ନାବାଳିକାଙ୍କୁ ଅସଦାଚରଣ ଓ ଯୌନଶୋଷଣ ମାମଲାରେ ସ୍କୁଲ ପ୍ରିନ୍ସିପାଲଙ୍କୁ ୧୦୫ ବର୍ଷ ଜେଲ ଦଣ୍ଡ, ଜାଣନ୍ତୁ କିଭଳି ବିକୃତ କାମ କରୁଥିଲା ଏହି ଶିକ୍ଷକ…

Published By : Prameya-News7 Bureau | October 31, 2018 IST

ପେଶୱାର ୩୧/୧୦ : ନାବାଳିକାଙ୍କୁ ଅସଦାଚରଣ ମାମଲାରେ ପାକିସ୍ତାନର ଏକ ବେସରକାରୀ ସ୍କୁଲର ପ୍ରଧାନ ଶିକ୍ଷକକୁ ୧୦୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ | ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି ହୋଇଥିଲା | ସ୍କୁଲର ମାଲିକ ତଥା ପ୍ରଧାନ ଶିକ୍ଷକ ଆତାଉଲ୍ଲା ମାରୱାତକୁ ୨୦୧୭ ମସିହା ଜୁଲାଇ ୧୪ ତାରିଖରେ ପୋଲିସ ଗିରଫ କରିଥିଲା | ସ୍କୁଲର ଜଣେ ଛାତ୍ର ତାଙ୍କ ବିରୋଧରେ ଅସଦାଚରଣ ଓ ଯୌନଶୋଷଣ ନେଇ ଥାନାରେ ଏତଲା ଦେଇଥିଲେ | ପୋଲିସ ଏକ ମାମଲା ରୁଜ୍ଜୁ କରି ମାରୱାତକୁ ଗିରଫ କରିଥିଲା | ପାକିସ୍ତାନ ପିଙ୍ଗଳ କୋଡ଼ ଧାରା ୩୫୪-ଏ, ୩୬୫-ବି, ୩୭୭ରେ ତାଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଥିଲା | ପ୍ରଧାନ ଶିକ୍ଷକ ଜଣକ ଛାତ୍ରୀଙ୍କୁ ଯୌନ ଶୋଷଣ, ବ୍ଲାକମେଲ, ଅସଦାଚରଣ କରିବା ସହ ସେମାନଙ୍କ ସହ ଅବୈଧ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା | ସେ ସ୍କୁଲ କକ୍ଷରେ ଏକ ସିକ୍ରେଟ କ୍ୟାମେରା ମଧ୍ୟ ଲଗେଇଥିଲା , ଯେଉଁଥିରେ ତା ଯୌନକ୍ରିୟାର ସମସ୍ତ ଭିଡିଓ ରେକର୍ଡିଂ କରି ରଖୁଥିଲା | ପେଶୱାରର ସେସନ୍ସ କୋର୍ଟ ଏହି ମାମଲାରେ ତାଙ୍କୁ ୧୦୫ ବର୍ଷ ଜେଲ ଦଣ୍ଡ ଶୁଣେଇଛି | ଏଥିସହ ମାରୱାତକୁ ୧.୪ ମିଲିୟନ ଅର୍ଥ ଜରିମାନା ମଧ୍ୟ ଶୁଣାଇଛନ୍ତି କୋର୍ଟ | ପାକିସ୍ତାନ ପିଙ୍ଗଳ କୋଡ଼ ଅନୁସାରେ ତା ବିରୋଧରେ ୮ଟି ମାମଲାରେ ଚାର୍ଜ ଫ୍ରେମ ହୋଇଥିଲା | ତାଙ୍କ ଉପରେ ଚାର୍ଜ ହୋଇଥିବା ସମସ୍ତ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲା | ସ୍କୁଲର ୧୮ ବର୍ଷ ବୟସରୁ କମ ଛାତ୍ରୀଙ୍କୁ ଏବଂ ସ୍କୁଲର ଶିକ୍ଷୟତ୍ରୀଙ୍କୁ ସେ ଯୌନ ଶୋଷଣ କରୁଥିଲା ଏବଂ ତାଙ୍କ ସହିତ ଅବୈଧ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା | ନାବାଳିକାଙ୍କୁ ଅସଦାଚରଣ କରୁଥିଲା | ସେ ଏଗୁଡିକର ଭିଡିଓ ମଧ୍ୟ ପ୍ରସ୍ତୁତ କରୁଥିଲା | ସେ ବିବାହିତା ମହିଳାମାନଙ୍କୁ ମଧ୍ୟ ତା ସହିତ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା | ତା କଥା ନ ମାନିଲେ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ | ମାରୱାତ ଗିରଫ ହେବାପରେ ପ୍ରାୟ ୨୫ ଜଣ ପୀଡିତା ତା ବିରୋଧରେ ନିଜ ନିଜ ବୟାନ ଦେଇଥିଲେ | ଗତବର୍ଷ ଗିରଫ ହେବାପରେ ମାଜିଷ୍ଟ୍ରେଟଙ୍କ ପାଖରେ ତାର ବୟାନ ରେକର୍ଡ କରାଯାଇଥିଲା । ଯେଉଁଥିରେ ସେ ନିଜର ସମସ୍ତ ଦୋଷ ସ୍ୱୀକାର କରିଥିଲା | ସବୁ ଅନୈତିକ କାର୍ଯ୍ୟର ଭିଡିଓ ରେକର୍ଡିଙ୍ଗ କରିବାକୁ ସେ ଭଲପାଏ ବୋଲି ନିଜ ବୟାନରେ କହିଥିଲା | ସେହି ଭିଡିଓଗୁଡିକ ତା ସ୍କୁଲ କମ୍ପ୍ୟୁଟରରେ ଷ୍ଟୋର ଅଛି ବୋଲି ସେ କହିଥିଲା | ପୋଲିସ ତା କମ୍ପ୍ୟୁଟର ସହ ମେମୋରୀ କାର୍ଡ ଜବତ କରିଥିଲା | ପୋଲିସ ସୂଚନା ଅନୁଯାୟୀ ମାରୱାତ ସ୍କୁଲର ୩ଟି କୋଠରୀରେ ଏଭଳି ଅନୈତିକ କାର୍ଯ୍ୟକଳାପ ଚଳେଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.