Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

କାଶ୍ମୀରରୁ ଧାରା ୩୭୦ ହଟେଇବାକୁ ନେଇ ପାକିସ୍ତାନର ଗୁରୁତ୍ୱପୂର୍ଣ ନିଷ୍ପତ୍ତି

18/06/2019 at 3:58 PM

ନୂଆଦିଲ୍ଲୀ ୧୮/୬ : ଫେବୃଆରୀ ୧୪ ତାରିଖରେ କାଶ୍ମୀର ପୁଲୱାମାରେ ଭୟଙ୍କର ଆତ୍ମଘାତୀ ହମଲା ହୋଇଥିଲା । ହମଲାରେ ୪୦ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଏହି ଆତଙ୍କୀ ହମଲା ମାସୁଦ ଅଜହର କରିଥିଲା । ଏହାପରେ ଭାରତୀୟ ବାୟୁସେନା ପାକିସ୍ତାନ ଅନ୍ତର୍ଗତ ଵାଲାକୋଟରେ ଏୟାର ଷ୍ଟ୍ରାଇକ କରି ଆତ୍ମନି ଶିବିର ଧ୍ବଂସ କରିଥିଲା । ପୁଲୱାମା ହମଲା ପରେ ଧାରା ୩୭୦କୁ ନେଇ ସାରା ଦେଶରେ ବିବାଦ ଉପୁଜିଥିଲା । ଜାମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାକୁ ଦେଶ ସାରା ସ୍ୱର ଉଠିଥିଲା । ଏବେ ପାକିସ୍ତାନ ମଧ୍ୟ ଜାମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାକୁ ନେଇ ଗୁରୁତ୍ୱପୂର୍ଣ ବୟାନ ଦେଇଛି ।

ବିଜେପିର ଅନେକ ବରିଷ୍ଠ ନେତା ଜାମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାକୁ ନେଇ ଦଳର ପ୍ରତିବନ୍ଧକୁ ବାରମ୍ବାର ଦୋହରାଇଛନ୍ତି । ଯେଉଁଥିପାଇଁ ଧାରା ୩୭୦ କୁ ନେଇ ବିବାଦ ବଢ଼ିବାରେ ଲାଗିଛି । ପିଡିପି ନେତା ଏବଂ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏକ ବୟାନରେ କହିଥିଲେ ଯେ, ଯଦି କାଶ୍ମୀରରୁ ଧାରା ୩୭୦ ହଟାଇଦିଆଯାଏ ତାହେଲେ ଭାରତ ଏବଂ କାଶ୍ମୀରର ସମ୍ପର୍କ ସବୁଦିନ ପାଇଁ ଭାଙ୍ଗିଯିବା, ଦେଶରେ ଦଙ୍ଗା ହେବ । ଏହି ବୟାନ ପରେ ମେହବୁବା ମୁଫତି ବିବାଦ ଘେରକୁ ଟାଣି ହୋଇ ଆସିଥିଲେ ।

ଧାରା ୩୭୦ ହଟାଇବାକୁ ନେଇ ପାକିସ୍ତାନ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛି । ପାକିସ୍ତାନ କହିଛି ଯେ, ଭାରତୀୟ ସମ୍ବିଧାନ ଧାରା ୩୭୦ ହଟାଇବା ଜାତିସଂଘ ପ୍ରସ୍ତାବର ଉଲଂଘନ କରିବା ସହ ସମାନ । କାଶ୍ମୀରରେ ଧାରା ୩୭୦ ରଦ୍ଦ କରିବା ନିଷ୍ପତ୍ତିକୁ ସେ କେବେ ହେଲେ ସ୍ୱୀକାର କରିବେ ନାହିଁ ବୋଲି କହିଛି ପାକିସ୍ତାନ ।

   Related Posts