ୍ୟ ଏହି ଘଟଣାର ଦୃଢ ନିନ୍ଦା କରିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି ଯେ, ‘ କରକରେ ହିନ୍ଦୁ ମନ୍ଦିରରେ ନିଆଁ ଲଗାଇବା ହୀନମାନସିକତାର ପରିଚୟ ଦେଉଛି । ଦେଶର ସେନା କେବଳ ଆତଙ୍କବାଦ ବିରୋଧରେ ଲଢୁଛି କିନ୍ତୁ ଜାତିବାଦ ବିରୋଧରେ ଲଢିବାର କାମ ସିଭିଲ ସୋସାଇଟିର’ । ତେବେ ଆଗକୁ ପାକିସ୍ତାନରେ ଏହି ଘଟଣା କେଉଁ ମୋଡ ନେଉଛି ତାହା ଦେଖିବା ବାକି ରହିଲା ।

   Related Posts