ବଦଳି ପାରେ ପାକ୍ ସଂସଦୀୟ ଶାସନ ବ୍ୟବସ୍ଥା, ରାଷ୍ଟ୍ରପତି ଶାସନ ନେଇ ଚର୍ଚ୍ଚା

Published By : Prameya-News7 Bureau | April 29, 2019 IST

ଇସ୍ଲାମାବାଦା ୨୯।୪: ପାକିସ୍ତାନ ଶାସନ ବ୍ୟବସ୍ଥା ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଦେଶରେ ଦେଖା ଦେଇଥିବା ଆର୍ଥିକ ଓ ରାଜନୈତିକ ଅନିଶ୍ଚିତତାକୁ ନେଇ ଏଭଳି ଚର୍ଚ୍ଚା ହେଉଥିବା ବେଳେ ଶାସକ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ର ବରିଷ୍ଠ ନେତାମାନେ ଦେଶରେ ରାଷ୍ଟ୍ରପତି ଶାସନ ସପକ୍ଷରେ ଥିବା ଜଣାପଡିଛି ।  ଦେଶରେ ରାଷ୍ଟ୍ରପତି ଶାସନ ଦ୍ବାରା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରଭାବିତ ହେବ ନାହିଁ। ତେବେ ସାଂସଦମାନଙ୍କ କ୍ଷମତା କେବଳ ଆଇନ ପର୍ଯ୍ୟନ୍ତ ହିଁ ସୀମିତ ରହିବ।

{"id":108696,"width":580,"height":374}

ଦୀର୍ଘ ବର୍ଷରୁ ପାକିସ୍ତାନ ସେନା ଏକଛତ୍ରବାଦ ଶାସନରେ ରହି ଆସିଛି । ତେବେ ଉପୁଜିଥିବା ପରିସ୍ଥିତିରେ ପ୍ରଥମଥର ଶାସନ ରାଷ୍ଟ୍ରପତିଙ୍କ ହାତକୁ ଦେବାପାଇଁ ବିଚାର ହେଉଥିବା ଶୁଣା ଯାଉଛି । ତେବେ ଏହି ପ୍ରଚାର କେତେଦୂର ସତ୍ୟ ତାହା ସ୍ପଷ୍ଟ ହୋଇ ନାହିଁ । ହେଲେ ନିକଟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କମନ୍ତ୍ରୀମଣ୍ଡଳରେ କରିଥିବା ପରିବର୍ତ୍ତନ ପରେ ହିଁ ଏଭଳି ଚର୍ଚ୍ଚା ଜୋର ଧରିଛି । ଇମ୍ରାନ କରିଥିବା ପରିବର୍ତ୍ତନରେ ଦେଶର ଅର୍ଥ ଓ ସ୍ବାସ୍ଥ୍ୟ ମନ୍ତ୍ରୀପଦ ହଟାଇ ଦେଇଛନ୍ତି । ଯାହାକୁ ଦେଶରେ ବିପକ୍ଷ ଦଳମାନେ ବିରୋଧ କରିଛନ୍ତି ।

{"id":108697,"width":586,"height":283}

ତେବେ ଦେଶରେ ରାଷ୍ଟ୍ରପତି ଶାସନ ଲାଗୁ ହେଲେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ପିଟିଆଇର ବରିଷ୍ଠ ନେତା ତଥା ସିନ୍ଧ ପ୍ରଦେଶର ଗଭର୍ଣ୍ଣର ଇମ୍ରାନ ଇସ୍ମାଇଲୀ । ଜନମତ ମାଧ୍ୟମରେ ରାଷ୍ଟ୍ରପତି ଶାସନ ପାଇଁ ଆଇନ ମନ୍ତ୍ରୀ ଫାରୁଖ ନସୀମଙ୍କ ବୟାନ ପରେ ଇସ୍ମାଇଲୀ ଏହା କହିଛନ୍ତି । ସରକାରଙ୍କ ଭଳି ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହୋଇ ପାରିବ, ଯାହା ପ୍ରଧାନମନ୍ତ୍ରୀଙ୍କପରିଚାଳିତ ସରକାରଙ୍କ ଠାରୁ ଅଧିକ ଦକ୍ଷ ଓ ଅଧିକ ମଜଭୁତ ହେବ  ଓ ଏହା ଦ୍ବାରା ଗଣତନ୍ତ୍ର କୌଣସି ପ୍ରକାର ପ୍ରଭାବିତ ହେବ ନାହିଁ ବୋଲି ଇମସ୍ମାଇଲୀ କହିଛନ୍ତି । ଯଦି ଲୋକେ ଚାହିଁବେ ତେବେ ଗଣତାନ୍ତ୍ରିକ ପ୍ରଣଳୀରେ ରାଷ୍ଟ୍ରପତି ଶାସନ ପାଇଁ  ଚର୍ଚ୍ଚା ହେବ ବୋଲି ସେ କହିଛନ୍ତି ।

{"id":108698}

ଯଦି ଦେଶ ରାଷ୍ଟ୍ରପତି ଶାସନ ପାଇଁ ଅଗ୍ରସର ହୁଏ ତେବେ ଦୁଇ ତୃତୀୟାଂଶ ବହୁମତ ସହ ସମ୍ବିଧାନ ସଂସ୍କାର କରାଯିବ । ଯଦି ସାମ୍ବିଧାନିକ ପ୍ରଣାଳୀରେ ରାଷ୍ଟ୍ରପତି ଶାସନ ବ୍ୟବସ୍ଥା କରାଯାଏ, ତେବେ ଏହା ଗଣତାନ୍ତ୍ରିକ ମଧ୍ୟ ହେବ। ଯଦି ଆଇନରେ କୌଣସି ପରିବର୍ତ୍ତନ କରାଯିବ ତେବେ ସଂସଦର ମିଳିତ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରିମିଳିପାରେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ତେବେ ଦେଶର ଗଣତାନ୍ତ୍ରିକ ସରକାର ପରିବର୍ତ୍ତନକୁ ଦେଶରେ ବିପକ୍ଷ ଦଳମାନେ ତୀବ୍ର ବିରୋଧ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.