Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ପାକିସ୍ତାନକୁ ବଡ ଝଟକା, ହାତ ଛାଡିଲା ଚୀନ୍‌- କାଶ୍ମୀର ପ୍ରସଙ୍ଗକୁ ଦୁଇ ଦେଶ ଆପୋଷ ବୁଝାମଣାରେ ସମାଧାନ କରିବାକୁ ପାକିସ୍ତାନକୁ ପରାମର୍ଶ

8/10/2019 at 10:35 PM

ବେଜିଂ – ଚୀନ୍‌ର ରାଷ୍ଟ୍ରପତି ଶୀ ଚିନପିଙ୍ଗଙ୍କ ଭାରତ ଗସ୍ତ ପୂର୍ବରୁ ପାକିସ୍ତାନକୁ ବଡ ଝଟକା ଲାଗିଛି । କାଶ୍ମୀରେ ପ୍ରସଙ୍ଗରେ ଚୀନ୍‌ ଏକ ବଡ ବୟାନ ଦେଇଛି । ଏହା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ପାକିସ୍ତାନ ଭାରତ ସହ କଥାବାର୍ତ୍ତା କରି ଏହାର ସମାଧାନ କରୁ ବୋଲି ଚୀନ୍‌ କହିଛି । ଚୀନର ବିଦେଶମନ୍ତ୍ରାଳୟର ପ୍ରବକ୍ତା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏହି ସୂଚନା ଦେଇଛନ୍ତି । କାଶ୍ମୀର ପ୍ରସଙ୍ଗ ଦ୍ୱିପାକ୍ଷିକ ଏହାକୁ କଥାବର୍ତ୍ତା ମାଧ୍ୟମରେ ଶାନ୍ତି ପୂର୍ଣ୍ଣ ଭାବେ ସମାଧାନ କରିବା ଆବଶ୍ୟକ ।


ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟ ସମସ୍ତ ପାକିସ୍ତାନୀ ନେତା ମିଛ ପ୍ରଚାର କରିବାରେ ବ୍ୟସ୍ତ । ଇମରାନ୍‌ ଖାନ୍‌ ଏବେ ଚୀନ୍‌ ଗସ୍ତରେ ଅଛନ୍ତି । କାଶ୍ମୀର ପ୍ରସଙ୍ଗରେ ସେ ଚୀନ୍‌ର ସମର୍ଥନ ଆଶାରେ ସେଠାକୁ ଯାଇଛନ୍ତି । ଏହା ବ୍ୟତୀତ ପାକିସ୍ତାନର ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ସେ ଚୀନ୍‌ ଠାରୁ ଆର୍ଥିକ ସାହାଯ୍ୟ ନେବାକୁ ସେ ଯାଇଛନ୍ତି । ଏହି ସମୟରେ ଚୀନ୍‌ର ଏପରି ବୟାନ ଆସିଛି ।

   Related Posts