Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଏହି ଯୁବ କ୍ରିକେଟର ଶାହିଦ ଆଫ୍ରିଦିଙ୍କୁ ମାଗିଲେ ତାଙ୍କ ଝିଅର ହାତ: ଶୀଘ୍ର ଆରମ୍ଭ ହେବ ରୀତିନୀତି

8/03/2021 at 3:38 PM

ନୂଆଦିଲ୍ଲୀ ୦୮/୦୩ : ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ସାହିଦ ଆଫ୍ରିଦି ଓ ପାକିସ୍ତାନର ଯୁବ ଦ୍ରୁତ ବୋଲର ସାହିନ ଶାହା ଆଫ୍ରିଦି ଶୀଘ୍ର ଶ୍ୱଶୁର-ଜ୍ୱାଇଁ ହେବାକୁ ଯାଇଛନ୍ତି। ୨୦ ବର୍ଷୀୟ ଦ୍ରୁତ ବୋଲର ସାହିନ ଆଫ୍ରିଦିଙ୍କୁ ତାଙ୍କ ଝିଅର ହାତ ମାଗିଛନ୍ତି। ଶାହିଦ ନିଜେ ଟ୍ୱିଟରରେ ଟ୍ୱିଟ କରି ଏ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ପାକିସ୍ତାନ ଟିମର ଷ୍ଟାର ବୋଲର ଶାହୀନ ଆଫ୍ରିଦି ତାଙ୍କ ଝିଅ ଅକ୍ସାର ହାତ ମାଗିଛନ୍ତି। ଉଭୟ ପରିବାର ମଧ୍ୟରେ ସମ୍ପର୍କ ବି ଅଛି ବୋଲି ସେ କହିଛନ୍ତି।

ସାହିନଙ୍କ ପରିବାରର ଅୟାଜ ଖାନ କହିଛନ୍ତି ଯେ ଉଭୟ ପରିବାର ମଧ୍ୟରେ ପୂର୍ବରୁ ଭଲ ସମ୍ପର୍କ ଅଛି। ସାହିଦଙ୍କ ପରିବାର ତାଙ୍କ ପ୍ରସ୍ତାବ ସ୍ୱୀକାର କରିଛନ୍ତି ବୋଲି ସେ କହିଛନ୍ତି। ଏକ ପାକିସ୍ତାନୀ ଗଣମାଧ୍ୟମକୁ କହିଛନ୍ତି ଯେ ଖୁବ ଶୀଘ୍ର ବାହାଘର ରୀତିନୀତି ଆରମ୍ଭ ହୋଇଯିବ। ୨୦ ବର୍ଷୀୟ ଶାହୀନ ବର୍ତ୍ତମାନ ଟିମରେ ପାକିସ୍ତାନର ଜଣେ ବିଶ୍ଵସ୍ଥ ସ୍ପିଡ଼ ବୋଲର ଭାବେ ସାମ୍ନାକୁ ଆସିଛନ୍ତି। ସାହିନ ପାକିସ୍ତାନ ପାଇଁ ୧୫ ୭ ମ୍ୟାଚରେ ୪୮ ୱିକେଟ ଓ ୨୨ ଟି ଏକଦିବସୀୟ ମ୍ୟାଚରେ ୪୫ ୱିକେଟ ନେଇଛନ୍ତି। ନିଜ ଟ୍ୱିଟରେ ଶାହିଦ ଆଫ୍ରିଦି ଶାହୀନଙ୍କୁ ସଫଳ କ୍ୟାରିଅର ପାଇଁ ଶୁଭକାମନା ଜଣାଇଛନ୍ତି।

ପାକିସ୍ତାନୀ ସାମ୍ବାଦିକ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରିଛନ୍ତି ଯେ, ଦୁଇ ପରିବାରର ଅନୁମତି ପରେ ସାହିଦ ଆଫ୍ରିଦିଙ୍କ ଝିଅ ଓ ସାହିନଙ୍କ ବାହାଘର ସମ୍ପର୍କରେ ସେ ସ୍ପଷ୍ଟ କରିଛନ୍ତି। ଅକ୍ସାଙ୍କ ପାଠ ପଢା ସାରିବା ପରେ ଦୁଇ ବର୍ଷ ଭିତରେ ଔପଚାରିକ ଭାବେ ବିବାହ ରୀତିନୀତି କରିବାକୁ ନିଷ୍ପତ୍ତି ନିଆଯାଇଛି। ସାହିଦ ଆଫ୍ରିଦିଙ୍କ ୪ ଝିଅ। ଅକ୍ସା ତାଙ୍କର ବଡ ଝିଅ।

   Related Posts