Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଇମ୍ରାନଙ୍କ ଫୁଟାଣି ଭାଙ୍ଗିଲା: ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ପାଇଁ ବିନତୀ କଲା ପାକିସ୍ତାନ

15/04/2020 at 3:58 PM

ନୂଆଦିଲ୍ଲୀ ୧୫।୦୪: ପାକିସ୍ତାନରେ ବିଶ୍ଵ ମହାମାରୀ କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରିବାରେ ଲାଗିଛି। ବୁଧବାର ସୁଦ୍ଧା ଆମର ଏହି ପଡୋଶୀ ଦେଶରେ ସଂକ୍ରମଣ ପ୍ରଭାବିତଙ୍କ ସଂଖ୍ୟା ୬୦୦୦ ଅତିକ୍ରମ କରିଥିବା ବେଳେ ୧୧୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟପଟେ ପାକିସ୍ତାନ ଅର୍ଥନୀତି ମଧ୍ୟ ସ୍ଵଚ୍ଛଳ ନୁହଁ। କାଙ୍ଗାଳ ସ୍ଥିତି ଦେଇ ଗତି କରୁଛି ପାକିସ୍ତାନ। କରୋନାର ମୁକାବିଲା ପାଇଁ ମଧ୍ୟ ଇମ୍ରାନ ସରକାର ପାଖରେ ଆବଶ୍ୟକ ସମ୍ବଳ ମଧ୍ୟ ନାହିଁ। ଏମିତି ଘଡିସନ୍ଧି ମୁହୂର୍ତ୍ତରେ ପାକିସ୍ତାନକୁ ଭାରତର କଥା ମନେ ପଡିଛି। ଏହି ମହାମାରୀକୁ ରୋକିବା ପାଇଁ ଏବେ ପାକିସ୍ତାନ ଭାରତକୁ ସାହାଯ୍ୟର ଅପିଲ୍ କରିଛି। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ସେହି ମାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ମାଗିଛନ୍ତି ଯାହାର ଆବଶ୍ୟକତା ଆମେରିକା ଓ ବ୍ରାଜିଲକୁ ଥିଲା।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ମାଲେରିଆ ନିରୋଧ ଔଷଧର ରପ୍ତାନୀ ଉପରେ ଗତ ସପ୍ତାହରେ ପ୍ରତିବନ୍ଧକ ଲଗାଇଥିଲା। ଏହାର ଚାରି ଦିନ ପରେ ଇମ୍ରାନ ସରକାର ଏହା ଉପରୁ ପ୍ରତିବନ୍ଧକ ହଟାଇଥିଲେ। ସମଗ୍ର ଦୁନିଆରେ ଅଦ୍ୟାବଧି କରୋନାର ଉପଚାର ପାଇଁ ନା କୌଣସି ଔଷଧ ବାହାରିଛି ନା କୌଣସି ଭ୍ୟାକସିନ ବା ଟୀକା ବାହାରିଛି। ଏହି ସମୟରେ ଗବେଷଣାରୁ ଜଣା ପଡିଛି ଯେ, ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ କରୋନା ଭାଇରସ୍‌ର ମୁକାବିଲା ପାଇଁ ବହୁ ପ୍ରଭାବଶାଳୀ ଅଟେ। ଏହା କେବଳ କରୋନାକୁ ଠିକ୍ କରିବାରେ ଉପଯୋଗ ହୋଇ ପାରିବ ନାହିଁ  ବରଂ ଅନ୍ୟ ଔଷଧ ସହ ମିଶାଇଲେ ବହୁତ ଭଲ ନିଷ୍କର୍ସ ମଧ୍ୟ ଆସୁଛି। ଏହି କାରଣରୁ ପୂରା ଦୁନିଆରେ ଏହି ଔଷଧର ଅଚାନକ ଚାହିଦା ବଢି ଯାଇଛି।

ଆମେରିକା, ଇଟାଲୀ ଓ ବ୍ରିଟେନ୍ ସହିତ ଦୁନିଆର ସମସ୍ତ ଦେଶ ଭାରତଠାରେ ଆଶା ବାନ୍ଧି ରହିଛନ୍ତି ଯେ, କୋଭିଡ୍-୧୯ ଚିକିତ୍ସାରେ ପ୍ରଭାବଶାଳୀ ରହୁଥିବା ଏହି ଔଷଧ ଭାରତ ଆମକୁ ରପ୍ତାନୀ କରିବ। ଭାରତ କରୋନା ଭାଇରସ୍‌ ସଙ୍କଟକୁ ଦୃଷ୍ଟିରେ ରଖି କିଛି ସମୟ ପାଇଁ ଏହି ଡ୍ରଗ୍ସର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା। ମାତ୍ର ଏବେ ଭାରତ ଏହି ଔଷଧକୁ ଲାଇସେନ୍ସ କାଟାଗୋରୀରେ ଅନ୍ତର୍ଭୁକ୍ତ କରିଛି। ଏହାର ଅର୍ଥ ଭାରତ ନିଜର ଆବଶ୍ୟକତା ପୂରା ହେବା ପରେ ଏହାର ବଳକାକୁ ରପ୍ତାନୀ କରିବ।

ଉଲ୍ଲଖଯୋଗ୍ୟ, ପାକିସ୍ତାନରେ ଗୋଟିଏ ପଟେ ଭାଇରସ୍‌ ସଂକ୍ରମିତଙ୍କ ଓ ମୃତକଙ୍କ ସଂଖ୍ୟା ବଢି ଚାଲି ଥିବା ବେଳେ ପଞ୍ଜାବ ପ୍ରାନ୍ତରେ ଏହା ଭୟାବହ ରୂପ ନେବାରେ ଲାଗିଛି। ଏଠାରେ ଭାଇରସ୍‌ର ପ୍ରକୋପ ଅଧିକ ଦେଖିବାକୁ ମିଳିଛି। ପଞ୍ଜାବରେ ସଂକ୍ରମିତଙ୍କ ସଂଖ୍ୟା ୨୯୪୫କୁ ବୃଦ୍ଧି ଘଟିଥିବା ବେଳେ ୨୮ ଜଣଙ୍କ ମୃତ୍ୟୁ  ହୋଇ ସାରିଛି। ସିନ୍ଧ ପ୍ରାନ୍ତ କରୋନା ସଂକ୍ରମିତ ମାମଲାରେ ଦ୍ଵିତୀୟ ସ୍ଥାନରେ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୬୬୮ରହିଛି। ଏହି ମହାମାରୀରେ ଏଠାରେ ୪୧ ଜଣଙ୍କ ପ୍ରାଣହାନୀ ଘଟିଛି।

   Related Posts